30.1 C
Bhubaneswar
Monday, May 6, 2024
Homeଓଡିଶାଟୋକିଓ ଅଲମ୍ପିକ ପାଇଁ ମନୋନୀତ ହୋଇଥିବା ଦୌଡ ରାଣୀ ଦୂତି ଚାନ୍ଦଙ୍କ ସମ୍ପର୍କରେ ଜାଣନ୍ତୁ

ଟୋକିଓ ଅଲମ୍ପିକ ପାଇଁ ମନୋନୀତ ହୋଇଥିବା ଦୌଡ ରାଣୀ ଦୂତି ଚାନ୍ଦଙ୍କ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର :  ଦୌଡ ରାଣୀ ଦୂତି ଚାନ୍ଦ । ଦୂତୀ ଚାନ୍ଦ ଜଣେ ମହିଳା ଧାବିକା ଅଟନ୍ତି । ସେ ବର୍ତ୍ତମାନ ୧୦୦ ମି. ଦୌଡ଼ରେ ଜାତୀୟ ଚ୍ୟାମ୍ପିୟନ ଅଟନ୍ତି । ୨୦୧୮ ଏସୀୟ କ୍ରୀଡାରେ ୧୦୦ମି ଦୌଡ଼ ପ୍ରତିଯୋଗିତାରେ ସେ ରୌପ୍ୟପଦକ ଜିତିଥିଲେ । ୨୦୨୦ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଦୂତୀ ଚାନ୍ଦ ୩ ଫେବୃୟାରୀ ୧୯୯୬ରେ ଓଡ଼ିଶାର ଯାଜପୁର ଜିଲ୍ଲାସ୍ଥ ଗୋପାଳପୁରରେ ଜନ୍ମ ଗ୍ରହଣ କରିଥିଲେ । ପିତା ଚକ୍ରଧର ଆନନ୍ଦ ଓ ମାତା ଅଖୁଜି ଆନନ୍ଦ ବୁଣାକାର ପରିବାରର ଅଟନ୍ତି । ଭଉଣୀ ସରସ୍ୱତୀ ଚାନ୍ଦ ହେଉଛନ୍ତି ଦୂତୀଙ୍କର ପ୍ରେରଣାର ଉତ୍ସ। ଦାରିଦ୍ର୍ୟତା ଓ ଅନିୟମିତ ତାଲିମ ସତ୍ତ୍ୱେ ନିଜ ପରିଶ୍ରମ ବଳରେ ଅନେକ ପଦକ ହାସଲ କରିପାରିଛନ୍ତି । ସେ କିଟ୍ ୟୁନିଭର୍ସିଟିରେ ଲ’ ପଢୁଛନ୍ତି ।

୨୦୧୨ ମସିହାରେ ଦୂତୀ ୧୮ ବର୍ଷରୁ କମ୍ ୧୦୦ ମି. ଦୌଡ଼ରେ ଜାତୀୟ ଚ୍ୟାମ୍ପିୟନ ହୋଇଥିଲେ ।  ପୁଣେରେ ଆୟୋଜିତ ଏସିଆନ ଚାମ୍ପିଅନସିପ ରେ ୨୦୦ ମି. ଦୌଡ଼ରେ  ବ୍ରୋଞ୍ଜ ପଦକ ଅକ୍ତିଆର କରିଥିଲେ । ଏହାପରେ ୨୦୧୩ରେ ଦୂତୀ ପ୍ରଥମ ଭାରତୀୟ ଭାବେ ବିଶ୍ୱ ୟୁଥ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଥିଲେ । ସେହି ବର୍ଷ ରାଞ୍ଚିରେ ଆୟୋଜିତ National Senior Athletics Championshipsରେ ୧୦୦ ମି. ଦୌଡ଼ ରେ  ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

୨୦୧୮ ଏସୀୟ କ୍ରୀଡାରେ, ୧୦୦ମି ଦୌଡ଼ ପ୍ରତିଯୋଗିତାରେ ସେ ରୌପ୍ୟପଦକ ହାସଲ କରିଥିଲେ । ଏଥିରେ ଦୂତୀ ୧୦୦ମି ଦୌଡ଼ ୧୧.୩୨ ସେକେଣ୍ଡରେ ଶେଷ କରିଥିଲେ । ୨୦୧୯ରେ ହୋଇଥିବା ଫେଡେରେସନ କପରେ ସେ ୧୧.୪୫ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ ।
୨୦୧୯ରେ ଇଟାଲିର ନାପୋଲିଠାରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମହିଳା ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି କୃତିତ୍ୱଦ୍ୱାରା, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଟ୍ରାକ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ପ୍ରଥମ ଭାରତୀୟ ହେବାର ଗୌରବ ହାସଲ କରିଥିଲେ । ରିଓ ଅଲିମ୍ପିକ୍ ପାଇଁ ଶହେ ମିଟର୍ ବର୍ଗରେ ଯୋଗ୍ୟତା ହାସଲ କରିଥିବା ଦୁତି ଆଜି ପି.ଟି.ଉଷାଙ୍କ ପରେ ଦ୍ଵିତୀୟ ଭାରତୀୟ ଧାବିକା । ସାଧାରଣ ପରିବାରରେ ଜନ୍ମ ନେଇ ଅସାଧାରଣ ପ୍ରତିଭା ଓ ସାମର୍ଥ୍ୟ ପ୍ରଦର୍ଶନ କରିଥିବା ଦୁତି ଦେଶ ତଥା ରାଜ୍ୟ ପାଇଁ ଅନେକ ଗୌରବ ଆଣିଛନ୍ତି ।

ଏ ସବୁ ବ୍ୟତୀତ ଆସନ୍ତା ୨୩  ତାରିଖରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସରେ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ମିଳିଛି ଟିକେଟ୍ । ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ । ପଟିଆଲା ନାସନାଲ ଆଥଲେଟିକ୍ ଚାମ୍ପିଅନସିପର ପ୍ରଦର୍ଶନ ପରେ ୱାର୍ଲଡ଼ ରାଙ୍କିଙ୍ଗ ଆଧାରରେ ଯୋଗ୍ୟତା ମିଳିଛି । ୱାର୍ଲ୍ଡ ରାଙ୍କିଙ୍ଗ ରୁଟରେ ୧୦୦ ମିଟର ଦୌଡରେ ୨୨ଟି ଓ ୨୦୦ ମିଟର ଦୌଡରେ ୧୫ଟି ସ୍ପଟ ରହିଥାଏ । ଦୂତୀ ଏବେ ଏହି କାଟାଗୋରୀରେ ଯୋଗ୍ୟତା ଅର୍ଜନ କରିଛନ୍ତି ।

୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ପ୍ରଥମେ ଯୋଗ୍ୟତା ଅର୍ଜନ କରି ଦେଶରେ ଚର୍ଚ୍ଚାକୁ ଆସିଥିଲେ ଦୂତୀ । ସେତେବେଳେ କେବଳ ହିଟସରେ ହିଁ ସୀମିତ ରହିଯାଇଥିଲେ ଏଥର ଅଧିକ ଭଲ ପ୍ରଦର୍ଶନ ସହିତ ଦୂତୀ ଅଲିମ୍ପିକରେ ଦେଶ ପାଇଁ ପଦକ ଆଣିବେ ବୋଲି ଆଶା ରହିଛି । ଏହା ବ୍ୟତୀତ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ସହ ମଧ୍ୟ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଦୂତିଙ୍କ ପ୍ରସ୍ତୁତି ନେଇ ପଚାରିଥିଲେ ।  ଦୂତି ଅର୍ଥ ଚମକ, ଟୋକିଓରେ ଚମକ ଅପେକ୍ଷାରେ ଭାରତ ବୋଲି ଦୂତିଙ୍କୁ କହିଥିଲେ ମୋଦି । ସକଳ ସଂଘର୍ଷ ସତ୍ତ୍ୱେ ନିଜର ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଦୂତି । ଦୂତିଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ମୋଦି ।

 

୨୦୧୮ ଏସିଆନ୍ ଗେମ୍ସରେ ମେଡାଲ ଜିତିବା ପରେ ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୂତିଙ୍କୁ  ୩ କୋଟି ଦିଆଯାଇଛି । ୨୦୧୫ରୁ ୨୦୧୯ ମଧ୍ୟରେ ତାଲିମ ପାଇଁ ୩୦ ଲକ୍ଷର ସହାୟତା ଦିଆଯାଇଛି । ଟୋକିଓ ଅଲିମ୍ପିକ ତାଲିମ ପାଇଁ ୨ଟି ପର୍ଯ୍ୟାୟରେ ୫୦ ଲକ୍ଷ, ତାଲିମ ଓ ଆର୍ଥିକ ସହାୟତା ପାଇଁ ନିଯୁକ୍ତିଦାତା OMC ଦେଇଛି ୨୯ ଲକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking