29.1 C
Bhubaneswar
Friday, May 10, 2024
Homeଅପରାଧଘରେ ପଶି ଇଞ୍ଜିନିୟରିଂ ଛାତ୍ରୀଙ୍କ ସହ ହେଲା କିଛି ଏପରି.........

ଘରେ ପଶି ଇଞ୍ଜିନିୟରିଂ ଛାତ୍ରୀଙ୍କ ସହ ହେଲା କିଛି ଏପରି………

ତ୍ରୀଶୁର: କେରଳର ତ୍ରିଶୁରରେ ଜଣେ  ଇଞ୍ଜିନିୟରିଂ ଛାତ୍ରୀଙ୍କୁ ତାଙ୍କ ଘରେ ପଶି ଜୀବନ୍ତ ଜଳାଇ ଦିଆଯାଇଛି। ଏହାପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି। ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ଗତ କିଛି ଦିନ ହେବ ପିଛା କରୁଥିଲା। ଘରେ ପଶି ତାଙ୍କୁ ନିଆଁ ଲଗାଇବା ବେଳେ ଆଖପାଖର ଲୋକେ ତାଙ୍କର ଚିତ୍କାର ଶୁଣିବାକୁ ପାଇ ସେଠାରେ ପହଁଞ୍ଚିଥିଲେ। କିନ୍ତୁ ସେତେବେଳେ ଖୁବ୍ ବିଳମ୍ବ ହୋଇସାରିଥିଲା। ପୋଲିସ ଏବେ ଏହି ମାମଲାର ତଦନ୍ତ କରୁଛି।

ପୋଲିସର ସୂଚନା ଅନୁସାରେ ଦୀର୍ଘ ଦିନ ହେବ  ନୀତିଶ(୩୨ବର୍ଷ) ନାମକ ଏହି ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ (୨୨ ବର୍ଷ) ପିଛା କରୁଥିଲେ। ଏପରିକି ବାରମ୍ବାର ମଧ୍ୟ ଅଭିଯୁକ୍ତ ଜଣକ ପ୍ରେମ ନିବେଦନ କରିସାରିଛି। କିନ୍ତୁ ଛାତ୍ରୀଜଣକ ତାଙ୍କୁ ପ୍ରତ୍ୟାଖାନ କରିଥିଲେ। ଯେଉଁଥିରେ ରାଗିଯାଇଥିଲା ଅଭିଯୁକ୍ତ। ତେଣୁ ସେ ଛାତ୍ରୀଜଣକୁ ପିଛା କରି ତାଙ୍କ ଘରେ ପଶିଯାଇଥିଳା ଓ ଜୀଅନ୍ତା ଜଳାଇ ଦେଇଥିଲା।

ଯେତେବେଳେ ତାଙ୍କ ଘର ପାଖ ଲୋକମାନେ ଘର ଭିତରେ ପ୍ରବେଶ କରିଥିଲେ ଛାତ୍ରୀଜଣକୁ ବାଥରୁମରେ ଜଳୁଥିବାର ଦେଖିବାକୁ ପାଇଥିଲେ। ସ୍ଥାନୀୟ ବିଧାୟକ କେ.ରାଜନ କହିଛନ୍ତି, ସନ୍ଦେହ କରାଯାଉଛି ଯେ ଅଭିଯୁକ୍ତ ଜଣକ ପଛପଟ କବାଟ ଦେଇ ଛାତ୍ରୀଙ୍କ ଘରେ ପ୍ରବେଶ କରିଛି। ଘଟଣା ସମୟରେ ଘରେ ଛାତ୍ରୀଜଣକ ତାଙ୍କର ଜେଜେ ମା’ଙ୍କ ସହିତ ଥିଲେ। ଉଲ୍ଲେଖନୀୟ ଯେ ଗତ ମାସରେ ମଧ୍ୟ କେରଳର ତରୁଭଲ୍ଲାରେ ଜଣେ ଯୁବକ ଠିକ୍ ଏଭଳି ଜଣେ କଲେଜ ଛାତ୍ରୀଙ୍କୁ ଜୀଅନ୍ତା ଜଳାଇ ମାରିଦେଇଥିଲେ। ଏବେ ପୋଲିସ ଏହାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking