30.1 C
Bhubaneswar
Saturday, May 4, 2024
Homeଓଡିଶାଜନ୍ମଦିନରେ ୟୁକ୍ରେନ୍‌ରେ ଫସିଥିବା ପୁଅ ସହ ଭିଡିଓ କଲ୍‌ରେ କାନ୍ଦିଲେ ବାପା-ମା’

ଜନ୍ମଦିନରେ ୟୁକ୍ରେନ୍‌ରେ ଫସିଥିବା ପୁଅ ସହ ଭିଡିଓ କଲ୍‌ରେ କାନ୍ଦିଲେ ବାପା-ମା’

ଅନୁଗୁଳ : ମା’ ମୁଁ ଆଉ ପାରୁନି ମା’ । ମତେ ତୁମେ ଭୁଲି ଯାଅ । ମତେ ଲାଗୁନି, ମୁଁ ଏଠୁ ଆଉ ବଞ୍ଚିକି ଫେରି ପାରିବି । ନାଁ ବାବା ତମେ ମୋର ବ୍ରେଭ ବଏ, ଷ୍ଟ୍ରଙ୍ଗ ବଏ । ଦେହରେ ଯେତେ ବଳ ଅଛି ସେମିତି ଫାଇଟ କର ବାବା । ମାନସିକ, ଶାରୀରିକ ସବୁ ସ୍ତରରେ ଯେତେ ସମ୍ଭବ ହୋଇ ପାରୁଛି ଚେଷ୍ଟା କର ମୋ ଧନ । ଆମ ପାଖକୁ ଫେରି ଆସ । ସମସ୍ତେ ଏଠି ତୁମ ଆସିବା ବାଟକୁ ଚାହିଁ ରହିଛନ୍ତି । ଏ କଥା, ଗୋଟେ ମାଆ ଆଉ ପୁଅ ଭିତରର । ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ କଲୋନିର କିଶୋର ଚନ୍ଦ୍ର କର ଓ ମଞ୍ଜୁଶ୍ରୀ ଆଚାର୍ଯ୍ୟଙ୍କ ସାନ ପୁଅ ଆୟୁଷମାନ କର । ରାତି ପାହିଲେ ପୁଅର ଜନ୍ମଦିନ । ହେଲେ ଜନ୍ମଦିନ କଣ ପାଳିବେ, ପୁଅ ତାଙ୍କର କେମିତି ମୃତ୍ୟୁ ମୁଖରୁ ଫେରି ଆସିବ ସେ ଚିନ୍ତାରେ ବାପା ମାଆ । କାରଣ ପୁଅ ତାଙ୍କର ଏବେ ଯୁଦ୍ଧ ମାଟିରେ । ୟୁକ୍ରେନ୍‌ରେ ଫସି ରହିଛନ୍ତି । ଫେରିବା ପାଇଁ ଆୟୁଷ୍ମାନ୍ ଓ ତାଙ୍କ ସାଙ୍ଗସାଥୀ ସମସ୍ତେ ସଂଘର୍ଷ କରୁଛନ୍ତି । ତେଣୁ ପୁଅକୁ ମନେ ପକାଇ ଭିଡିଓ କଲ ମାଧ୍ୟମରେ ଶୁଭେଚ୍ଛା ଜଣାଇ କାନ୍ଦୁଛନ୍ତି ବାପା, ମା । ଆୟୁଷ୍ମାନ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ । ପ୍ରତିଥର ତାଙ୍କ ଜନ୍ମ ଦିନ ଏଇଠି ପାଳିଥାନ୍ତି ବାପା ମାଆ । ଖୁସିବାସିରେ ଘର ଉଛୁଳି ଉଠେ । କିନ୍ତୁ ଏଥର ଏମାନଙ୍କ ଉପରେ ଯେମିତି ଦୁଖର ପାହାଡ ଛିଡି ପଡିଛି । ପୁଅ କେମିତି ଭୟଙ୍କର ସ୍ଥିତିରୁ ଫେରି ଆସୁ ସେଥିପାଇଁ ସେମାନେ ପ୍ରାର୍ଥନା କରୁଛନ୍ତି । ତା’ କଥା ଭାବି ଭାବି ବ୍ୟାକୁଳ ହୋଇପଡୁଛନ୍ତି । ଆଉ ମାଆ ଆଖିରୁ ତ ଲୁହ ଶୁଖୁନି । ଯୋଉଠି ମୃତ୍ୟୁର ବିଭୀଷିକା ଭିତରେ ମାଆଟିଏ ତା ମନରେ ଟିକକ ଆଶା ବାନ୍ଧି ରଖିଛି, ପୁଅ ତାର ନିଶ୍ଚୟ ଫେରିବ । ଟିକେ ଟିକେରେ ଯେଉଁଠି ମୃତ୍ୟୁ ଲୁଚକାଳି ଖେଳୁଛି, ସେଠି ଏତେ ଦୂରରେ ଥିବା ବାପା ମା’ଙ୍କ ମନରେ ଆଶଙ୍କା ରହିବ । କେମିତି ପୁଅ ରକ୍ଷା କରିବ ନିଜକୁ । ସେ କଥା ବ୍ୟଥିତ କରୁଛି ସମସ୍ତଙ୍କୁ । ୟୁକ୍ରେନ ଆକାଶରୁ ଖାଲି ବର୍ଷୁଛି ମୃତ୍ୟୁର ଗୁଳିଗୋଳା । ଏପଟେ ପୁଅକୁ ମାନସିକ ସ୍ତରରେ ସାହସ ଦେବା ସହ ବୁଝାଉଛନ୍ତି, କିଭଳି ଆମ ଦେଶ ତରଫରୁ ସେମାନଙ୍କୁ ଉଦ୍ଧାର କରିବାର ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ଖୁବ ଶୀଘ୍ର ଉଦ୍ଧାର କରିବାକୁ ରାଜ୍ୟ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking