34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବିଏସ ୟେଦିୟୁରପ୍ପା !

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବିଏସ ୟେଦିୟୁରପ୍ପା !

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଖୁବ ଶୀଘ୍ର ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ସୂତ୍ର ଅନୁସାରେ, ଏହା ପଛର କାରଣ ବାର୍ଦ୍ଧକ୍ୟ ଓ ସ୍ୱାସ୍ଥ୍ୟ ଖରାପ ବୋଲି କୁହାଯାଉଛି । ହେଲେ ୟେଦିୟୁରପ୍ପା ଏହାକୁ ଏଡାଇ ଦେଇଛନ୍ତି । ସେ କହିଛନ୍ତି ଇସ୍ତଫା ଦେବା ଖବର ସଂପୂର୍ଣ୍ଣ ମିଛ । ଶୁକ୍ରବାର ପିଏମ ମୋଦିଙ୍କ ସହ ସାକ୍ଷାତ ସମୟରେ ସେ ନିଜର ବାର୍ଦ୍ଧକ୍ୟ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଇସ୍ତଫା ଦେବା ପ୍ରସ୍ତାବ ରଖିଥିଲେ । ଆଜି ସେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ ହୋଇଛନ୍ତି । ସେଠି ବି ୟେଦିୟୁରୁପ୍ପା ନିଜ କଥା ଦୋହରାଇଥିଲେ । ଏହାପରେ ପାର୍ଟି ହାଇକମାଣ୍ଡ କହିଥିଲେ ଯେ, ଖୁବଶୀଘ୍ର ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିଷ୍ପତ୍ତି ନିଆଯିବ । ଖୁବଶୀଘ୍ର ବିଧାୟକ ଦଳ ବୈଠକ ବସିବ । ସେ ଯାଏଁ ୟେଦିୟୁରପ୍ପା ନିଜ ପଦରେ ରହିବେ । ତେବେ ସୂଚନା ଅନୁସାରେ, ୟେଦିୟୁରପ୍ପା ହାଇକମାଣ୍ଡଙ୍କ ନିକଟରେ ଏକ ସର୍ତ୍ତ ବି ରଖିଛନ୍ତି, ଇସ୍ତଫା ବଦଳରେ ନିଜ ପୁଅ ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପଦ ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking