29.1 C
Bhubaneswar
Sunday, May 5, 2024
HomeUncategorizedସାପ ଉଦ୍ଧାର କରିବାକୁ ଯାଇ ଦଂଶନରେ ଗୁରୁତ୍ତର ଉଦ୍ଧାରକାରୀ କଟକ ସ୍ଥାନାନ୍ତର

ସାପ ଉଦ୍ଧାର କରିବାକୁ ଯାଇ ଦଂଶନରେ ଗୁରୁତ୍ତର ଉଦ୍ଧାରକାରୀ କଟକ ସ୍ଥାନାନ୍ତର

  
 ମୟୂରଭଞ୍ଜ : ବିଷାକ୍ତ ଚନ୍ଦ୍ରବୋଡ଼ା ସାପ ଉଦ୍ଧାର କରିବାକୁ ସର୍ପ ଦଂଶନରେ ଉଦ୍ଧାରକାରୀ ଗୁରୁତ୍ତର। ଏଭଳିଘଟଣା ସାମ୍ନାକୁ ଆସିଛି ବଡ଼ସାହି ଥାନା ଅଞ୍ଚଳରେ। ଖବରପାଇ ସ୍ଥାନୀୟ ଅଞ୍ଚଳରେ ସ୍ନେକ ରେସକ୍ୟୁ ପାଇଁ ପରିଚିତ ଯୁବକ ଯତୀନ ନାୟକ ଆସିଥିଲେ ଘଟଣାସ୍ଥଳକୁ। ନିଜ ଉଦ୍ୟମରେ କୌଶଳର ସହ ବିଷାକ୍ତ ଚନ୍ଦ୍ରବୋଡ଼ା ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଡ଼ବାରେ ପୂରାଇବା ସମୟରେ ଦଂଶନର ଶିକାର ହୋଇଥିଲେ। ତେବେ ସଙ୍ଗେ ସଙ୍ଗେ ତାଙ୍କୁ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ, ବାରିପଦାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ବିଗିଡ଼ିବାରୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପରେ ଅଭିଜ୍ଞ ସ୍ନେକ ହେଲ୍ପଲାଇନ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଛାୟତ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ବିଷାକ୍ତ ଚନ୍ଦ୍ରବୋଡା ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଦେବା ସହ ସର୍ପ ଦଂଶନରେ ଗୁରୁତ୍ତର ଯତୀନ ନାୟକଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking