30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମୋବାଇଲରେ ଅଧିକ ସମୟ ବିତାଇବା ଦ୍ଵାରା ହୋଇପାରେ ବ୍ରେନ୍ ଟ୍ୟୁମର୍: ବିଶେଷଜ୍ଞ

ମୋବାଇଲରେ ଅଧିକ ସମୟ ବିତାଇବା ଦ୍ଵାରା ହୋଇପାରେ ବ୍ରେନ୍ ଟ୍ୟୁମର୍: ବିଶେଷଜ୍ଞ

ନୂଆଦିଲ୍ଲୀ : ଆଜିକାଲି ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ସହିତ ଅଧିକ ସମୟ ବିତାଉଛନ୍ତି । ହେଲେ ମୋବାଇଲ୍ ରେ ଅଧିକ ସମୟ ବିତାଇବା ଦ୍ୱାରା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଖାସ୍ କରି ମଣିଷର ମସ୍ତିସ୍କ ଉପରେ ଏହାର ପ୍ରଭାବ ଅଧିକ ରହିଥାଏ । ଏହା ଦ୍ୱାରା ଆପଣ ଅନିଦ୍ରାପଣ ଏବଂ ଉଦାସୀନତାର ଶିକାର ମଧ୍ୟ ହୋଇଥାନ୍ତି । ଆହୁରି ମଧ୍ୟ ଆପଣ ମସ୍ତିସ୍କ କାମ କରିବା ହିଁ ବନ୍ଦ କରିଦେବ । ତେବେ ଏନେଇ ଏମ୍ସର ଏକ ରିସର୍ଚ୍ଚରୁ ଖୁଲାସା ହୋଇଛି । ତାହେଲେ ଚାଲନ୍ତୁ ଜାଣିବା କିପରି ଆପଣଙ୍କ ଶରୀର ଉପରେ ପ୍ରଭାବ ବିସ୍ତାର କରେ ମୋବାଇଲ୍ ଫୋନ୍ ।

ଏମ୍ସର ରିସର୍ଚ୍ଚ ଟିମଙ୍କ କହିବାନୁସାରେ, ଅଧିକ ସମୟ ପର୍ଯ୍ୟନ୍ତ ଫୋନ୍ ବ୍ୟବହାର କରିବା ଦ୍ୱାରା ବ୍ରେନ୍ ଟ୍ୟୁମର୍ ସମସ୍ୟା ଉପୁଜିପାରେ । ଏହାସହିତ ଅନିଦ୍ରାପଣ ଓ ଡିପ୍ରେସନ୍ ଭଳି ରୋଗର ଶିକାର ଆପଣମାନେ ହୋଇପାରନ୍ତି । ଏହାଦ୍ୱାରା ଆମ ମସ୍ତିସ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ତେବେ ଏଥିରୁ କିପରି ବର୍ତ୍ତିବେ ଚାଲନ୍ତୁ ଜାଣିବା ।

ଆଜିକାଲି ଅନେକ ଲୋକ ବ୍ୟସ୍ତତା ମଧ୍ୟରେ ସକାଳ ସମୟରେ ବ୍ରେକଫାଷ୍ଟ କରିବା ଭୁଲିଯାଆନ୍ତି । ଯଦି ଆପଣଙ୍କ ସହିତ ଏହା ଅଧିକ ହେଉଛି ତେବେ ସାମଧାନ ରୁହନ୍ତୁ । କାରଣ ସକାଳ ସମୟରେ ବ୍ରେକଫାଷ୍ଟ ନ କରିବା ଦ୍ୱାରା ଏହା ଆମ ମସ୍ତିସ୍କକୁ ନ୍ୟୁଟ୍ରିସନ୍ ମିଳିପାରି ନଥାଏ । ଏହି କାରଣରୁ ମସ୍ତିସ୍କ ଠିକ୍ ଭାବରେ କାମ କରିନଥାଏ ।

ଅଧିକ ଲୁଣ ଖାଇବାରୁ ଦୂରେଇ ରୁହନ୍ତୁ
ରିପୋର୍ଟ ମୁତାବକ, ଅଧିକ ଲୁଣ ଖାଇବା ଦ୍ୱାରା ଅନେକ ପ୍ରକାରର ସମସ୍ୟା ଶରୀରରେ ଦେଖାଯାଇଥାଏ । ଅଧିକ ଲୁଣ ଖାଇଲେ ରକ୍ତଚାପ ବଢ଼ିଥାଏ । ଯାହାଫଳରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ସମ୍ଭାବନା ଥାଏ । ଡାକ୍ତର ମାନେ ମଧ୍ୟ କମ୍ ପରିମାଣର ଲୁଣ ଖାଇବା ପାଇଁ ପରାମର୍ଶ ଦିଅନ୍ତି ।

ଅଧିକ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ
ସେହିପରି କିଛି ଲୋକ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ଚକରରେ ଖୁବ୍ ଅଧିକ ଖାଇଦିଅନ୍ତି । ଅର୍ଥାତ୍ ଶରୀରକୁ ଦରକାର ପଡୁଥିବା ଖାଦ୍ୟ ଠାରୁ ଅଧିକ ଖାଦ୍ୟ ଖାଇଥାଆନ୍ତି । ତେବେ ଏହିପରି ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିବା ସହିତ ମସ୍ତିସ୍କର କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏପରିକି ଅଧିକ କ୍ୟାଲେଶରୀ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ସ୍ମରଣଶକ୍ତି ଚାଲିଯିବା ଭଳି ମାମଲା ମଧ୍ୟ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking