40.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଟଙ୍କା ଲୁଟ

ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଟଙ୍କା ଲୁଟ

 

କଳାହାଣ୍ଡି : ଜିଲ୍ଲାର ଜୟପାଟଣା ବ୍ଳକ ରଣମାଲ ଗ୍ରାମପଞ୍ଚାୟତ ଅନର୍ଗତ ଭୁର୍ଷିଗୁଡାର ଅଞ୍ଜନା ଲହଜଲ ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ୨୪ହଜାର ୪ସହ ୪୦ଟଙ୍କା ଙ୍କୁ ହଡପ କରିଥିବା ଅଭିଯୋଗ ହୋଇଥିଲା। ଅଞ୍ଜନାଙ୍କ ଅଭିଯୋଗ ଅନୁସାରେ ଆର୍ଥିକ ବର୍ଷ ୨୦୨୦-୨୧ମସିହାରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହଟିଏ ପାଇଥିଲେ।ଗତ ୨୬/୧୦/୨୦୨୦ ରେ ଟଙ୍କା ଏକାଉଣ୍ଟ ରେ ୨୦ହଜାର ଟଙ୍କା ପ୍ରଥମ କିସ୍ତି ପଢିଥିଲା।ସେ ଏ ନେଇ ଗତ ୩/୧୧/୨୦୨୦ ରେ ବାଣ୍ଡି ଗାଁ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମିନି ବ୍ୟାଙ୍କ ରେ ଟଙ୍କା ଉଠାଣ କରିଥିବା ପାସବୁକ ରେ ରହିଛି। । ।କିନ୍ତୁ ବାଣ୍ଡି ଗାଁ ମିନି ବ୍ୟାଙ୍କ ର କର୍ମଚାରୀ ତାଙ୍କୁ କୋଣସି କାରଣ ଦର୍ଶାଇ ଟଙ୍କା ନଦେଇ କିଛି ଦିନ ପରେ ଆସିବାକୁ କହିଥିଲେ।ସରଳ ଅଞ୍ଜନା ପରେ କିଛି ଦିନ ମିନି ବ୍ୟାଙ୍କ କୁ ଟଙ୍କା ଆଣିବା ପାଇଁ ଯାଇଥିଲେ ମଧ୍ୟ ତାଙ୍କୁ ଟଙ୍କା ମିଳୁନଥିଲା।ବରଂ ପୁଣି ୨/୧୨/୨୦ରେ ଅଞ୍ଜନା ଙ୍କ ଏକାଉଣ୍ଟ ରେ ମନରେଗା ଯୋଜନା ରେ ପଡିଥିବା ୪ହଜାର ୪ଶହ ୪୦ଟଙ୍କା ଉଠାଣ ହୋଇଥିବା ପାସବୁକ ଦର୍ଶାଯାଇଛି।ଏମିତି ସର୍ବମୋଟ ୨୦ହଜାର ୪ଶହ ୪୦ଟଙ୍କା ସମ୍ପୂର୍ଣ୍ଣ ଭାବେ ହଡପ ହୋଇଥିଲା।କିନ୍ତୁ ଏ ସମ୍ପର୍କରେ ଅଞ୍ଜନା ଅଜ୍ଞ ଥିଲେ।ପରେ ସେ ବିଜମରା ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ନିଜର ପାସବୁକ କୁ ଆପଟୁଡେଟ କରିଥିଲେ ଓ ଜାଣିବାକୁ ପାଇଥିଲେ ଯେ ତାଙ୍କ ଟଙ୍କା ଉଠାଣ ହୋଇଛି।ସେ ଏ ନେଇ ବାରମ୍ବାର ବାଣ୍ଡି ଗାଁ ମିନି ବ୍ୟାଙ୍କ କର୍ମଚାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଅଞ୍ଜନା କୁ ବିଭନ୍ନ ଆଲ ଦେଖାଇ ଭୁଆଁ ବୁଲାଇ ଥିବା ଅଭିଯୋଗ କରିଛନ୍ତି ସେ।ପ୍ରଧାନମନ୍ତ୍ରୀ ଆବାସ ଗୃହ ର ପ୍ରଥମ କିସ୍ତି ଠାରୁ ଆଜିକୁ ତିନି ମାସ ହେଉଥିଲେ ମଧ୍ୟ ତାଙ୍କର ଟଙ୍କା ମିଳିନଥିଲା।ତେଣୁ ସେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ନକରି ପରି ଭାଗ୍ୟ କୁ ଆଦରି ବସିଥିଲେ।ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଜାଣିଲା ପରେ ବାଣ୍ଡି ଗାଁ ମିନି ବ୍ୟାଙ୍କ କର୍ମଚାରୀ ଅଞ୍ଜନା ଙ୍କୁ ୨୦ହଜାର ଟଙ୍କା ଫେରସ୍ତ ଦେଇଥିବା ବେଳେ ବର୍ତ୍ତମାନ ୪ହଜାର ୪ଶହ୪୦ଟଙ୍କା ବାକି ଅଛି।ସେ ଟଙ୍କା କିଏ ଦେବ ଓ ଗରିବ ନିରୀହ ଲୋକଙ୍କୁ ଏପରି କାହିଁକି କରାଯାଇଛି ତାହା ତଦନ୍ତ ସାପେକ୍ଷ।ବ୍ୟାଙ୍କ ଓ ଗ୍ରାହକ ଙ୍କ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାଙ୍କ ତରଫରୁ କଡାକଡି ନିୟମ ରହିଥିଲେ ମଧ୍ୟ ବାଣ୍ଡି ଗାଁ ମିନି ବ୍ୟାଙ୍କ ରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ଏହାର ଏକ ତଦନ୍ତ ହେଲେ ବହୁ ସତ୍ୟ ଘଟଣା ଉପରେ ଜଣାପଡିବ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking