32.1 C
Bhubaneswar
Saturday, May 4, 2024
Homeଓଡିଶାସୈାମ୍ୟଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କଲେ ଶ୍ୱେତାଙ୍କ ବାପା

ସୈାମ୍ୟଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କଲେ ଶ୍ୱେତାଙ୍କ ବାପା

ଭୁବନେଶ୍ୱର : ଶ୍ୱେତାଙ୍କ ବୟଫ୍ରେଣ୍ଡ ସୈାମ୍ୟଜିତ୍ ଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କଲେ ଶ୍ୱେତାଙ୍କ ବାପା ଓ ଭାଇ । ‘ସୌମ୍ୟଜିତ୍କୁ ତୁରନ୍ତ ଗିରଫ କରାଯାଉ। ସେ ମୋ ଝିଅକୁ ଶାରୀରିକ, ମାନସିକ ନିର‌୍ୟାତନା ଦେବାସହ ଆର୍ଥିକ ଶୋଷଣ କରୁଥିଲା।’ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ବାପା ସୁଶାନ୍ତ ଦାସ।
ସୌମ୍ୟଜିତ୍ଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ୍ ଖୋଜୁଛି ବୋଲି କହିବାକୁ ନେଇ ଶ୍ୱେତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପୋଲିସ ଯାହାକୁ ଖୋଜୁଛି, ପୂର୍ବରୁ ସେ ଥାନାକୁ ଆସିଥିଲେ। ସୌମ୍ୟ, ତାଙ୍କ ବାପାମା’ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନାକୁ ଆସିଥିଲେ। ଗତ ୨୧ ତାରିଖରେ ଏତଲା ଦେବାକୁ ଆସିଥିବା ବେଳେ ଥାନା ବାହାରେ ସୌମ୍ୟ ଓ ତାଙ୍କ ବାପାମା’ଙ୍କୁ ଦେଖିଥିବା ଶ୍ୱେତାଙ୍କ ବାପା କହିଛନ୍ତି। ଶ୍ୱେତାଙ୍କ ବାପା ଆହୁରି କହିଛନ୍ତି ଯେ, ଥାନାରୁ ବାହାରିବା ପରେ ସେମାନେ ଥାନା ଭିତରକୁ ଯାଇଥିଲେ। ସୌମ୍ୟଜିତକୁ ତୁରନ୍ତ ଗିରଫ କରାଯାଉ।’ ଏଣୁ ଏଭଳି ବ୍ୟକ୍ତିକୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଉ ବୋଲି ଶ୍ୱେତାଙ୍କ ବାପା ଦାବି କରିଛନ୍ତି। ଶ୍ୱେତାଙ୍କ ଭାଇ ମଧ୍ୟ ସୌମ୍ୟଙ୍କ ଗିରଫ ଦାବି କରିଛନ୍ତି।
ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ରହସ୍ୟ ଘେରରେ ଥିବାବେଳେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଶ୍ୱେତା ଆତ୍ମହତ୍ୟା ମାମଲାରେ ପୋଲିସର ପଦକ୍ଷେପକୁ ନେଇ ତାଙ୍କ ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking