39.1 C
Bhubaneswar
Tuesday, April 23, 2024
Homeଓଡିଶାବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପିତ ହେଲା ଶୁଭଧ୍ୱଜା : କୃଷ୍ଣ, ବଳରାମଙ୍କୁ ବରଣ

ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପିତ ହେଲା ଶୁଭଧ୍ୱଜା : କୃଷ୍ଣ, ବଳରାମଙ୍କୁ ବରଣ

ବରଗଡ଼ : ସୋମବାର ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ପାଇଁ ଗୋପପୁର କମିଟି ତରଫରୁ ଶୁଭଧ୍ୱଜା ସ୍ଥାପିତ ହେବାସହ କୃଷ୍ଣ, ବଳରାମ ଭୂମିକା ପାଇଁ ଅଭିନୟ କରୁଥିବା ଶିଶୁ କଳାକାରଙ୍କୁ ବରଣ କରାଯାଇଛି । ଗୋପପୁର ଅମ୍ବାପାଲି ସମଲେଇଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବୃନ୍ଦାବନ ପଡିଆକୁ ପହଞ୍ôଚ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଶୁଭଧ୍ୱଜା ସ୍ଥାପନ କରାଯାଇଥିଲା ।
ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଗୋପପୁର କମିଟି ତରଫରୁ ମଧ୍ୟ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଚଳିତଥର ଧନୁଯାତ୍ରା ୭୧ତମ ବର୍ଷରେ ପଦାର୍ପଣ କରୁଥିବା ବେଳେ ଯାତ୍ରାକୁ ସୁରୁଖୁରୁରେ କରିବାପାଇଁ ଗୋପପୁରରେ ମଧ୍ୟ ସ୍ଥାପନ କରାଯାଇଛି ଶୁଭଧ୍ୱଜା । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସୋମବାର ଅପରାହ୍ନରେ ଗୋପପୁର ଅମ୍ବାପାଲିସ୍ଥିତ ମା’ ସମଲେଇଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା କରାଯାଇ ଚଳିତବର୍ଷ କୃଷ୍ଣ ବଳରାମ ଭୂମିକାରେ ଅଭିନୟ କରୁଥିବା ଆୟୁଷ ବିର୍ତିଆ ଏବଂ ଆଶୁତୋଷ କୁମାର ବିର୍ତିଆଙ୍କୁ ବରଣ କରାଯାଇଥିଲା । ଏହି ଅବସରରେ ରାଧା ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ଶ୍ରେୟାଂଶୀ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ପରେ ଘଣ୍ଟବାଦ୍ୟ ସଂକୀର୍ତ୍ତନ ସହ ଏକ ସାଂସ୍କୃତିକ ଶୋଭାଯାତ୍ରା ଅମ୍ବାପାଲି ଗ୍ରାମ ପରିକ୍ରମା ପୂର୍ବକ ବୃନ୍ଦାବନ ପଡିଆକୁ ପହଞ୍ôଚଥିଲା । ସେଠାରେ ପୁରୋହିତ ଭଗବାନ ବିର୍ତିଆ ଯାତ୍ରାରେ କୌଣସି ବିଘ୍ନ ନଘଟିବାପାଇଁ ଦଶଦିଗପାଳ ସମେତ ଅଷ୍ଟଗୁଲା ନାଗ ଓ ଧ୍ୱଜା ପୂଜା କରିବାପରେ ଶୁଭଧ୍ୱଜା ସ୍ଥାପନ କରାଯାଇଥିଲା । ପୌରାଣିକ କଥାବସ୍ତୁ ଶ୍ରୀକୃଷ୍ଣ ଜନ୍ମ ଠାରୁ କଂସ ବଧ ପର୍ଯ୍ୟନ୍ତ ବିଭିନ୍ନ ଦୃଶ୍ୟ ବରଗଡ଼ ସହରର ୧୪ ଟି ଖୋଲାମଞ୍ଚରେ ଅଭିନୀତ ହୋଇଥାଏ । ଧନୁଯାତ୍ରା ସମୟରେ ବରଗଡ଼ ସହର ମଥୁରା ନଗରୀ ଭାବରେ ରୂପାନ୍ତରିତ ହେବାସହ ଏଠାରେ ମହାରାଜା କଂସଙ୍କ ରାଜତ୍ୱ ଚାଲିଥାଏ । ସେହିପରି ଅମ୍ବାପାଲି ଗୋପପୁର ଭାବରେ ରୂପାନ୍ତରିତ ହେବାସହ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା କାଳୀୟ ଦଳନ, ଦଧି ଚୋରି, କଂସଙ୍କ ପ୍ରେରିତ ରାକ୍ଷସ ରାକ୍ଷସୀଙ୍କ କୃଷ୍ଣ ବଳରାମ ହସ୍ତରେ ସଂହାର, ଗୋପାଙ୍ଗନାଙ୍କ ବସ୍ତ୍ର ହରଣ ଆଦି ଦୃଶ୍ୟ ଅଭିନିତ ହୋଇଥାଏ । ବରଗଡ଼ ଓ ଅମ୍ବାପାଲି ମଧ୍ୟରେ ବୋହିଯାଉଥିବା ଜୀରା ନଦୀ ଯାତ୍ରା ସମୟରେ ଯମୁନା ନଦୀ ପାଲଟି ଯାଏ । ତେବେ ଚଳିତବର୍ଷ ଗୋପପୁର ଯାତ୍ରାକୁ ଆହୁରି ଆକର୍ଷଣୀୟ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା କମିଟି ତରଫରୁ ସୂଚନା ଦିଆଯାଇଛି । ଶୁଭଧ୍ୱଜା ସ୍ଥାପନା ଅବସରରେ ଗୋପପୁର କମିଟିର ଆବାହକ ତଥା ଉପଜିଲ୍ଲାପାଳ ପ୍ରଭାସ ଡନସେନା, ତହସିଲଦାର ସବ୍ୟସାଚୀ ପଣ୍ଡା, ପୌର ପରିଷଦର ନିର୍ବାହୀ ଅଧିକାରୀ ରାଜେଶ ସାହୁ, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀଙ୍କ ସମେତ ଧନୁଯାତ୍ରା କମିଟିର ବହୁ ସଦସ୍ୟ ତଥା କଳାକାର ଉପସ୍ଥିତ ଥିଲେ । ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୧ ବର୍ଷରେ ପଦାର୍ପଣ କରିଥିବା ବେଳେ ଡିସେମ୍ବର ୩୧ ରୁ ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଏହି ମହାନାଟକ ୧୪ ଟି ଖୋଲା ମଞ୍ଚରେ ଅନୁଷ୍ଠିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking