33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଏଥର ବିମାନ ଉଡାଇବେ କିନ୍ନର, ବଦଳିଲା ଡିଜିସିଏର ଗାଇଡଲାଇନ୍

ଏଥର ବିମାନ ଉଡାଇବେ କିନ୍ନର, ବଦଳିଲା ଡିଜିସିଏର ଗାଇଡଲାଇନ୍

ନୂଆଦିଲ୍ଲୀ : ଏଣିକି ବିମାନ ଚଳାଇପାରିବେ ତୃତୀୟଲିଙ୍ଗୀ । ଡିଜିସିଏ ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିଛି, ଯାହା ଅନୁଯାୟୀ ବାଣିଜ୍ୟିକ ପାଇଲଟ ହେବାକୁ ଇଚ୍ଛା କରୁଥିବା କିନ୍ନର ପ୍ରାର୍ଥୀମାନେ ଭାରତୀୟ ବାୟୁସେନାରେ ପାଇଲଟ୍ ପାଇଁ ଆବେଦନ କରିପାରିବେ । ଦେଶରେ ପ୍ରଥମ ଥର ପାଇଁ ପାଇଲଟ ହେବାକୁ ଇଚ୍ଛା କରୁଥିବା କିନ୍ନର ଫିଟନେସ୍ ପାଇଁ ଏରୋମେଡିକାଲ୍ ମୂଲ୍ୟାଙ୍କନ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ପଦକ୍ଷେପ ତୃତୀୟଲିଙ୍ଗୀ ସମାଜକୁ ସମୃଦ୍ଧ କରିପାରିବ ବୋଲି ସିଭିଲ ଆଭିଲଏସନ୍ ପକ୍ଷରୁ କୁହାଯାଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଏକ ସର୍କୁଲାର ଜାରି କରି କହିଛି ଯେ ,ଏଣ୍ଡୋକ୍ରାଇନୋଲୋଜିଷ୍ଟ କିମ୍ବା ବିଶେଷଜ୍ଞଙ୍କ ଦ୍ୱାରା ଦାଖଲ କରାଯାଇଥିବା ବିସ୍ତୃତ ଡାକ୍ତରୀ ରିପୋର୍ଟ ଆଧାରରେ ବାୟୁସେନା ଡାକ୍ତରମାନେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଚୟନ କରିପାରିବେ । ଡିଜିସିଏର ଏପରି ନିର୍ଦ୍ଦେଶନାମା ବାସ୍ତବରେ ଏତିହାସିକ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking