26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶସୋସିଆଲ ମିଡ଼ିଆକୁ ନେଇ ସରକାରୀ କର୍ମଚାରୀଙ୍କ ଉପରେ କଟକଣା 

ସୋସିଆଲ ମିଡ଼ିଆକୁ ନେଇ ସରକାରୀ କର୍ମଚାରୀଙ୍କ ଉପରେ କଟକଣା 

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆକୁ ନେଇ ସରକାରୀ କର୍ମଚାରୀଙ୍କ ଉପରେ କଟକଣା । ହ୍ୱାଟ୍‌ସାଆପ୍ ଟେଲିଗ୍ରାମ୍ ବ୍ୟବହାର କରିପାରିବେନି ସରକାରୀ କର୍ମଚାରୀ । ଏନେଇ ଏକ ନିର୍ଦ୍ଦେଶାନାମାଜାରି ହୋଇଛି । ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ସରକାରୀ ଅଧିକାରୀଙ୍କୁ ଗୋପନୀୟ ସୂଚନା ବାଣ୍ଟିବା ପାଇଁ ହ୍ୱାଟ୍‌ସାଆପ, ଟେଲିଗ୍ରାମ ଭଳି ଆପ୍ ବ୍ୟବହାର କରିବାକୁ ବାରଣ କରାଯାଇଛି । ହ୍ୱାଟ୍‌ସାଆପ, ଟେଲିଗ୍ରାମ ପରି ଆପ୍‌ରେ ଗୁପ୍ତ ସୂଚନା ବାଣ୍ଟିବା ବିପଦ । କାରଣ ଘରୋଇ କମ୍ପାନୀଗୁଡିକ ସେମାନଙ୍କ ସର୍ଭରରେ ତଥ୍ୟ ରଖିଥାନ୍ତି । ତଥ୍ୟଗୁଡିକର ଅପବ୍ୟବହାର କରାଯାଇପାରେ । ଏଥି ପାଇଁ ଭିଡିଓ କନଫରେନ୍ସିଂରେ ବୈଠକ କରିବା ଏବଂ ଘରୁ କାର୍ଯ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ମଧ୍ୟ ବାରଣ କରାଯାଇଛି । ସମସ୍ତ ମନ୍ତ୍ରଣାଳୟକୁ ତୁରନ୍ତ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ଆଉ ଏଥିରେ ଆପଲ୍ ସିରି, ଆମାଜନ ଆଲେକ୍ସା, ଗୁଗୁଲ୍ ଆସିଷ୍ଟାଣ୍ଟ ଇତ୍ୟାଦି ସ୍ମାର୍ଟ ଡିଭାଇସ୍ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ଏଜେନ୍ସି କହିଛି । ରିପୋର୍ଟରେ କୁହାଯାଇଛି ଯେ ଅନେକ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟଗୁଡ଼ିକୁ ନିଜ ଫୋନରେ ସ୍କାନ କରି ରଖନ୍ତି । ପରେ ବିଭିନ୍ନ ଆପ୍ ମାଧ୍ୟମରେ ଏହାକୁ ଅନ୍ୟମାନଙ୍କ ସହ ସେୟାର କରନ୍ତି ଯାହା ସୁରକ୍ଷିତ ନୁହେଁ । ସବୁଠାରୁ ବଡ଼କଥା ହେଉଛି ସମସ୍ତ ମନ୍ତ୍ରଣାଳୟକୁ ପଠାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି କି, ବୈଠକ ସମୟରେ ଅଧିକାରୀ ମାନେ ସ୍ମାର୍ଟଫୋନ୍ ଏବଂ ସ୍ମାର୍ଟ ୱାଚ୍ ରୁମ୍ ବାହାରେ ରଖିବା ଉଚିତ୍ । ଏହା ବ୍ୟତୀତ ଅନେକ ସ୍ମାର୍ଟ ଡିଭାଇସର ବ୍ୟବହାର ମଧ୍ୟ ଅଫିସରେ ନିଷେଧ କରାଯାଇଛି । ଭର୍ଚୁଆଲ୍ ମିଟିଂ କରିବାକୁ ବାରଣ କରାଯାଇଛି । ଭିଡିଓ କନଫରେନ୍ସିଂ ପାଇଁ ତୃତୀୟ ପକ୍ଷ ଆପ୍ଲିକେସନ୍ ବଦଳରେ ସମସ୍ତ ଅଧିକାରୀ ଏବଂ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଭର୍ଚୁଆଲ୍ ସେଟଅପ୍ ବ୍ୟବହାର କରିବା ଉଚିତ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking