30.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୪୩ ହଜାର କୋଟିରେ ନିର୍ମିତ ହେବ ୬ଟି ବୁଡାଜାହାଜ

୪୩ ହଜାର କୋଟିରେ ନିର୍ମିତ ହେବ ୬ଟି ବୁଡାଜାହାଜ

ନୂଆଦିଲ୍ଲୀ : ନୌବାହିନୀ ପାଇଁ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଯାୟୀ ସ୍ୱଦେଶୀ କାରିଗରୀ କୌଶଳରେ ୬ଟି ବୁଡାଜାହାଜ (ସବ୍‌ମେରାଇନ୍‌) ନିର୍ମାଣ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ୪୩,୦୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଛି । ଏଥିପାଇଁ ନୌବାହିନୀ ପକ୍ଷରୁ ଆବଶ୍ୟକ ନକ୍‌ସା ଓ ପ୍ରକଳ୍ପ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ମହାସାଗରରେ ଚୀନ୍ ଯୁଦ୍ଧଜାହାଜର ପତିଆରା ବୃଦ୍ଧି ପାଉଥିବାବେଳେ ଏହାର ଉଚିତ ମୁକାବିଲା କରିବାକୁ ଏଭଳି ଅତ୍ୟାଧୁନିକ ବୁଡାଜାହାଜର ଆବଶ୍ୟକତା ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପକୁ ବି-୭୫ ନାମରେ ନାମିତ କରାଯାଇଛି ।

ଏହି ବୁଡାଜାହାଜରେ ଏୟାର ଇଣ୍ଡିପେଣ୍ଡେଣ୍ଟ ପ୍ରପଲସନ ସିଷ୍ଟମ ରହିବା ସହ ସେଗୁଡିକ ଦୀର୍ଘ ସମୟ ଧରି ପାଣି ଭିତରେ ରହିପାରିବାର କ୍ଷମତା ରଖିବ । ଏଭଳି ବୁଡାଜାହାଜ ନିର୍ମାଣ ପାଇଁ କେନ୍ଦ୍ର ସରକାର ୨୦୨୦ ଜାନୁଆରୀରେ ୨ଟି ଭାରତୀୟ ଓ ୫ଟି ବିଦେଶୀ ଜାହାଜ ନିର୍ମାଣକାରୀ ସଂସ୍ଥାର ଟେଣ୍ଡରକୁ ସ୍ୱୀକୃତି ଦେଇସାରିଛନ୍ତି । ୨୦୨୮ ସୁଦ୍ଧା ଏହି ଧରଣର ପ୍ରଥମ ବୁଡାଜାହାଜ ନୌବାହିନୀରେ ସାମିଲ ହେବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking