32.1 C
Bhubaneswar
Friday, April 26, 2024
Homeଓଡିଶାଜଗତସିଂହପୁର ଜିଲ୍ଲାରେ ପାରାଦୀପ ସହର,ଶାରଳା ମନ୍ଦିର, ସମେତ ଅନ୍ୟ ମନ୍ଦିର ଓ ଧର୍ମାନୁଷ୍ଠାନ ମାନଙ୍କରେ ୧୪୪ଧାରା...

ଜଗତସିଂହପୁର ଜିଲ୍ଲାରେ ପାରାଦୀପ ସହର,ଶାରଳା ମନ୍ଦିର, ସମେତ ଅନ୍ୟ ମନ୍ଦିର ଓ ଧର୍ମାନୁଷ୍ଠାନ ମାନଙ୍କରେ ୧୪୪ଧାରା ଜାରି

ଜଗତସିଂହପୁର (ପ୍ରତାପ କୁମାର ସିଂହ) : କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂହପୁର ଜିଲାରେ କେତେକ ସ୍ଥାନରେ ୧୪୪ ଧାରା ଜାରି କରିଛନ୍ତି । ସେଥି ମଧ୍ୟରୁ ପାରାଦୀପ ସହର ମଧ୍ୟରେ ଥିବା ସର୍ବସାଧାରଣ ସ୍ଥାନ ଓ ବ୍ୟକ୍ତିଗତ ସ୍ଥାନ ଯଥା ସମୁଦ୍ରକୂଳରେ ଥିବା ବାଲିଯାତ୍ରା ପଡିଆ,ଜବାହାର ଗେଷ୍ଟ ହାଉସଠାରେ ଏକତ୍ରିତ ନ ହେବା ପାଇଁ କଟକଣା ଜାରି କରାଯାଇଛି । ଗେଷ୍ଟ ହାଉସ,କଲ୍ୟାଣ ମଣ୍ଡପ,ହୋଟେଲ,ଯାତ୍ରୀ ନିବାସ,ଧର୍ମଶାଳା ଏବଂ ସର୍ବସାଧାରଣ ଓ ବ୍ୟକ୍ତିଗତ ସ୍ଥାନ ମାନଙ୍କରେ କୌଣସି ଧାର୍ମିକ ଓ ସାମାଜିକ ଉତ୍ସବ ଆୟୋଜନ କରାଯାଇପାରିବ ନାହିଁ । ସରକାରୀ କାର୍ଯ୍ୟାଳୟ,ଶିଳ୍ପନୁଷ୍ଠାନ ଓ ଅନ୍ୟ ଅନୁଷ୍ଠାନ ସମ୍ମୁଖରେ କୌଣସି ରାଜନୈତିକ ସଭା,ଧାରଣା,ବିକ୍ଷୋଭ ଓ ସର୍ବସାଧାରଣ ସଭା ଆୟୋଜନ କରାଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ ଆଦେଶ ଜାରି କରିଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି କରାଯାଇଥିବା ଆଦେଶନାମାକୁ ଦୃଷ୍ଟିରେ ରଖି ଜିଲାରେ ସମସ୍ତ ସ୍କୁଲମାନଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ଏହି ପରିପେକ୍ଷିରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ବିଦ୍ୟାଳୟ ଗୁଡିକ ବନ୍ଦ ହେବା ସହିତ ଏହାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କୁଲକୁ ନ ଯିବାକୁ ନିର୍ଦେଶ ଜାରି କରାଯାଇଛି କିନ୍ତୁ ସେମାନେ ନିଜ ଫୋନକୁ ସର୍ବଦା ସଜାଗ ରଖିବାକୁ ନିର୍ଦେଶ ଦିଆଯାଇଛି । ଦ୍ୱାଦଶ ଶ୍ରେଣୀର ପରୀକ୍ଷା ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ।
ସେହିପରି ଧର୍ମାନୁଷ୍ଠାନ ମଧ୍ୟରେ ମା ଶାରଳା ମନ୍ଦିର ସମେତ ଅନ୍ୟ ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ମାନଙ୍କରେ ୧୪୪ ଧାରା ଜାରି କାରାଯାଇଛି । ବିଶେଷ କରି ଶାରଳା ମନ୍ଦିର,ଗୋରେଖନାଥ ମନ୍ଦିର ଧ୍ୟାନକୁଦ ମନ୍ଦିର,ଶିଆଳି ବେଳାଭୂମି ଓ ଜିଲାର ଅନ୍ୟାନ୍ୟ ମନ୍ଦିର, ମସଜିଦ, ମାର୍କେଟ ସ୍ଥାନ, ମଣ୍ଡପ, ସମୁଦ୍ର ବେଳାଭୂମି ଇତ୍ୟାଦି ସ୍ଥାନମାନଙ୍କରେ ୫ ଜନରୁ ଉର୍ଦ୍ଧ୍ଵ ଲୋକ ସମାଗମ ନ ହେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏତଦବ୍ୟତୀତ ସାମାଜିକ ଉତ୍ସବ ଓ କର୍ମକର୍ମାଣି ଏହି ନିୟମ ଲାଗୁ କରାଯାଇଛି ।ସମସ୍ତପ୍ରକାର ସାଂସ୍କୃତିକ ଉତ୍ସବ,ସାଧାରଣ ସଭା,ସେମିନାର,କର୍ମଶାଳା,କନଫେରେନ୍ସ ଓ ଜନସମାବେଶ ଉପରେ କଟକଣା ଜାରି କରାଯାଇଛି । ଏହାର ବ୍ୟତିକ୍ରମ ହେଲେ ଆଇନ ଅନୁଯାୟୀ ଦୃଡ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking