29.1 C
Bhubaneswar
Saturday, April 27, 2024
Homeଅପରାଧମଳଦ୍ୱାରରେ ପୂରାଇଲେ ପେସ୍‌କସ୍‌

ମଳଦ୍ୱାରରେ ପୂରାଇଲେ ପେସ୍‌କସ୍‌

ରାଜସ୍ଥାନ: ଦିନକୁ ଦିନ ଲୋକଙ୍କ ଉତ୍ପାତ୍ତ ବଢିବାରେ ଲାଗିଛି । ଲୋକଙ୍କ ମାନସିକ ଚିନ୍ତାଧାରା ଏବେ ବହୁ ନିମ୍ନମାନର ହୋଇଗଲାଣି । କେବେ ଯୁବତୀ ମାନଙ୍କ ସହ ଦୁର୍ବବ୍ୟହାର ତ କେବେ ପିଶାଚ ଭଳି ବ୍ୟବହାର କରିଥାଆନ୍ତି ଯୁବକ ମାନେ । ସେଥିରୁ ବାଦ ମଧ୍ୟ ପଡି ନଥାଆନ୍ତି ଯୁବକ ମାନେ । ତେବେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜା ଜନକ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି । ରାଜସ୍ଥାନର ନାଗୌର ଜିଲ୍ଲାରେ ଗୋଟିଏ ଗାଡ଼ି ସର୍ଭିସ୍ ସେଣ୍ଟରର କର୍ମଚାରୀମାନେ ଚୋରିର ଅଭିଯୋଗ ଆଣି ଦୁଇଜଣ ଦଳିତ ଭାଇଙ୍କୁ ନିସ୍ତୁକମାଡ଼ ମାରିବା ସହିତ ପେସକସରେ ପେଟ୍ରୋଲ ଭର୍ତ୍ତି କପଡ଼ା ଗୁଡ଼ାଇ ମଳଦ୍ବାରରେ ପୂରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ, ଫେବ୍ରୁଆରି ୧୬ ତାରିଖରେ ଏହି ଘଟଣା ଘଟିଥିଲା । ଗତ ବୁଧବାର ଏହି ଲୋମଟାଙ୍କୁରା ଘଟଣାର ଭିଡିଓ ସାମ୍ନାକୁ ଆସିଥିଲା ।
ପୀଡ଼ିତ ଯୁବକ କହିଛନ୍ତି, ‘ଫେବ୍ରୁଆରି ୧୬ ତାରିଖର ବାଇକ୍ ସର୍ଭିସ୍ କରିବା ପାଇଁ ଦାଦା ପୁଅଙ୍କୁ ନେଇ ନାଗୌର ଜିଲ୍ଲାର କରନୁ ଗ୍ରାମର ଗାଡ଼ି ସର୍ଭିସିଂ ସେଣ୍ଟରକୁ ଯାଇଥିଲି । ସେଠାରେ ଲୋକମାନେ ସର୍ଭିସ୍ ସେଣ୍ଟର କାଉଣ୍ଟରରୁ ଟଙ୍କା ଚୋରି କରିବା ନେଇ ମୋ ଉପରେ ଅଭିଯୋଗ ଆଣିବା ସହିତ ସର୍ଭିସ୍ ସେଣ୍ଟର ପଛକୁ ନେଇ ମୋତେ ରବର ବେଲଟରେ ପିଟିବା ସହିତ ଗୋଇଠା ମାରିଥିଲେ । କେବଳ ଏତିକି ନୁହେଁ, ସେମାନେ ପେଚକସରେ ପେଟ୍ରୋଲ ଭର୍ତ୍ତି ଏକ କପଡ଼ା ଗୁଡ଼ାଇ ଜୋରଜବରଦସ୍ତ ମଳଦ୍ବାରରେ ପୂରାଇ ଦେଇଥିଲେ । ଯନ୍ତ୍ରଣାରେ ଚିତ୍କାର କରିଥିଲେ ହେଁ କେହି ମୋ କଥା ଶୁଣି ନଥିଲେ । ଏହି ଘଟଣାର ଭିଡିଓ କେହି କ୍ୟାମେରାରେ କୈଦ୍ କରି ନେଇଥିଲେ, ଯାହାପରେ ଏହା ଭାଇରାଲ ହୋଇଯାଇଛି । ମୋ ଦାଦା ପୁଅ ଭାଇକୁ ବି ସେମାନେ ନିସ୍ତୁକ ମାଡ଼ ମାରିଥିଲେ । ପଶୁଭଳି ଦେଢ଼ଘଣ୍ଟା ଏଭଳି ଅତ୍ୟାଚାର କରିବା ପରେ ସେମାନେ ପଡ଼ିଶା ଘରେ ରହୁଥିବା ଅର୍ଜୁନ ସିଂହ, ଜେଠୁ ସିଂହଙ୍କୁ ଫୋନ୍ କରି ଆମକୁ ସେଠାରୁ ନେଇ ଯିବାକୁ କହିଥିଲେ । ଏହାପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଆମ ଦୁଇ ଭାଇଙ୍କୁ ସେଠାରୁ ଉଦ୍ଧାର କରି ତାନ୍ତବାସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।’
ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ପୀଡ଼ିତଙ୍କୁ ସମ୍ପର୍କ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ୭ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଦୁଇଜଣ ଫେରାର ଅଛନ୍ତି । ଗିରଫ ଅଭଯୁକ୍ତଙ୍କ ନାମ ଭୀମ ସିଂହ, ଆଇଦାନ ସିଂହ, ଜାସୁ ସିଂହ ଓ ସାଓ୍ଵାଇ ସିଂହ ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking