30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପୁଅକୁ ମୁକୁଳାଇବା ପାଇଁ ଶାହରୁଖ ଖାନ ପ୍ରସ୍ତୁତ କଲେ ଓକିଲଙ୍କ ସେନା

ପୁଅକୁ ମୁକୁଳାଇବା ପାଇଁ ଶାହରୁଖ ଖାନ ପ୍ରସ୍ତୁତ କଲେ ଓକିଲଙ୍କ ସେନା

ମୁମ୍ବାଇ : ଜେଲରେ ଥିବା ପୁଅ ଆର୍ଯ୍ୟନ ଖାନଙ୍କୁ ଜାମିନ ଦେବା ପାଇଁ ତାଙ୍କ ବାପା ତଥା ବଲିଉଡ ଅଭିନେତା ଶାହରୁଖ ଖାନ ଓକିଲଙ୍କ ସେନା ପ୍ରସ୍ତୁତ କରିଥିବାର ସୂଚନା ମିଳିଛି । କ୍ରୁଜ୍ ପାର୍ଟି ଡ୍ରଗ୍ ମାମଲାରେ ଫସି ରହିଥିବା ତାଙ୍କ ପୁଅ ଆରୟନ ଖାନଙ୍କୁ ଜାମିନ ଦେବା ପାଇଁ କେବଳ ଜଣେ ଓକିଲ ସତୀଶ ମାନସିନ୍ଦେଙ୍କ ଉପରେ ଭରସା କରିନାହାଁନ୍ତି । ବରଂ ଆଉ କିଛି ବରିଷ୍ଠ ଓକିଲଙ୍କୁ ମଧ୍ୟ ଏହି ମାମଲା ଲଢ଼ିବା ପାଇଁ ପଠାଇଛନ୍ତି । ରିୟା ଚକ୍ରବର୍ତ୍ତୀ ମାମଲାରେ ଲଢ଼ିଥିବା ବରିଷ୍ଠ ଓକିଲ ସତୀଶ ମାନସିନ୍ଦେ ଏହି ମାମଲାର ପ୍ରଥମେ ଓକିଲାତି କରିଥିଲେ । ଏହା ପରେ ସଲମାନ ଖାନଙ୍କୁ ହିଟ୍ ଆଣ୍ଡ ରନ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିବା ଅମିତ ଦେଶାଇଙ୍କୁ ମଧ୍ୟ ଆର୍ଯ୍ୟନଙ୍କୁ ଜାମିନ ଦେବାପାଇଁ ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ଭାରତ ସରକାରଙ୍କ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ବମ୍ବେ ହାଇକୋର୍ଟରେ ଆର୍ଯ୍ୟନ ଖାନଙ୍କ ଜାମିନକୁ ନେଇ ନିଯୁକ୍ତି ରଖିବେ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରେ ଚାଲିଛି ଆର୍ଯ୍ୟନଙ୍କ ବେଲ୍ ଆବେଦନର ଶୁଣାଣି । ଆର୍ଯ୍ୟନଙ୍କ ପାଇଁ ଲଢିବେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗୀ । ଜଷ୍ଟିସ ନିତନ ସମ୍ବରେ ମାମଲାର ଶୁଣାଣି ଚାଲିଛି । ଏପଟେ ଆର୍ଯ୍ୟନଙ୍କ ଜାମିନକୁ ବିରୋଧ କରିଛି ଏନସିବି । ବମ୍ବେ ହାଇକୋର୍ଟରେ ଏନସିବି ପକ୍ଷରୁ ଜବାବ ଦାଖଲ ହୋଇଛି । ସାକ୍ଷୀଙ୍କୁ ପ୍ରଭାବିତ କରାଯାଉଥିବା ଦର୍ଶାଯାଇଛି । ତେଣୁ ଅଭିଯୁକ୍ତଙ୍କୁ ବେଲ ନଦେବାକୁ ଏନସିବି କୋର୍ଟଙ୍କୁ ଅନୁରୋଧ କରିଛି । ଆର୍ଯ୍ୟନଙ୍କ ପାଇଁ ବେଲ୍ ମିଳିବ ନା ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି । ତଳ କୋର୍ଟରେ ନିରାଶ ହେବା ପରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜୁନିୟର କିଙ୍ଗ ଖାନ୍ । ପାଖାପାଖି ମାସେ ହେବାକୁ ବସିଲାଣି । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ହୋଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ । ଏବେ ସେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ବିଚାରଧୀନ କଏଦୀ ଭାବରେ ଅଛନ୍ତି । ଗତ ୨ ତାରିଖରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ହୋଇଥିଲେ । ତାଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ଏନସିବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking