30.1 C
Bhubaneswar
Friday, April 26, 2024
Homeଅପରାଧଜଲାଲାବାଦରେ ସିରିଜ୍ ବିସ୍ଫୋରଣ, ୨ ତାଲିବାନ ଅଧିକାରୀ ମୃତ

ଜଲାଲାବାଦରେ ସିରିଜ୍ ବିସ୍ଫୋରଣ, ୨ ତାଲିବାନ ଅଧିକାରୀ ମୃତ

କାବୁଲ୍‌: ଆଫଗାନିସ୍ତାନର ଜଲାଲାବାଦରେ ୩ଟି ସିରିଜ୍ ବିସ୍ଫୋରଣ ଘଟି ଦୁଇ ଜଣ ତାଲିବାନ ଅଧିକାରୀଙ୍କ ସମେତ ଅତିକମ୍‌ରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆଫଗାନିସ୍ତାନର ନଙ୍ଗରହାଲ୍ ପ୍ରଦେଶର ରାଜଧାନୀରେ ତାଲିବାନ ଗାଡ଼ିଗୁଡ଼ିକୁ ଉପରେ ଏହି ବିସ୍ପୋରଣ କରାଯାଇଥିଲା । ନଙ୍ଗରହାଲ୍‌ର ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, ମୃତକଙ୍କ ମଧ୍ୟରେ ଦୁଇଜଣ ତାଲିବାନୀ ଅଧିକାରୀ ଥିବାବେଳେ ବହୁ ସାଧାରଣ ନାଗରିକ ଆହତ ହୋଇଥିଲେ । କାବୁଲ ବୋମା ବିସ୍ଫୋରଣରେ କାହାକୁ ଟାର୍ଗେଟ କରାଯାଇଥିବା ଜଣାପଡ଼ି ନଥିବା ବେଳେ ଜଲାଲାବାଦ୍ ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଟାର୍ଗେଟ୍‌ରେ ତାଲିବାନ ଅଧିକାରୀ ଥିଲେ ବୋଲି କୁହାଯାଉଛି । ତେବେ ଜମାଲାବାଦ ବିସ୍ଫୋରଣରେ କାହାର ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ଜଣାପଡ଼ି ନାହିଁ । ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ତାଲିବାନ ଶାସନ କ୍ଷମତା ଦଖଲ କରିବା ପରେ ଆଫଗାନିସ୍ତାନ ସାରା ଦୁନିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ସେବେଠାରୁ ଦେଶରେ ବହୁ ଆକ୍ରମଣ ଘଟିଛି । ଏହା ମଧ୍ୟରେ ଆମେରିକାର ଏକ ଡ୍ରୋନ୍ ଆକ୍ରମଣ ମଧ୍ୟ ସାମିଲ । ଅବଶ୍ୟ ଅଗଷ୍ଟ ୨୯ ତାରିଖର ଏହି ଡ୍ରୋନ୍ ଆକ୍ରମଣ ନେଇ ଆମେରିକା ଦୁଃଖପ୍ରକାଶ କରିଥିଲା । ଇସ୍‌ଲାମିକ୍ ଷ୍ଟେଟ୍ ସୁଇସାଇଡ୍ ବମ୍ବର୍‌ଙ୍କୁ ଲକ୍ଷ୍ୟ କରି ଏହି ଡ୍ରୋନ୍ ଆକ୍ରମଣ କରାଯାଇଥିଲେ ମଧ୍ୟ ଏଥିରେ ବହୁ ସାଧାରଣ ନାଗରିକ ମୃତାହତ ହୋଇଥିଲେ ବୋଲି ପେଣ୍ଟାଗନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking