27.8 C
Bhubaneswar
Thursday, April 18, 2024
Homeଅପରାଧକାଠ ଫାଳିଆରେ ବାପାଙ୍କୁ ପିଟିପିଟି ହତ୍ୟା କଲା ପୁଅ

କାଠ ଫାଳିଆରେ ବାପାଙ୍କୁ ପିଟିପିଟି ହତ୍ୟା କଲା ପୁଅ

ରାଉରକେଲା: ଘରୋଇକଳିକୁ କେନ୍ଦ୍ରକରି ପୁଅର କାଠ ଫାଳିଆ ମାଡରେ ବାପର ମୃତ୍ୟୁ ହୋଇଛି । ଏମିତି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ । ମୃତ ଜଣକ ହେଲେ ବିଶ୍ରା ଥାନା ଅନ୍ତର୍ଗତ ବାଙ୍ଗରୁକେଲାର ମଙ୍ଗଲ ମୁଣ୍ଡାରୀ (୫୫) । ବିଶ୍ରା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବିଶ୍ରା ଡାକ୍ତରଖାନାକୁ ପଠାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ହତ୍ୟାକାରୀ ପୁଅ ବୁଧରାମ ମୁଣ୍ଡାରୀ (୨୯)କୁ ପୋଲିସ ଗିରଫ କରିବା ସହ ରକ୍ତଭିଜା କାଠ ଫାଳିଆକୁ ଜବତ କରିଛି । ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ବାପା ମଙ୍ଗଲ ଓ ପୁଅ ବୁଧରାମ ଘର ଆଗରେ ବସିଥିଲେ । ପରିବାର କୌଣସି କଥାକୁ ନେଇ ଉଭୟ ବାପ-ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ପୁଅ ଘର ଆଗରେ ପଡିଥିବା କାଠ ଫାଳିଆ ଆଣି ବାପ ମଙ୍ଗଳକୁ ପ୍ରାଣାତ୍ମକ ଆକ୍ରମଣ କରିଥିଲେ । ଗୁରୁତର ମଙ୍ଗଳକୁ ପଡୋଶୀମାନେ ଉଦ୍ଧାର କରି ବିଶ୍ରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking