29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଅନୀତା ଯାଦବଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ; ବ୍ଲକ୍‌ସ୍ତରୀୟ ନିର୍ବାଚନରେ ହୋଇଥିଲା ଅଭଦ୍ରତା

ଅନୀତା ଯାଦବଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ; ବ୍ଲକ୍‌ସ୍ତରୀୟ ନିର୍ବାଚନରେ ହୋଇଥିଲା ଅଭଦ୍ରତା

ୟୁପି: କଂଗ୍ରେସର ସାଧାରଣ ସମ୍ପାଦକ ତଥା ୟୁପିର ଦାୟିତ୍ୱାଧିକାରୀ ୟୁପି ତିନିଦିନିଆ ଗସ୍ତରେ ଅଛନ୍ତି । ଶନିବାର ସକାଳେ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୀପୁର ଖିରିରେ ପହଞ୍ଚି ପଞ୍ଚାୟତ ନିର୍ବାଚନରେ ଅଭଦ୍ରତାର ଶିକାର ହୋଇଥିବା ମହିଳାମାନଙ୍କ ସହ ଦେଖା ସାକ୍ଷାତ କରିଥିଲେ ।
ପ୍ରକୃତ ଘଟଣାଟି ହେଲା ବ୍ଲକ୍ ମୁଖ୍ୟ ନିର୍ବାଚନରେ ଜିଲ୍ଲାର ପସଗୱାଁର ନିବାସୀ ଅନୀତା ଯାଦବଙ୍କୁ ଅସଦାଚରଣ କରାଯାଇଥିଲା । ସପାର ପ୍ରାର୍ଥୀ ରିତୁ ସିଂ ବ୍ଲକ୍ ମୁଖ୍ୟ ପଦ ପାଇଁ ନାମକରଣ କରିବା ପାଇଁ ଯାଇଥିବାବେଳେ କିଛି ଲୋକ ତାଙ୍କ ଶାଢ଼ୀ ଟାଣିବାର ପ୍ରୟାସ କରିଥିଲେ ।
ତେବେ ଘଟଣାପରେ ସ୍ଥାନୀୟ ପୋଲିସ ଅଧିକାରୀ(ସିଓ), ପାସଗୱାଁ ଥାନା ଇନ୍‌ଚାର୍ଜ(ଏସ୍ ଏଚ୍ ଓ), ଆଉଟପୋଷ୍ଟ ଇନ୍‌ଚାର୍ଜ ଏବଂ ୩ଜଣ ସବ୍‌-ଇନିସ୍ପେକ୍ଟରଙ୍କ ସମେତ ମୋଟ ୬ଜଣ ପୋଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଥିଲା ।
ଏହା ପୂର୍ବରୁ ଲକ୍ଷ୍‌ନୋଠାରେ ଜିଲ୍ଲା ପଞ୍ଚାୟତ ସଭାପତି ତଥା ବ୍ଲକ୍ ମୁଖ୍ୟ ନିର୍ବାଚନରେ ହିଂସା କରାଯାଇଥିବା କହି ପ୍ରିୟଙ୍କା ଗାନ୍ଧୀ ଯୋଗୀ ସରକାର ଉପରେ ଆକ୍ରମଣ କରିଥିଲେ । ପୁଲିସ ଏବଂ ପ୍ରଶାସନ ନିର୍ବାଚନ ପ୍ରାର୍ଥୀମାନଙ୍କୁ ଅପହରଣ କରିନେଇଥିବା କହି ସେ ଯୋଗୀ ସରକାର ଉପରେ ଆରୋପ ଲଗାଇଥିଲେ । ନାମାଙ୍କନ ପତ୍ରଗୁଡ଼ିକୁ ଚିରିଦିଆଯାଇଥିଲା। ଏହା ସହ ମହିଳା ପ୍ରାର୍ଥୀମାନଙ୍କୁ ମଧ୍ୟ ମାରପିଟ କରାଯାଇଥିଲା । ପ୍ରଶାସନ ଭୋଟ ପାଇଁ ଲୋକଙ୍କୁ ଧମକ ଦେଉଥିଲା । ଯୋଗୀ ସରକାର ଗଣତନ୍ତ୍ରର ହତ୍ୟା ପାଇଁ ପୋଲିସ ପ୍ରଶାସନ ସମେତ ସମସ୍ତ ଜିନିଷର ନିଜ ହିସାବରେ ବ୍ୟବହାର କରିଚାଲିଛି ବୋଲି ପ୍ରିୟଙ୍କା ଗାନ୍ଧୀ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking