30.1 C
Bhubaneswar
Saturday, May 4, 2024
Homeଓଡିଶାଛଅବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ନେଇ ରାୟଗଡ଼ାରେ ସିରୋସର୍ଭେ 

ଛଅବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ନେଇ ରାୟଗଡ଼ାରେ ସିରୋସର୍ଭେ 

ରାୟଗଡା : ରାୟଗଡ଼ାରେ ଆରମ୍ଭ ହୋଇଛି ସିରୋସର୍ଭେ । ଛଅବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କ ସମେତ ବୟସ୍କ ଶ୍ରେଣୀ ବ୍ୟକ୍ତିଙ୍କଠୁ ସଂଗ୍ରହ ହେବ ରକ୍ତ ନମୁନା । ଏଥିପାଇଁ ରାୟଗଡାରେ ପହଞ୍ଚିଛନ୍ତି ଆର୍‌ଏମ୍‌ଆର୍‌ସିର ୯ ଜଣିଆ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଟିମ୍ । ଜିଲ୍ଲାରେ ପ୍ରାୟ ୧୦ଗୋଟି କ୍ଲଷ୍ଟରରେ ଯାଞ୍ଚ ହେବ ଲୋକଙ୍କ ମହାମାରୀ ବିରୋଧି ରୋଗ ପ୍ରତିରୋଧକ କ୍ଷମତା । ମହାମାରୀ କରୋନା ଭୂତାଣୁକୁ ସ୍ୱାସ୍ଥ୍ୟ ଭିତରେ ପ୍ରତିରୋଧ କରିବାକୁ କେତେ ପ୍ରସ୍ତୁତ ରହିଛି ଆଣ୍ଟିବଡି ସେନେଇ ଯାଞ୍ଚ କରିବ ଆର୍‌ଏମ୍‌ଆର୍‌ସି ଟିମ୍ । ତେବେ ଶିଶୁଙ୍କ ସ୍ୱାସ୍ଥ୍ୟରେ ମହାମାରୀକୁ ପ୍ରତିରୋଧ ନିମନ୍ତେ ଆଣ୍ଟିବଡି କିଭଳି ରହିଛି ସେନେଇ ଅଖିଳ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ପକ୍ଷରୁ ଦେଶର ୭୦ ଗୋଟି ଜିଲ୍ଲାରେ ସିରୋସର୍ଭେ ଆନୁଷ୍ଠିତ ହେବ । ତେବେ ରାଜ୍ୟର ତିନିଗୋଟି ଜିଲ୍ଲା ଯଥା, ଗଞ୍ଜମ, କୋରାପୁଟ ଓ ରାୟଗଡା ଆଇସିଏମଆର ସିରୋସର୍ଭେ ତାଲିକାରେ ସାମିଲ ରହିଛି । ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଆସିଏମଆର ଶାଖା ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ କେନ୍ଦ୍ର ପକ୍ଷରୁ ଉକ୍ତ ତିନୋଟି ଜିଲ୍ଲାରେ ସିରୋ ନମୁନା ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ସହରର ୧୦ ନମ୍ବର ୱାର୍ଡ , ବିଷମକଟକର କୁମ୍ଭାର ଧାମୁଣି କଲୋନୀ ଅଞ୍ଚଳରେ ୧୦୦ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରିଥିବା ଜଣାପଡ଼ିଛି । ମହାମାରୀ ସଂକ୍ରମଣ ଦ୍ୱିତୀୟ ଲହରେ ସଂକ୍ରମଣ ଉଦବେଗ ଜନକ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ସାଙ୍ଗକୁ ମୃତ୍ୟୁ ତାଲିକା ସବୁଦିନ ବୃଦ୍ଧି ଘଟୁଛି । ପ୍ରଥମ ଓ ଦ୍ୱିତୀୟ ଲହରରେ କରୋନା ଭୂତାଣୁ ନିଜର କରାଳ ରୂପ ଦେଖାଇସାରିଛି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଚଳିତ ବର୍ଷ ଶେଷ ବଳକୁ ପୁଣି ତୃତୀୟ ଲହର ଆସିବା ସମ୍ଭାବନା ରହିଛି । ତେଣୁ ଏଥିନେଇ ଏବେଠୁ ପୂର୍ବ ପ୍ରସ୍ତୁତି ପ୍ରାରମ୍ଭ କରିଥିଲେ କିଛି ମାତ୍ରରେ ଏହାର କୁପରଣତିଠୁ ଲୋକେ ସୁରକ୍ଷିତ ରହିବେ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ବିଶେଷ ଭାବେ ଶିଶୁମାନେ ତୃତୀୟ ଲହରରେ ସଂକ୍ରମଣ ଶିକାର ହେବା ଯଥେଷ୍ଟ ଆଶଙ୍କା ଦେଖାଦେଇଛି । ଏହି ସମ୍ଭାବନାକୁ ଏଡାଇବା ନିମନ୍ତେ ଶିଶୁଙ୍କୁ ଟିକା କରଣ ନିମନ୍ତେ ଶିଶୁ ସ୍ୱାସ୍ଥ୍ୟ ପରାମର୍ଶଦାତା କରୋନା ମହାମାରୀର ଏକମାତ୍ର ପ୍ରତିଷେଧକ ସ୍ୱରୂପ ଟିକାକୁ କ୍ଲିନିକାଲ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ଏହା ସଫଳ ପ୍ରମାଣିତ ହେଲେ ଆଗାମୀ ଦିନରେ ଶିଶୁ ମାନଙ୍କୁ ମଧ୍ୟ ମହାମାରୀ ସଂକ୍ରମଣଠୁ ବର୍ତ୍ତିବା ପାଇଁ ଟିକାକରଣ କରାଯିବ । ତେବେ ଶିଶୁଙ୍କ ସ୍ୱାସ୍ଥ୍ୟରେ ମହାମାରୀକୁ ପ୍ରତିରୋଧ ନିମନ୍ତେ ଆଣ୍ଟିବଡି କିଭଳି ରହିଛି ସେନେଇ ଅଖିଳ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ପକ୍ଷରୁ ଦେଶର ୭୦ଗୋଟି ଜିଲ୍ଲାରେ ସିରୋସର୍ଭେ ଅନୁଷ୍ଠିତ ହେବ । ତେବେ ରାଜ୍ୟର ତିନିଗୋଟି ଜିଲ୍ଲା ଯଥା, ଗଞ୍ଜମ, କୋରାପୁଟ ଓ ରାୟଗଡା ଆଇସିଏମଆର ସିରୋସର୍ଭେ ତାଲିକାରେ ସାମିଲ ରହିଛି । ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଆସିଏମଆର ଶାଖା ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ କେନ୍ଦ୍ର ପକ୍ଷରୁ ଉକ୍ତ ତିନୋଟି ଜିଲ୍ଲାରେ ସିରୋ ନମୁନା ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ ଟିମ୍ ସଂଗୃହିତ ତଥ୍ୟ ମଧ୍ୟରୁ ଦୁଇଟି ଡୋଜ୍ ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ନମୁନା, ଶିଶୁଙ୍କଠୁ ରକ୍ତ ନୁମନା ଓ ବୟସ୍କଙ୍କ ରକ୍ତ ନମୁନାରେ କିଭଳି ଆଣ୍ଟିବଡି ପ୍ରସ୍ତୁତ କ୍ଷମତା ରହିଛି ଏହି ସ୍ୱାସ୍ଥ୍ୟ ବୈଜ୍ଞାନିକ ଟିମ୍ ଅନୁଧ୍ୟାନ କରିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଆର୍ତ୍ତବନ୍ଧୁ ନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking