28.1 C
Bhubaneswar
Saturday, April 27, 2024
Homeଅପରାଧହୋଟେଲରେ ଚାଲିଛି ଦେହବେପାର

ହୋଟେଲରେ ଚାଲିଛି ଦେହବେପାର

ବାଲେଶ୍ୱର: ଦୁଷ୍କର୍ମ, ହତ୍ୟା, ଆତ୍ମହତ୍ୟା ଏବେ ସେକ୍ସ ରାକେଟ । ପୋଲିସର ଟିକେ ଖାମଖିଆଲି ଯୋଗୁଁ ଏବେ ସବୁଆଡେ ଚାଲିଛି ଖୁଲମଖୁଲା ଦେହ ବେପାର । ଗତ କିଛିଦିନ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲରୁ ସେକ୍ସ ରାକେଟ ଠାବ କରାଯାଇଥିଲା । ଏବେ ବାଲେଶ୍ୱରରେ ଚାଲିଛି ସେକ୍ସ ରାକେଟ ।
ସୂଚନା ଅନୁସାରେ, ଗତକାଲରି ତଳସାରି ବେଳାଭୂମିରେ ଥିବା ଦୁଇଟି ହୋଟେଲରେ ଅସାମାଜିକ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ନେଇ ଅଭିଯୋଗ ପରେ ପୋଲିସ ଚଢାଉ କରି ହୋଟେଲର ମ୍ୟାନେଜରଙ୍କୁ ଗିରଫ କରାଯାଇଥିଲା । ତେବେ ଆଜି ଆଉ ଏକ ଘରୋଇ ହୋଟଲର ମାଲିକ ଏବଂ ମ୍ୟାନେଜରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ବାଲେଶ୍ୱରର ଭୋଗରାଇ ଅଞ୍ଚଳରେ ବିଭିନ୍ନ ହୋଟେଲରେ ଏଭଳି ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ଦୀର୍ଘ ଦିନ ଧରି ଅଭିଯୋଗ ହୋଇ ଆସୁଛି । ତେବେ ପୋଲିସ ଏହାକୁ ରୋକ ଲଗାଇବା ପରିବର୍ତ୍ତେ ଚୁପ ବସିଥିଲା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୋଲିସ ପ୍ରସାଶନ ତତ୍ପରତା ପ୍ରକାଶ କରିଛି । ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଉଥିବା ଦେଖିବାକୁ ମିଳିଛି । ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାର ଓ ତାଳସାରି ସାମୁଦ୍ରିକ ଥାନ ଆଇଆଇସି ସୁଜାତା ଖମାରୀଙ୍କ ସମେତ ସଦଳବଳେ ଚଢାଉ କରି ଦୁଇ ହୋଟେଲର ମ୍ୟାନେଜରଙ୍କୁ ଗିରଫ କରିବା ସହ ହୋଟେଲ ଗୁଡ଼ିକୁ ସିଲ୍ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking