31.1 C
Bhubaneswar
Friday, March 29, 2024
Homeଓଡିଶାୱେବ୍‌ ପୋର୍ଟାଲରେ ପଢ଼ିବେ +୩ ଛାତ୍ରଛାତ୍ରୀ

ୱେବ୍‌ ପୋର୍ଟାଲରେ ପଢ଼ିବେ +୩ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସବୁକିଛି ଉଜାଡି ଦେଇଛି କରୋନା । ଅର୍ଥନୀତି ସହ ଶିକ୍ଷା ବ୍ୟବସ୍ଥା ଉପରେ ବି ଏହାର ଢେର୍ ପ୍ରଭାବ ପଡ଼ିଛି । ପିଲାଙ୍କୁ ଏଥିରୁ ରକ୍ଷା କରିବା ପାଇଁ ସରକାର ଅନଲାଇନ୍ରେ ଶିକ୍ଷା ଗ୍ରହଣ କରିବା ନେଇ ପରାମର୍ଶ ଦେଉଛନ୍ତି । ୟୁଟ୍ୟୁବରେ ପିଲାମାନେ ପାଠ ପଢ଼ୁଛନ୍ତି । ଅଧିକ ମାତ୍ରାରେ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଥିବା ନଜରକୁ ଆସିଛି । ତେବେ ପୂର୍ବରୁ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୟୁଟ୍ୟୁବ୍‌ରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିବା ବେଳେ ଏବେ +୩ ଛାତ୍ରଛାତ୍ରୀଙ୍କ ପାଇଁ ୱେବ୍‌ ପୋର୍ଟାଲ ମାଧ୍ୟମରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି।

କରୋନା ପାଇଁ ଶ୍ରେଣୀ ଗୃହରେ ଶିକ୍ଷାଦାନ ଆରମ୍ଭ ହୋଇ ପାରୁନଥିବାରୁ +୩ ଛାତ୍ରଛାତ୍ରୀଙ୍କ ଲାଗି ୱେବ୍‌ ପୋର୍ଟାଲ ମାଧ୍ୟମରେ ରାଜ୍ୟ ସରକାର ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରୋଜେକ୍ଟରେ ସାମିଲ ହେବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ଆସନ୍ତା ୮ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ପୋର୍ଟାଲକୁ ଲୋକାର୍ପଣ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking