27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଭେଣ୍ଟିଲେଟର୍‌ରେ ସଲ୍‌ମାଲ୍ ରୁଶ୍‌ଦୀ: ଅବସ୍ଥା ସଙ୍କଟାପନ୍ନ, ଗୋଟିଏ ଆଖି ହରାଇପାରନ୍ତି

ଭେଣ୍ଟିଲେଟର୍‌ରେ ସଲ୍‌ମାଲ୍ ରୁଶ୍‌ଦୀ: ଅବସ୍ଥା ସଙ୍କଟାପନ୍ନ, ଗୋଟିଏ ଆଖି ହରାଇପାରନ୍ତି

ନ୍ୟୁୟର୍କ : ନ୍ୟୁୟର୍କରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଭାରତ ଜନ୍ମିତ ବ୍ରିଟିଶ-ଆମେରିକୀୟ ଲେଖକ ସଲ୍‌ମାଲ୍ ରୁଶ୍‌ଦୀ ୧୨ ଘଣ୍ଟା ଧରି ଭେଣ୍ଟିଲେଟର୍‌ରେ ରହିଛନ୍ତି । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି । ରୁଶ୍‌ଦୀଙ୍କ ଏଜେଣ୍ଟ ଆଣ୍ଡ୍ର‌୍ୟୁ ୟିଲ୍ କହିଛନ୍ତି ସୋ କଥା କହିପାରୁ ନାହାନ୍ତି । ସେହିପରି ସେ ଗୋଟିଏ ଆଖି ହରାଇପାରନ୍ତି ବୋଲି ୟିଲ୍ କହିଛନ୍ତି । ତାଙ୍କ ଲିଭର୍‌ରେ ଗଭୀର ଆଘାତ ଲାଗିଛି । ଏହା ସହିତ ତାଙ୍କ ହାତର ଶିରାପ୍ରଶିରା ମଧ୍ୟ କଟିଯାଇଛି । ଶୁକ୍ରବାର ପଶ୍ଚିମ ନ୍ୟୁୟର୍କରେ ଏକ ଲାଇଭ୍ କାର୍ଯ୍ୟକ୍ରମ ଅବସରରେ ହାଦୀ ମାତର ନାମକ ଜଣେ ୨୪ ବର୍ଷୀୟ ଯୁବକ ଛୁରୀରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ମାତର୍ ଝୁରୀରେ ତାଙ୍କ ବେକକୁ ୧୪-୧୫ ଥର ଆକ୍ରମଣ କରିଥିଲା ଏବଂ ରୁଶ୍‌ଦୀ ତଳେ ପଡ଼ିଯାଇଥିଲେ ।

ଏହାପରେ ତାଙ୍କୁ ଏୟାର୍‌ଲିଫ୍‌ଟ କରାଯାଇ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ୍‌ର ଡାକ୍ତର ଆମେରିକାର ମିଡିଆକୁ କହିଥିଲେ ଯେ ରୁଶ୍‌ଦୀଙ୍କ ପେଟ ଏବଂ ଗଳାରେ ଛୁରୀରେ ବହୁ ଆଘାତ ହୋଇଥିଲା । ଏହାର ସର୍ଜରୀ କରାଯାଇଛି । ଆକ୍ରମଣର କିଛି ସମୟ ପରେ ଆକ୍ରମଣକାରୀକୁ ପୁଲିସ ଗିରଫ କରିଥିଲା । ମୁସ୍‌ଲିମ୍ ପରମ୍ପରା ଉପରେ ଏକ ଉପନ୍ୟାସ ‘ସାଟେନିକ୍ ଭର୍ସେସ୍‌’ ଲେଖି ରୁଶ୍‌ଦୀ ବିବାଦୀୟ ହୋଇପଡ଼ିଥିଲେ । ୩୩ ବର୍ଷ ତଳେ ୧୯୮୯ରେ ଇରାନ୍‌ର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୋଲ୍ଲା ଖୋମିନୀ ତାଙ୍କ ବିରୋଧରେ ଫତୱା ଜାରି କରିଥିଲେ । ଶୁକ୍ରବାରର ଆକ୍ରମଣକୁ ତାହା ଯୋଡ଼ି ଦେଖାଯାଉଛି । ତେବେ ଇରାନ୍‌ର ଜଣେ ଡିପ୍ଲୋମାଟ୍ ଏହାକୁ ଅସ୍ୱୀକାର କରିବା ସହ ଆମର ଏହା ସହିତ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି । ୧୯୪୭ ଜୁନ୍ ୧୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ୭୫ ବର୍ଷୀୟ ରୁଶ୍‌ଦୀ ନିଜର ପୁସ୍ତକ ଦ୍ୱାରା ପରିଚୟ ହାସଲ କରିଥିଲେ ।

ନିଜର ଦ୍ୱିତୀୟ ଉପନ୍ୟାସ ‘ମିଡ୍‌ନାଇଟ୍ ଚିଲ୍‌ଡ୍ରେନ୍‌’ ପାଇଁ ସେ ୧୯୮୧ରେ ବୁକର୍ ପୁରସ୍କାର ଏବଂ ୧୯୮୩ରେ ‘ବେଷ୍ଟ ଅଫ୍ ଦି ବୁକର୍ସ’ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ରୁଶ୍‌ଦୀ ୧୯୭୫ରେ ନିଜର ପ୍ରଥମ ଉପନ୍ୟାସ ‘ଗ୍ରାଇମସ୍‌’ ମାଧ୍ୟମରେ ଲେଖକ ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ । ତେବେ ଦ୍ୱିତୀୟ ଉପନ୍ୟାସ ‘ମିଡ୍‌ନାଇଟ୍ ଚିଲ୍‌ଡ୍ରେନ୍‌’ ମାଧ୍ୟମରେ ତାଙ୍କୁ ଲେଖକୀୟ ପରିଚିତି ମିଳିଥିଲା । ସେ ବହୁ ପୁସ୍ତକ ଲେଖିଛନ୍ତି । ଏହା ମଧ୍ୟରେ ଦ ଜାଗୁଆର ସ୍ମାଇଲ୍‌, ଦ ମୁର୍ସ ଲାଷ୍ଟ୍ ସାଇ, ଦ ଗ୍ରାଉଣ୍ଡ୍ ବିନିଥ୍ ହର୍ ଫିଟ୍ ଏବଂ ଶାଲୀମାର ଦ କ୍ରାଉନ୍ ସାମିଲ । ତେବେ ସାଟେନିକ୍ ଭର୍ସେସ୍‌କୁ ନେଇ ସେ ଅଧିକ ଚର୍ଚ୍ଚାରେ ରହିଥିଲେ । ଏହା ତାଙ୍କର ଚତୁର୍ଥ ଉପନ୍ୟାସ ଥିଲା । ଏହି ଉପନ୍ୟାସକୁ ଭାରତ ସମେତ ବିଶ୍ୱର ବହୁ ଦେଶରେ ବ୍ୟାନ୍ କରାଯାଇଛି । ଏହି ଉପନ୍ୟାସ ୧୯୮୮ରେ ପ୍ରକାଶିତ ହୋଇଥିଲା । ଏଥିରେ ସେ ପୈଗମ୍ବର ମହମ୍ମଦଙ୍କ ଅପମାନ କରିଥିବା ଅଭିଯୋଗ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking