29.1 C
Bhubaneswar
Sunday, April 28, 2024
Homeଖେଳଶୁଟିଂ ବିଶ୍ୱକପ୍‌: ଭାରତକୁ ତୃତୀୟ ସ୍ୱର୍ଣ୍ଣ

ଶୁଟିଂ ବିଶ୍ୱକପ୍‌: ଭାରତକୁ ତୃତୀୟ ସ୍ୱର୍ଣ୍ଣ

ଚାଙ୍ଗ୍‌ୱୋନ୍ : ଏଠାରେ ତାଲିଥିବା ଆଇଏସ୍‌ଏସ୍‌ଏଫ୍ ଶୁଟିଂ ବିଶ୍ୱକପ୍‌ରେ ଭାରତ ଗୁରୁବାର ପୁରୁଷ ୧୦ ମି. ଏୟାର୍ ରାଇଫଲ୍ ଟିମ୍‌ରେ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛି । ତେବେ ଅନ୍ୟ ତିନିଟି ଇଭେଣ୍ଟ୍‌ର ସ୍ୱର୍ଣ୍ଣ ପଦକ ହାତଛଡ଼ା କରିଛି । ଆୟୋଜକ ସାଉଥ୍ କୋରିଆକୁ ୧୭-୧୫ରେ ହରାଇ ଅର୍ଜୁନ ବାବୁଟା, ଶାହୁ ତୁଷାର ମାନେ ଏବଂ ପାର୍ଥ ମଖିଜାଙ୍କ ଭାରତୀୟ ଟିମ୍ ଏହି ସ୍ୱର୍ଣ୍ଣ ପଦକ ଜିତିଛି । ବାବୁଟାଙ୍କର ଏହା ଟୁର୍ଣ୍ଣାମେଣ୍ଟ୍‌ରେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହୋଇଥିବା ବେଳେ ମେହୁଲ ଘୋଷଙ୍କ ସହ ମିକ୍ସଡ୍ ଏୟାର୍ ରାଇଫଲ୍ ସ୍ୱର୍ଣ୍ଣ ପଦକ ପରେ ଶାହୁ ମାନେଙ୍କର ମଧ୍ୟ ଦ୍ୱିତୀୟ ସ୍ୱର୍ଣ୍ଣ । ତେବେ ରମିତା ଜିନ୍ଦଲ, ଏଲାଭେନିଲ୍ ଭାଲାରିଭାନ୍ ଏବଂ ମେହୁଲି ଘୋଷଙ୍କ ଭାରତୀୟ ମହିଳା ଏୟାର୍ ରାଇଫଲ୍ ଟିମ୍ କ୍ୱାଲିଫିକେସନ୍ ପର୍ଯାୟରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲ୍‌ରେ କୋରିଆ ଟିମ୍‌ଠାରୁ ୧୬-୧୦ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି ।

ସେହିପରି ପୁରୁଷ୍ ଏୟାର୍ ପିସ୍ତଲ ଇଭେଣ୍ଟ୍‌ରେ ଇଟାଲୀ ଟିମ୍‌ଠାରୁ ୧୭-୧୫ରେ ହାରି ଶିବ ନରୱାଲ୍‌, ନବୀ ଏବଂ ସାଗର ଡାଙ୍ଗିଙ୍କ ଭାରତୀୟ ଟିମ୍ ରୌପ୍ୟ ପଦକ ଜିତିଛି । ମହିଳା ଏୟାର୍ ପିସ୍ତଲ୍ ଇଭେଣ୍ଟ୍‌ରେ ଇଟାଲୀ ଟିମ୍ ପଲକ ଘୁଲିଆ, ରିଦିମ୍ ସାଙ୍ଗୱାନ୍ ଏବଂ ୟୁବିକା ତୋମରଙ୍କ ଭାରତୀୟ ଟିମ୍‌କୁ ୧୬-୧୨ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି । ମିକ୍ସଡ ଟ୍ରାପ୍‌ରେ ଭାରତର ପ୍ରୀତି ରଜକ- ପୃଥ୍ୱୀରାଜ ଟୋଣ୍‌ଡାଇମାନ୍ (୧୩୫) ଏବଂ ନୀରୁ- ଭୋଓନୀଶ ମେଣ୍ଡିରାଟ୍ଟା (୧୩୪) ଯଥାକ୍ରମେ ନବମ ଏବଂ ଦଶମ ସ୍ଥାନରେ ରହିଥିଲେ । ଏହା ସତ୍ତ୍ୱେ ଗୁରୁବାର ଭାରତୀୟ ଶୁଟର୍‌ଙ୍କ ପ୍ରଦର୍ଶନ ଉନ୍ନତ ଥିଲା ଏବଂ ଭାରତ ତିନିଟି ସ୍ୱର୍ଣ୍ଣ, ଚାରିଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ୍ ସହ ପଦକ ଟେବଲ୍ ଶୀର୍ଷକୁ ଶୀର୍ଷକୁ ଉଠିଥିଲା । ତିନିଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ସହ କୋରିଆ ଦ୍ୱିତୀୟ ସ୍ଥାନକୁ ଉଠିଥିବା ବେଳେ ତିନିଟି ସ୍ୱର୍ଣ୍ଣ ସହ ସର୍ବିୟା ଶୀର୍ଷରୁ ତୃତୀୟ ସ୍ଥାନକୁ ଖସିଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking