39.1 C
Bhubaneswar
Friday, April 26, 2024
Homeଅପରାଧଦୁଷ୍କର୍ମ କରିବା ପାଇଁ ପତ୍ନୀ କରୁଥିଲେ ସହାୟତା, ପତି ଜାଣିବା ପରେ କ’ଣ କଲେ ଜାଣନ୍ତୁ....

ଦୁଷ୍କର୍ମ କରିବା ପାଇଁ ପତ୍ନୀ କରୁଥିଲେ ସହାୟତା, ପତି ଜାଣିବା ପରେ କ’ଣ କଲେ ଜାଣନ୍ତୁ….

ଭାବନଗର: ଦିନକୁ ଦିନ ନାରୀ ମାନଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର,ଦୁଷ୍କର୍ମ ଭଳି ଗଟଣା ବଢିବାରେ ଲାଗିଛି । ତେବେ ନାରୀଟି କେଉଁଠି ବି ନିଜକୁ ସୁରକ୍ଷିତ ବୋଲି ଭାବୁ ନାହିଁ । ସେ ଘର ହେଉ କିମ୍ବା ବାହାରେ କେଉଁଠି ବି ସୁରକ୍ଷିତ ନୁହେଁ । କେବେ ନିଜର ଲୋକେ ଦୁଷ୍କର୍ମ କଲେଣି ତ କେବେ ବାହାର ଲୋକ । ତେବେ ପୁଣି ଏକ ଲଜ୍ଜା ଜନକ ଘଟଣା ଏବେ ଭାବନଗରେ ଦେଖିିବାକୁ ମିଳିଛି । ଏହି ଘଟଣା ପଲିତାନା ତାଲୁକା ଅଞ୍ଚଳର ଭୁଟିଆ ଗ୍ରାମରେ ଘଟିଛି ।
ସୂଚନା ଅନୁସାରେ, ଜଣେ ନାବାଳିକାକୁ ୩ ଜଣ ଲୋକ ଦୀର୍ଘ ୧ ବର୍ଷ ଧରି ଦୁଷ୍କର୍ମ କରି ଆସୁଥିଲେ ବୋଲି ନାବାଳିକାର ବାପା ପୁଲିସରେ ଅଭିଯୋଗ ଆଣିଛନ୍ତି । ସବୁଠାରୁ ଲଜ୍ଜାର କଥା ହେଉଛି ଏହି କୁକର୍ମରେ ପୀଡ଼ିତା ମାଆଙ୍କ ହାତ ଥିଲା ବୋଲି ବାପା ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ପୀଡ଼ିତାର ମାଆ କେଉଁ ଆଡ଼େ ପଳାଇ ଯାଇଛନ୍ତି । ଅଭିଯୁକ୍ତମାନେ ହେଉଛନ୍ତି ଶାନ୍ତି, ବାବୁ ଭାଇ ଓ ଚନ୍ଦ୍ରେଶ ବୋଲି ଜଣାପଡିଛି ।
ଶନିବାର ପୁଲିସ୍ ଷ୍ଟେସନରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ପୀଡ଼ିତାର ବୟସ ମାତ୍ର ୧୨ ବର୍ଷ ବୋଲି ଜଣାପଡ଼ିଛି ।ପୀଡ଼ିତା ନାବାଳିକାର ବାପା ପୁଲିସରେ ଅଭିଯୋଗ ଆଣି କହିଛନ୍ତି ଯେ ୩ ଜଣ ଲୋକ ଲଗାତର ଭାବେ ତାଙ୍କ ଝିଅକୁ ଦୁଷ୍କର୍ମ କରି ଆସୁଥିଲେ । ପୀଡ଼ିତା ପୁଲିସରେ ବୟାନ ଦେଇ କହିଛନ୍ତି ଯେ ତାଙ୍କ ବାପାଙ୍କୁ କିଛି ଖୁଆଇବା ବାହାନାରେ ବାହାରକୁ ଡାକି ନିଆଯିବା ପରେ ତାଙ୍କର ଦୁଷ୍କର୍ମ କରାଯାଉଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking