29.1 C
Bhubaneswar
Saturday, April 27, 2024
Homeମନୋରଞ୍ଜନ‘ଇଣ୍ଡିଆନ ପୁଲିସ ଫୋର୍ସ’ର ଶୁଟିଂ ବେଳେ ଦୁର୍ଘଟଣାର ଶିକାର ହେଲେ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା

‘ଇଣ୍ଡିଆନ ପୁଲିସ ଫୋର୍ସ’ର ଶୁଟିଂ ବେଳେ ଦୁର୍ଘଟଣାର ଶିକାର ହେଲେ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଖୁବଶୀଘ୍ର ରୋହିତ ଶେଟ୍ଟୀଙ୍କ ଓ୍ବେବ ସିରିଜ ଇଣ୍ଡିଆନ ପୁଲିସ ଫୋର୍ସରେ ନଜର ଆସିବେ । ଅଭିନେତ୍ରୀ ଏହାର ସୁଟିଂ ସହ ଯୋଡ଼ି ହୋଇଥିବା ଫଟୋ ଏବଂ ଭିଡ଼ିଓ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥାନ୍ତି । କିନ୍ତୁ ଏହା ମଧ୍ୟରେ ଅଭିନେତ୍ରୀ କିଛି ଏଭଳି ପୋଷ୍ଟ କରିଛନ୍ତି କି ଯାହା ଫଳରେ ତାଙ୍କର ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି । ଅଭିନେତ୍ରୀ ଶୁଟିଂ ସମୟରେ ଆହତ ହୋଇଛନ୍ତି । ଯାହାଦ୍ବାରା ତାଙ୍କ ଗୋଡ଼ରେ ଏକ ଲମ୍ବା ପ୍ଲାଷ୍ଟର ବନ୍ଧାଯାଇଛି । ସେ ତାଙ୍କର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ଫ୍ୟାନ୍ସମାନଙ୍କୁ ଖୁବଶୀଘ୍ର ଫେରିବେ ବୋଲି କଥା ଦେଇଛନ୍ତି । ଶିଳ୍ପା ଶେଟ୍ଟୀ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ହୁଇଲ୍ ଚେୟାରରେ ବସିଥିବା ନଜର ଆସୁଛନ୍ତି । ଏହି ଫଟୋରେ ତାଙ୍କ ଗୋଡ଼ର ଜଙ୍ଘରୁ ନେଇ ତଳ ପର୍ଯ୍ୟନ୍ତ ବଡ଼ ପ୍ଲାଷ୍ଟର ବନ୍ଧା ଯାଇଛି । ମାତ୍ର ଅଭିନେତ୍ରୀ ଜଣଙ୍କ ଫଟୋରେ ହସୁଥିବାର ନଜର ଆସିବା ସହ ଭିକ୍ଟ୍ରିର ସାଇନ ଦେଉଥିବା ଦେଖାଯାଉଛନ୍ତି । ଏହି ଫଟୋକୁ ସେୟାର କରି ଶିଳ୍ପା ଲେଖିଛନ୍ତି କି, ରୋଲ, କ୍ୟାମେରା, ଆକ୍ସନ ଏବଂ ଗୋଡ଼ ଭାଙ୍ଗିଯାଇଛି । ୬ସପ୍ତାହ ପର‌୍ୟ୍ୟନ୍ତ ଆକ୍ସନରୁ ବାହାରେ । କିନ୍ତୁ ମୁଁ ଖୁବଶୀଘ୍ର ମଜବୁତ ଏବଂ ଭଲ ହୋଇ ଫେରିବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking