32.1 C
Bhubaneswar
Friday, April 26, 2024
Homeଏକ୍ସକ୍ଲୁସିଭ୍କଟକରେ ମେଡ଼ିକାଲ ପାଇଁ ଏସଓପି ଜାରି

କଟକରେ ମେଡ଼ିକାଲ ପାଇଁ ଏସଓପି ଜାରି

କଟକ : କଟକ ସହରରେ ସମସ୍ତ ମେଡ଼ିକାଲ ପାଇର୍ ଏସଓପି ଜାରି କରାଯାଇଛି । କରୋନା ସ୍ଥିତି ନେଇ ଜିଲ୍ଲପାଳଙ୍କ ଅଫିସ୍‌ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ କରୋନା ଜିଲ୍ଲା ପର୍ଯ୍ୟବେକ୍ଷକ ସୌରଭ ଗର୍ଗ ପ୍ରତିକ୍ରିୟା ରଖିଛନ୍ତି । ଶିଶୁ ଭବନ , ଏସସିବି ଓ ଆଜାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପାଇଁ ଏସଓପି ଜାରି କରାଯାଇଛି । ଏହି ୩ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ସ୍ୱତନ୍ତ୍ର ଏସଓପିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକ ବଡ଼ ମେଡ଼ିକାଲରେ ଯେପରି ପୂର୍ବପରି ସଂକ୍ରମଣ ନ ବ୍ୟାପେ ସେ ନେଇ ଦୃଷ୍ଟି ଦିଆଯିବ । ଏବେ ଲକଡାଉନ ଜାଲିଛି । କଟକ ସହର ଓ ମେଡ଼ିକାଲ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରହିବ । ଏଥିସହ ସୌରଭ ଗର୍ଗ କହିଛନ୍ତି ଯେ , ସ୍ୱତନ୍ତ୍ର ଟିମ ଦ୍ୱାରା କଟକ ସହରରେ ସର୍ଭେଲାନ୍ସ କରାଯିବ ।
କଟକ ସହରରେ ଗତକାଲି ସୁଦ୍ଧା ୩୨୩ଟି କରୋନା ପଜିଟିଭ କେସତ ଚିହ୍ନଟ ହୋଇଥିବା ବେଳେ ୧୮୧ ଜଣ ସୁସ୍ଥ ହୋଇଥିଲେ । ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୫ ଟି ଆକ୍ଟିଭ କେସ୍ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking