28.1 C
Bhubaneswar
Friday, April 26, 2024
Homeଓଡିଶାମନେପଡେ, ଏଭ୍‌ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍ .. କରୋନା ସହ ଲଢେଇରେ ଏହାର ପୁନରାବୃତି...

ମନେପଡେ, ଏଭ୍‌ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍ .. କରୋନା ସହ ଲଢେଇରେ ଏହାର ପୁନରାବୃତି ନ ହେଉ- ନରସିଂହ

ବଲାଙ୍ଗିର; – ପ୍ରାୟ ସାରା ବିଶ୍ୱ ଏବେ କରୋନା ମହାମାରୀ ଦ୍ୱାରା ଗ୍ରସିତ । ଆମ ଦେଶ ମଧ୍ୟ ଏଥିରୁ ବାଦ ଯାଇ ନାହିଁ । ତେବେ ସରକାର ବିଳମ୍ବରେ ହେଉ ପଛେ ଜନ ସାଧାରଣଙ୍କୁ ଏହି ମହାମାରୀରୁ ବଞ୍ଚାଇବା ପାଇଁ ଗୁଢାଏ ସ୍ୱତନ୍ତ୍ର ନିତି ନିୟମ ପ୍ରଣୟନ କରିଛନ୍ତି । ଦେଶ ତମାମ ଲକ୍ ଡାଉନ୍ ହେଉ, ପଞ୍ଚାୟତ ସ୍ତରରୁ କରୋନା ସଂପର୍କିୟ ସ୍ୱାସ୍ଥ୍ୟ ସେବାର ସୁବିଧା, ତିନି ମାସର ଅଗ୍ରିମ ବେତନ ବା ଗରିବ ଜନସାଧାରଣଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା । ସାଧାରଣରେ ଏହି ସବୁ ସୁବିଧା ଗୁଡିକ ବଡ ସହର ଓ ସଦର ମହକୁମା ମାନଙ୍କରେ ହାତ ପାହାନ୍ତାରେ ମିଳିଯାଏ । କିନ୍ତୁ ଏହି ସବୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଆଭ୍ୟନ୍ତରିଣ ଅଂଚଳବାସୀ ପାଇବା ସହ କରେ ଏହାର ସଦ ଉପେଯାଗ କରିପାରିଲ ଯାଇ ଆମେ କରୋନା ସହ ଏହି ଲଢେଇରେ ଜିତି ପାରିବା ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । କିଛି ଅସାଧୁ ସରକାରୀ କର୍ମଚାରୀ, ଦୁର୍ନିତିଗ୍ରସ୍ତ ନେତା, ବ୍ୟବସାୟୀ ନିଜର ସର୍ବଗିଳା ଭୋକ ମେଣ୍ଟାଇବା ପାଇଁ ଏଭଳି ଘଡିସନ୍ଧି ମୁହୁର୍ତ୍ତ ର ବାଟ ଜଗି ବସିଥାନ୍ତି । ସରକାରଙ୍କୁ ଏଭଳି ଅସାଧୁ ବ୍ୟକ୍ତି ଓ ତାଙ୍କର ଅସାଧୁ ଉଦ୍ଦେଶ୍ୟ ଉପରେ ଲଗାମ ଲଗାଇବାକୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଖୋଦ ବିଗତ ଦିନରେ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ଏହି ବିଷୟ ସମ୍ବନ୍ଧିୟ “ଏଭ୍‌ରିବଡି ଲଭ୍‌ସ ଏ ଗୁଡ୍ ଡ୍ରଟ୍‌”ନାମକ ଏକ ପୁସ୍ତକ ମତେ ଉପହାର ସ୍ୱରୁପ ଦେଇଥିଲେ । ବର୍ତ୍ତମାନ ଅବସ୍ଥାରେ ଏହି ପୁସ୍ତକ ଓ ଏହାର ବିଷୟବସ୍ତୁ ଖୁବ ମନେ ପଡୁଛି ବୋଲି ଶ୍ରୀ ମିଶ୍ର ତାଙ୍କ ସାମଜିକ ଗଣମାଧ୍ୟମର ଏକ ପୋଷ୍ଟ୍‌ରେ କହିଛନ୍ତି । ଏହି ପୋଷ୍ଟରେ ମାଧ୍ୟମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାରେ ଏବେ କରୋନା ସଂକ୍ରମଣର ତୃତୀୟ ପର୍ଯ୍ୟାୟ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ମୟୁରଭଞ୍ଜ କାଶିପୁର ଅଞ୍ଚଳରେ ଥିବା ଖଣି ମାନଙ୍କରେ ଏବେ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରମିକମାନେ କାମ କରୁଥିବା ଖବର ରହିଛି । ଯାହା ଗୋଷ୍ଠି ସଂକ୍ରମଣର ଆଶଙ୍କା ଆହୁରି ବଢାଉଛି । ସରକାର ଏହାକୁ ବନ୍ଦ କରିବା ସହ ଦୋଷୀଙ୍କ ଉପରେ କାଯ୍ୟାନୁଷ୍ଟାନ ଗ୍ରହଣ କରନ୍ତୁ ।
ଏଠାରେ ପ୍ରକାଶଯୋଗ୍ୟ ଯେ, ରେମନ ମେଗାସେସେ ଏୱାର୍ଡ ପ୍ରାପ୍ତ ପ୍ରସିଦ୍ଧ ସାମ୍ବାଦିକ ତଥା ଲେଖକ ପି. ସାଇନାଥ ୧୯୯୬ ରେ“ଏଭ୍‌ରିବଡି ଲଭ୍‌ସ ଏ ଗୁଡ୍ ଡ୍ରଟ୍‌” ପ୍ରକାଶିତ କରିଥିଲେ । ଏହି ପୁସ୍ତକର ବିଷୟବସ୍ତୁ ଅନୁସାରେ, ନବେ ଦଶକରେ ସାରା ଭାରତରେ ଭୟଙ୍କର ମରୁଡି ପଡିଥିଲା । ଏହି ସମୟର ଫାଇଦା ଉଠାଇ ଅସାଧୁ ସରକାରି କର୍ମଚାରୀ, ଦୁନିର୍ତିଗ୍ରସ୍ତ ନେତା, ବ୍ୟବସାୟୀ ସମସ୍ତ ସୁବିଧା ସଗେଯାଗ ର ବାଟ ମାରଣା କରିବା ସହ ନିଜର ସର୍ବଗିଳା ଭୋକ ମେଣ୍ଟାଇବା ପାଇଁ ଏଭଳି ପରିସ୍ଥିତିର ବାଟ ଜଗି ବସିଥାନ୍ତି । ସେମାନଙ୍କ ଦୁର୍ନିତି ଫଳରେ ଅନେକ ସରକାରୀ ଯୋଜନା ସତ୍ୱେ ଦେଶର ବିଭିନ୍ନ ଆଭ୍ୟନ୍ତରିଣ ଅଂଚଳରେ ଜନସାଧାରଣ ସରକାରି ଯୋଜନା ମାନଙ୍କର ସୁଫଳ ପାଇ ପାରି ନଥିଲେ । ତେବେ ଏଭଳି ପରିସ୍ଥିତିରେ ସରକାରଙ୍କୁ ବିଭିନ୍ନ ଲୋକାଭିମୁଖି ଯୋଜନା ପ୍ରଣୟନ କରିବା ସହ ଏହା ପ୍ରକୃତରେ ଜନସାଧାରଣଙ୍କ ପାଖକୁ ପହଞ୍ଚି ପାରିଲେ ଯାଇ ମୁଳ ଲକ୍ଷ ସିଦ୍ଧ ହୋଇପାରିବ ବୋଲି କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking