34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଜମ୍ମୁ-କଶ୍ମୀରରେ ବିଶ୍ୱର ଉଚ୍ଚତମ ରେଳ ପୋଲ ପ୍ରସ୍ତୁତ : ଏଫିଲ୍ ଟାୱାର୍‌ଠାରୁ ୩୫ ମିଟର ଉଚ୍ଚା

ଜମ୍ମୁ-କଶ୍ମୀରରେ ବିଶ୍ୱର ଉଚ୍ଚତମ ରେଳ ପୋଲ ପ୍ରସ୍ତୁତ : ଏଫିଲ୍ ଟାୱାର୍‌ଠାରୁ ୩୫ ମିଟର ଉଚ୍ଚା

ଜମ୍ମ: ଜମ୍ମୁ-କଶ୍ମୀରରେ ନିର୍ମାଣ କରାଯାଉଥିବା ବିଶ୍ୱର ଉଚ୍ଚତମ ଚେନାବ୍ ରେଳ ପୋଲର ଓଭରଆର୍ଚ କାମ ସମ୍ପୂର୍ଣ୍ଣ ହୋଇଛି । ଶନିବାର ପୋଲର ଗୋଲ୍‌ଡେନ୍ ଜଏଣ୍ଟ ଯୋଡ଼ାଯାଇଛି । ଏହାପରେ ପୋଲ ନିର୍ମାଣ ୯୮ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି । ଏହି ଅବସରରେ କାର୍ଯ୍ୟରତ ଶ୍ରମିକମାନେ ତ୍ରିରଙ୍ଗା ଉତ୍ତୋଳନ ସହ ବାଣ ମଧ୍ୟ ଫୁଟାଇଥିଲେ । କୋଙ୍କଣ ରେଲ୍‌ୱେ ଉଧମ୍ରୁର-ଶ୍ରୀନଗର-ବାରାମୂଳା ରେଲ୍ ଲିଙ୍କ୍ (ୟୁଏସ୍‌ବିଆର୍‌ଏଲ୍‌) ପରିଯୋଜନା ଅଧୀନରେ ଏହି ପୋଲ ନିର୍ମାଣ କାର୍ଯ୍ୟ କରାଯାଉଛି । ଏହି ପ୍ରୋଜେକ୍ଟର ବ୍ୟୟଅଟକଳ ପ୍ରାୟ ୨୮,୦୦୦ କୋଟି ଟଙ୍କା । କୋଙ୍କଣ ରେଲ୍‌ୱେ ଚେୟାର୍‌ମ୍ୟାନ୍ ଏବଂ ଏମ୍‌ଡି ସଞ୍ଜୟ ଗୁପ୍ତା କହିଛନ୍ତି ଏହି ପୋଲ ନିର୍ମାଣ ପାଇଁ ଦୀର୍ଘ ସମୟ ଲାଗିଛି । ଏହାର ନିର୍ମାଣ ବେଳେ ଖରାପ ପାଣିପାଗ, ଥଣ୍ଡା, ଉଚ୍ଚତା ପରି ବହୁ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଛି । ପୋଲର ନିର୍ମାଣ ମୁମ୍ବାଇସ୍ଥିତ ଆଫ୍‌କନ୍ ପକ୍ଷରୁ କରାଯାଇଛି ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟର୍‌ରେ ଚିନାବ୍ ବ୍ରିଜ୍‌ର ଭିଡିଓ ଶେୟାର୍ କରିଛନ୍ତି । ଏହି ପୋଲରେ ବ୍ଲାଷ୍ଟ୍ ଲୋଡ୍ ଟେକ୍ନୋଲଜି ବ୍ୟବହାର କରାଯାଇଛି । କୌଣସି ପ୍ରେସର୍ ଏବଂ ବ୍ଲାଷ୍ଟ୍‌ର ପୋଲ ଉପରେ ପ୍ରଭାବ ପଡ଼ିବ । ୧୧୧ କିଲୋମିଟର ଲମ୍ବା କଟରା ଓ ବନିହାଲ ରୁଟ୍‌ରେ ପୋଲ ନିର୍ମାଣ ହେବା ଫଳରେ କଶ୍ମୀର ରେଳମାର୍ଗ ଜରିଆରେ ଦେଶ ସହିତ ଯୋଡ଼ି ହୋଇଯିବ । ବର୍ତ୍ତମାନ ବନିହାଲ୍ ଓ ବାରାମୂଳା ମଧ୍ୟରେ ରେଳ ସଂଯୋଗ ଥିବାବେଳେ କଟରା-ବନିହାଲ୍ ମଧ୍ୟରେ ନାହିଁ । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହା ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସବ କରାଯିବାର ସମ୍ଭାବନା ରହିଛି । ଜିନାବ୍ ରେଲ୍ ବ୍ରିଜ୍‌ର ଉଚ୍ଚତା ୩୫୯ ମିଟର, ଯାହା ପ୍ୟାରିସ୍‌ର ଏଫିଲ୍ ଟାୱାର୍ (୩୨୪ ମିଟର)ଠାରୁ ୩୫ ମିଟର ଅଧିକ । ଏହାର ମୋଟ ଲମ୍ବା ୧.୩ କିମି ।

ଏହି ପୋଲ ନିର୍ମାଣ ପାଇଁ ୨୪ ହଜାର ଟନ୍ ଲୁହା ଓ ୫୪୬୨ ଟନ୍ ଷ୍ଟିଲ୍ ବ୍ୟବହାର କରାଯାଇଛି । ଏହାର ନିର୍ମାଣ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ବେଳେ ୨୦୦୨ରେ ଆରମ୍ଭ ହୋଇଥିଲା । ତେବେ ୨୦୦୮ରେ ଏହାକୁ ଅସୁରକ୍ଷିତ କହି କାମ ବନ୍ଦ କରାଯାଇଥିଲା । ମାତ୍ର ୨୦୧୦ରେ ପୁଣିଥରେ ଆରମ୍ଭ ହୋଇଥିଲା । ଏହି ପୋଲ ମାଇନସ୍ ୪୦ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ର ସହ୍ୟ କରିପାରିବ । ପୋଲ ୧୨୦ ବର୍ଷ କାର୍ଯ୍ୟ କରିବ ବୋଲି ଇଞ୍ଜିନିୟର୍‌ମାନେ ଦାବି କରିଛନ୍ତି । ଏହା ଉପରେ ୧୦୦ କିମି ପ୍ରତି ଘଣ୍ଟା ଗତିରେ ଟ୍ରେନ୍ ଚଳାଚଳ କରିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking