27.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ୱରରେ ଖୁବଶୀଘ୍ର ଗଡ଼ିବ ଇ-ବସ୍ ଓ ଇ-ରିକ୍ସା

ଭୁବନେଶ୍ୱରରେ ଖୁବଶୀଘ୍ର ଗଡ଼ିବ ଇ-ବସ୍ ଓ ଇ-ରିକ୍ସା

ଭୁବନେଶ୍ୱର: ସ୍ମାର୍ଟସିଟିରେ ଆରମ୍ଭ ହେବ ମୋ ଇ-ରାଇଡ୍ ସେବା । ମୋ ବସ୍ ଭଳି ଗଡ଼ିବ ମୋ ଇ-ରିକ୍ସା ଓ ଇ-ବସ୍ । ଆଉ ତାକୁ ଚଲାଇବେ ମହିଳା ଓ କିନ୍ନର । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ୍ ଆଣିଛି ଏହି ସୁଯୋଗ ।  ମହିଳା ଓ କିନ୍ନରଙ୍କ ପାଇଁ ନୂଆ ସୁଯୋଗ । ସମ୍ମାନର ସହ ବଞ୍ଚିବେ ଓ ଆତ୍ମନିର୍ଭରଶୀଳ ହେବେ । ଚଲାଇବେ ଇ-ରିକ୍ସା ଓ ଇ-ବସ୍ । କ୍ରୁଟ ସୃଷ୍ଟି କରିଛି ନୂଆ ସମ୍ଭାବନା । ଭୁବନେଶ୍ୱରରେ ଖୁବଶୀଘ୍ର ଗଡ଼ିବ ଇ-ବସ୍ ଓ ଇ-ରିକ୍ସା । ଏନେଇ ଗତ ୩ ମାସ ହେବ ପର‌୍ୟ୍ୟାୟକ୍ରମେ ଇଛୁକ ମହିଳା ଟ୍ରାନ୍ସଜେଣ୍ଡରଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଥିଓରୀ ସହିତ ପ୍ରାକ୍ଟିକାଲ ଟ୍ରେନିଂ ବ୍ୟବସ୍ଥା କରାଯାଇଛି । ରାଜରାସ୍ତାରେ ଯାତ୍ରୀମାନଙ୍କୁ ନେବା ସହ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ଦିଆଯାଉଛି ଟ୍ରେନିଂ । ଏଭଳି ଏକ କାମ ପାଇଁ ପ୍ରଶିକ୍ଷଣ ନେଇ ଖୁସି ପ୍ରକାଶ କରିବା ସହ ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ କରାଇଥିବାରୁ ବେଶ ଉତ୍ସାହିତ ଅଛନ୍ତି ।
ବର୍ତ୍ତମାନ କିଛି କିଛି ସ୍ଥାନରେ ପାଇଲଟ୍ ପ୍ରକଳ୍ପ ଭାବେ ଇ-ରିକ୍ସା ଚାଲୁ କରାଯାଇଛି । ଏପ୍ରିଲ୍ ମାସରେ ୫୦ଟି ଇ-ବସ୍ ଆସିବାର ଯୋଜନା ରହିଛି । ଏଥିପାଇଁ ଗାଢ଼କଣରେ ସ୍ୱତନ୍ତ୍ର ଇ-ବସ୍ ଡିପୋ କରାଯାଉଛି । ଏଥିପାଇଁ ୬୦ ପ୍ରତିଶତ ମହିଳା ଓ ଟ୍ରାନ୍ସଜେଣ୍ଡର (କିନ୍ନରଙ୍କ) ପ୍ରଶିକ୍ଷଣ ଶେଷ ହୋଇଛି । କେବଳ ଇ-ରିକ୍ସା ନୁହେଁ ଆବଶ୍ୟକ ପଡ଼ିଲେ ଇ-ବସ୍ ମଧ୍ୟ ମହିଳା ଓ କିନ୍ନରମାନେ ଚଲାଇବେ । ବର୍ତ୍ତମାନ ରାଜ୍ୟ ସରକାର ଇ-ଯାନକୁ ପ୍ରୋତ୍ସାହନ ଦେଉଥିବାବେଳେ ଇ-ବସ୍ ଓ ଇ-ରିକ୍ସା ସେବା ଖୁବଶୀଘ୍ର ଆରମ୍ଭ କରିବେ ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking