38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଜିଓ ଟିଭିରେ ଶ୍ରୀ ଅମରନାଥ ଜୀ ଙ୍କ ଲାଇଭ୍ ଆରତୀ

ଜିଓ ଟିଭିରେ ଶ୍ରୀ ଅମରନାଥ ଜୀ ଙ୍କ ଲାଇଭ୍ ଆରତୀ

ନୂଆଦିଲ୍ଲୀ : ବାବା ବର୍ଫାନିଙ୍କର କୋଟି କୋଟି ଭକ୍ତ ସମ୍ପ୍ରତି ତାଙ୍କର ଅନ୍‍ଲାଇନ ଦର୍ଶନ କରିପାରିବେ । ପ୍ରାତଃ ଓ ସଂଧ୍ୟା ସମୟରେ ହେବାକୁ ଥିବା ବାବାଙ୍କର ବିଶେଷ ଆରତିକୁ ସମ୍ପ୍ରତି ଶ୍ରଦ୍ଧାଳୁମାନେ ଜିଓଟିଭିରେ ଲାଇଭ ଦେଖିପାରିବେ । ଏଥିପାଇଁ ରିଲାଏନ୍ସ ଜିଓ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଶ୍ରୀ ଅମରନାଥ ଜୀଙ୍କ ନିକଟରୁ ଲାଇଭ ଷ୍ଟ୍ରିମିଂ ପାଇଁ ଜିଓଟିଭିରେ ‘ଶ୍ରୀ ଅମରନାଥ ଜୀ ଶ୍ରାଇନ ବୋର୍ଡ’ ନାମରେ ଏକ ନୂଆ ଚାନେଲ ଆରମ୍ଭ କରାଯାଇଛି ।
ଯାହାଦ୍ୱାରା ଭିଡିଓ କନଫରେନ୍ସିଂ ଆପ୍‍ ଜିଓମିଟ୍‍ ଜରିଆରେ ଲାଇଭ ପୂଜା, ଲାଇଭ ହୋମ ଆଦି ମଧ୍ୟ କରାଇପାରିବେ । ଏହାର ଅର୍ଥ ହେଉଛି ଜିଓମିଟ୍ ରେ ଭକ୍ତମାନଙ୍କୁ ଭର୍ଚୁଆଲରେ ଏଭଳି ଏକ ପୂଜାଘର ମିଳିବ, ଯେଉଁଠାରେ ଭକ୍ତଙ୍କ ବ୍ୟତୀତ ଶ୍ରୀ ଅମରନାଥ ଜୀ ଶ୍ରାଇନ ବୋର୍ଡର ପୂଜାରୀମଧ୍ୟ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ । ପୂଜା ଅଥବା ହୋମ ପୂଜାରୀଙ୍କ ଦ୍ୱାରା ପବିତ୍ର ଗୁମ୍ଫାରେ ଭକ୍ତଙ୍କ ‘ନାମ’ ଏବଂ ‘ଗୋତ୍ର’ ଉଚ୍ଚାରଣ ସହିତ କରାଯିବ । ‘ମନ୍ତ୍ର ଏବଂ ଶ୍ଳୋକ’ ଉଚ୍ଚାରଣ ସହିତ ହେବାକୁ ଥିବା ଭର୍ଚୁଆଲ ପୂଜାର ଅନୁଭବ ଏଭଳି ହେବ, ଯେମିତି ଅମରନାଥ ଗୁମ୍ଫାରେ ଲିଙ୍ଗ ସମ୍ମୁଖରେ ବସି ପୂଜା କରାଯାଉଛି, ସେହିଭଳି ପ୍ରତୀୟମାନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking