26.1 C
Bhubaneswar
Friday, May 10, 2024
Homeଓଡିଶାସମ୍ପୂର୍ଣ୍ଣ ଦରମା ଦାବିରେ ସୁରକ୍ଷା କର୍ମୀଙ୍କ ଧାରଣା

ସମ୍ପୂର୍ଣ୍ଣ ଦରମା ଦାବିରେ ସୁରକ୍ଷା କର୍ମୀଙ୍କ ଧାରଣା

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଇବ୍ ଥର୍ମାଲ ବନହରପାଲିସ୍ଥିତ ଓଡିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି)ର ରିସୋର୍ସ ସେଣ୍ଟର ସମ୍ମୁଖରେ ରାଞ୍ôଚ ସିକ୍ୟୁରିଟିର ବାକେୟା ପ୍ରାପ୍ୟ ପାଇଁ ସୋମବାର ସୁରକ୍ଷା କର୍ମଚାରୀମାନେ ଧାରଣା ଦେଇଛନ୍ତି । ସେମାନେ ଦାବି କରିଛନ୍ତି ଯେ, ଓପିଜିସିରେ ସୁରକ୍ଷା କର୍ମଚାରୀମାନଙ୍କୁ କାର୍ଯ୍ୟରେ ଲଗାଇଥିବା ରାଞ୍ଚି ସିକ୍ୟୁରିଟି (ଠିକା ସଂସ୍ଥା) କର୍ମଚାରୀମାନଙ୍କୁ ୧୫ ମାସର ବକେୟା ପ୍ରାପ୍ୟ ପ୍ରଦାନ ନକରି କାମଛାଡି ଚାଲି ଯାଇଛି । ଯେହେତୁ ଓପିଜିସି ଠିକା ସଂସ୍ଥାକୁ କାମରେ ନିୟୋଜିତ କରିଥିଲା ତେଣୁ ଏହି ଠିକା ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା କର୍ମଚାରୀମାନଙ୍କୁ ଓପିଜିସି ବକେୟା ପ୍ରାପ୍ୟ ପ୍ରଦାନ କରୁ ବୋଲି ସୁରକ୍ଷା କର୍ମୀମାନେ ଦାବି କରିଛନ୍ତି । ସେମାନେ କହିଛନ୍ତି ଜୁନ ୨୦୧୮ରୁ ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ୪ ମାସର ବୋନସ, ଲିଭ ଏବଂ ଜାତୀୟ ପର୍ବାଣୀର ବୋନସ ପ୍ରଦାନ କରାଯାଉ, ୪ ମାସର ଓଡ଼ିଶା ସରକାରଙ୍କ ଦ୍ୱାର ବର୍ଦ୍ଧିତ ଭିଡିଏର ଏରିଅର ପ୍ରଦାନ କରାଯାଉ, ସୁରକ୍ଷା କର୍ମୀଙ୍କ ଇପିଏଫ୍ ଆକାଉଣ୍ଟରେ ସେପ୍ଟେମ୍ବର ୨୦୧୮ ମାସର ଇପିଏଫ୍ ଜମା କରାଯାଉ, ବ୍ଲକ୍ କରାଯାଇଥିବା ଇପିଏଫ୍ ଆକାଉଣ୍ଟକୁ ଆଇପିଏଫ୍ ଟ୍ରାନ୍ସଫର କିମ୍ବା ଟଙ୍କା ଉଠାଣ ପାଇଁ ଅନବ୍ଲକ୍ କରାଯାଉ । ଜୁନ୍ ୨୦୧୧ରୁ ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ରାଞ୍ଚି ସିକ୍ୟୁରିଟି ଅଧିନରେ କାର୍ଯ୍ୟ କରିଥିବା ୭ ବର୍ଷ ୪ ମାସର ସମ୍ପୂର୍ଣ୍ଣ ଓ ଚୁଡାନ୍ତ ପ୍ରାପ୍ୟ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି । ଶ୍ରମିକମାନଙ୍କ ପ୍ରାପ୍ୟ ପ୍ରଦାନ ନକରି ସେମାନଙ୍କ ପ୍ରତି ଅନ୍ୟାୟ କରାଗଲେ ଆଗାମୀ ଦିନରେ ଗୋଟିଏ ଦିନର ଶାନ୍ତି ପୂର୍ବକ ଆନ୍ଦୋଳନ ପରିବର୍ତ୍ତେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସୁରକ୍ଷା କର୍ମୀମାନେ ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ଗୌତମ ପଧାନ, କୃପାସିନ୍ଧୁ ପଧାନ, ମହେନ୍ଦ୍ର ଭୋଇ, ନବୀନ ବଢାଇ, ଟଟୁ ସେଠି, ସୁଶୀଲ ପାଢୀ, ସିମନ୍ତ ନାଏକ ପ୍ରମୁଖଙ୍କ ସହ ଅନେକ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking