30.1 C
Bhubaneswar
Friday, April 26, 2024
Homeଓଡିଶାନିଆରା ଢଙ୍ଗରେ ଦେଲେ ସଚେତନ ବାର୍ତ୍ତା

ନିଆରା ଢଙ୍ଗରେ ଦେଲେ ସଚେତନ ବାର୍ତ୍ତା

କଳାହାଣ୍ଡି : କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଦେଶର ବିଭନ୍ନ ସ୍ଥାନରେ ତାଲାବନ୍ଦ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଭଇଁରିପାଲି ପଞ୍ଚାୟତ ର ୪ ଟି ଗ୍ରାମରେ ଏକ ନିଆରା ଢଙ୍ଗରେ ଲକଡାଉନ କରି ଲୋକ ଙ୍କୁ ସଚେତନ ବତ୍ତା ଦେଇଛନ୍ତି । ଏଭଳି ଗାଁ ମୁଣ୍ଡରେ ରସିଟାଣି ଲୋକ ଙ୍କ ଯିବାଆସି ବାଟ କୁ ବନ୍ଦ କରିଦେଇଥିବା ବେଳେ ଜରୁରି କାମ ଥିଲେ ହାତ ଧୁଆ ପରେ ଗାଁ ଭିତରକୁ ଯିବାପାଇଁ ସୁଯୋଗ ଦେଇ ସ୍ୱଚ୍ଛତା ସଚେତନତା କରି ଉଦାହରଣ ସୃଷ୍ଟି କରିଛନ୍ତି । ଭଇଁରିପାଲି ପଞ୍ଚାୟତ ଟି ବିମଳା, ଭଇଁରିପାଲି, ମୋହନ ଗୁଡା, କଦିଳୀବାହୀଲି କୁ ନେଇ ଗଠିତ ହୋଇଥିବା ବେଳେ ୫ହଜାରୁ ଉର୍ଦ୍ଦ ଜନସଂଖ୍ୟା ରହିଛି । ପଞ୍ଚାୟତ ର ୫ ହଜାର ଜନତାଙ୍କୁ କରୋନା ଭୁତାଣୁ ସଂକ୍ରମଣ ରୁ ରକ୍ଷା କରିବା ପାଇଁ ସ୍ଥାନୀ ସରପଞ୍ଚ ଥବିର ବାଗ ଙ୍କ ନେତୃତରେ ଗାଁ ମାନଙ୍କ ମୁଖ୍ୟ ରାସ୍ତାରେ ରସିଟାଣି ଲକଡାଉନ କରି ସଚେତନ କାର୍ଯ୍ୟକ୍ରମ ଜାରିରଖିଛନ୍ତି । ସ୍ଥାନୀୟ ସରପଞ୍ଚ ଥବିର ବାଗ ଓ କିଛି ଯୁବକ ଗାଁରେ ସଚେତନ ବତ୍ତାଦେବା ସହ କରୋନା ମହାମାରୀ କୁ ଗାଁରେ ପୁରୋଇ ନଦେବା ପାଇଁ ପ୍ରତିଞା ବଦ୍ଧ ହୋଇ ପଞ୍ଚାୟତ ର ୪ ଟି ଗ୍ରାମର ମୁଖ୍ୟ ରାସ୍ତା ମାନଙ୍କୁ ଲଗଡାଉନ କରିଛନ୍ତି । ଏଭଳି କି ଏହି ସଚେତନ କାର୍ଯ୍ୟ କ୍ରମ ରେ ସ୍ଥାନୀୟ ଆଶାକର୍ମୀ, ଅଙ୍ଗନୱାଡି, ସମିତି ସଭ୍ୟ ଓ ଯୁବଗୋଷ୍ଠୀ ର ସହଯୋଗ କରିଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking