29.1 C
Bhubaneswar
Monday, May 6, 2024
Homeକରୋନାରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୪୦୦ ଟଙ୍କା ହିସାବରେ ମିଳିବ କୋଭିସିଲ୍ଡ ଟିକା

ରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୪୦୦ ଟଙ୍କା ହିସାବରେ ମିଳିବ କୋଭିସିଲ୍ଡ ଟିକା

ନୂଆଦିଲ୍ଲୀ: କୋଭିସିଲଡ ଟିକା ପାଇଁ ଦର ଧାର୍ଯ୍ୟ କରିଛି ସେରମ ଇନଷ୍ଟିଚ୍ୟୁଟ । ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା ହୋଇଛି । ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ୍ ପିଛା ଦର ୪ ଶହ ଟଙ୍କା ରହିବ । ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ୍ ପିଛା ୬ ଶହ ଟଙ୍କା ଧାର୍ଯ୍ୟ ହୋଇଛି । ଟିକାକରଣ ଗତିଶୀଳ କରିବାକୁ ନୂଆ ନିୟମ କରିଛି କେନ୍ଦ୍ର । ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲକୁ ଟିକା ଦେବାକୁ କେନ୍ଦ୍ର କହିଛି । ଟିକା ଉତ୍ପାଦକ ଓ ଘରୋଇ ହସ୍ପିଟାଲକୁ ୫୦ ପ୍ରତିଶତ ଟିକା ଦେଇପାରିବେ । ମେ ୧ ରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତି ଟିକା ନେଇପାରିବେ ।
କମ୍ପାନୀ ଅନୁସାରେ, ରାଜ୍ୟ ସରକାରମାନେ କୋଭିସିଲ୍ଡ ଭ୍ୟାକ୍ସିନକୁ ୪୦୦ ଟଙ୍କା ପ୍ରତି ଡୋଜ୍ ରେ କିଣିପାରିବେ । ସେହିଭଳି ଘରୋଇ ହସ୍ପିଟାଲମାନେ ଏଥିପାଇଁ ୬୦୦ ଟଙ୍କା ଦେବେ । ଏହାବ୍ୟତୀତ କେନ୍ଦ୍ର ସରକାରଙ୍କୁ ଏହା ୧୫୦ ଟଙ୍କା ପ୍ରତି ଡୋଜ୍ ମିଳିବ । କମ୍ପାନୀ ଏହି ଦୁଇ ଦର ଘୋଷଣା କରିଛି । କେନ୍ଦ୍ର ସରକାର ସୋମବାର କହିଥିଲେ ଯେ, ମେ ୧ ରୁ ୧୮ ବର୍ଷରୁ ଅଧିକ ବୟସର ଲୋକେ କୋଭିଡ ୧୯ ସଂକ୍ରମଣ ରୋକିବା ପାଇଁ ଟିକା ନେଇପାରିବେ ।

ଏକ ବୟାନରେ ସେରମ ଇନଷ୍ଟିଚ୍ୟୁଟ କହିଛି ଯେ, ବିଶ୍ୱ ସ୍ତରରେ ଭାରତରେ ଟିକା ଦର କମ୍ । ଆମେରିକାନ ଭ୍ୟାକ୍ସିନ ୧୫୦୦ ଟଙ୍କା ପ୍ରତି ଡୋଜ୍ ପିଛା ରହିଛି । ସେହିଭଳି ଋଷିଆନ ଭ୍ୟାକ୍ସିନ ଗୋଟିଏ ଡୋଜ୍ ପାଇଁ ୭୫୦ ଟଙ୍କା ରହିଛି । ଚାଇନିଜ ଭ୍ୟାକ୍ସିନ ର ଦାମ ବି ୭୫୦ ଟଙ୍କ ପ୍ରତି ଡୋଜ୍ ରହିଛି । ଏହାକୁ ଦେଖିଲେ ଭାରତରେ ଟିକା ଦର ଅନ୍ୟ ଦେଶର ଭ୍ୟାକ୍ସିନ ଦରରୁ କମ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking