38.1 C
Bhubaneswar
Friday, April 26, 2024
Homeଖେଳଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ସାକିବ୍ ଅଧିନାୟକ: ବିସିବ

ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ସାକିବ୍ ଅଧିନାୟକ: ବିସିବ

ଢାକା : ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଦେଶର ଭେଟେରାନ୍ ଅଲ୍‌ରାଉଣ୍ଡର୍ ସାକିବ୍‌-ଅଲ୍‌-ହସନ୍‌ଙ୍କୁ ଆଗାମୀ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଅଧିନାୟକ ଭାବେ ନିଯୁକ୍ତି ଦେଇଛି । ଶନିବାର ବିସିବି ମୁଖ୍ୟ ନମଜୁଲ୍ ହସନ୍‌ଙ୍କ ସହ ସାକିବ୍‌ଙ୍କର ରୁଦ୍ଧଦ୍ୱାର ବୈଠକ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଉପରୋକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଆସନ୍ତା ୨୭ରୁ ଆରମ୍ଭ ହେଉଥିବା ଏସିଆ କପ୍ ପାଇଁ ଦଳରେ ଏକାଧିକ ପରିବର୍ତ୍ତନ କରାଯାଇଥିବା ବେଳେ ସାକିବ୍‌ଙ୍କୁ ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ଲିଟ୍ଟନ୍ ଦାସ ଆଘାତଜନିତ କାରଣରୁ ଟିମ୍‌ରୁ ବାଦ୍ ପଡ଼ିଥିବା ବେଳେ ମୁଶଫିକର୍ ରହିମ୍‌, ସବୀର୍ ରହମାନ୍‌, ,ବାଦତ୍ ହୋସେନ୍ ଓ ମହମ୍ମଦ ସଫିଉଦ୍ଦିନ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ସେହିପରି ମୁନିମ୍ ଶାହରିଆର୍‌, ନଜମୁଲ୍ ହୋସେନ୍ ଓ ଶୋରିଫୁଲ୍ ଇସଲାମ୍ ଦଳରୁ ବାଦ୍ ପଡ଼ିଛନ୍ତି । କିନ୍ତୁ ପୂର୍ବରୁ ନୁରୁଲ୍ ହସନ୍‌ଙ୍କୁ ଟିମ୍‌ରୁ ବାଦ୍ ଦିଆଯାଇଥିଲେ ହେଁ ତାଙ୍କୁ ଶନିବାର ଦଳରେ ସ୍ଥାନ ଦିଆଯାଇଛି । ଦଳରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ଙ୍କ ଆବଶ୍ୟକତା ରହିଥିବାରୁ ସବୀର୍‌ଙ୍କୁ ସାମିଲ୍ କରାଯାଇଥିବା ବେଳେ ଅସ୍ତ୍ରୋପଚାର କରାଇଥିବା ନୁରୁଲ୍‌ଙ୍କ ଷ୍ଟିଚ୍ ଆସନ୍ତା ୨୧ ତାରିଖରେ ଖୋଲିବ । ଏହାପରେ ତାଙ୍କ ଫିଟ୍‌ନେସ୍ ପ୍ରମାଣିତ ହେଲେ, ତାଙ୍କୁ ଏସିଆ କପ୍‌ରେ ଖେଳିବାର ସୁଯୋଗ ମିଳିବ ବୋଲି ବିସିବି ମୁଖ୍ୟ ଚୟନକର୍ତ୍ତା ମିନାଜୁଲ୍ ଆବେଦିନ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking