30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶହାଇଦ୍ରାବାଦରେ ପହଞ୍ଚିଲା ସ୍ଫୁଟନିକ୍‌-ଭି

ହାଇଦ୍ରାବାଦରେ ପହଞ୍ଚିଲା ସ୍ଫୁଟନିକ୍‌-ଭି

ହାଇଦ୍ରାବାଦ : ତେଲେଙ୍ଗାନା ହାଇଦ୍ରାବାଦରେ ପହଞ୍ଚିଲା ସ୍ଫୁଟନିକ୍‌ ଭିର ଦ୍ୱିତୀୟ ପର୍ଯ୍ୟାୟ ସାମଗ୍ରୀ । ଏନେଇ ରୁଷିଆ ରାଷ୍ଟ୍ରଦୂତ ନିକୋଲ କୁଦାସେଭ କହିଛନ୍ତି, ସାରା ବିଶ୍ୱରେ ସ୍ଫୁଟନିକ୍‌ ଭିର ପ୍ରଦର୍ଶନ ଭଲ ରହିଛି। ରୁଷିଆରେ ସଫଳତାର ସହ ସ୍ଫୁଟିନିକ ଭି ଟୀକାକରଣ କରାଯାଉଛି। ନୂଆ କୋଭିଡ଼ ଷ୍ଟ୍ରେନ ପାଇଁ ମଧ୍ୟ ସ୍ଫୁଟିନକ ଭି କାମ ଦେବ ବୋଲି ରୁଷିଆ ବିଶେଷଜ୍ଞ କହିଛନ୍ତି। ଭାରତରେ ଆଗକୁ ପ୍ରତିବର୍ଷ ୮୫୦ ମିଲିୟନ ଡୋଜ ଉତ୍ପାଦନ ହେବ। ଏହା ସହ ଖୁବ୍‌ ଶୀଘ୍ର ସ୍ଫୁଟନିକ ଲାଇଟର ସିଙ୍ଗିଲ ଡୋଜ ଭାରତରେ ଉପଲବ୍ଧ ହେବ ବୋଲି କହିଛନ୍ତି ରୁଷିଆ ରାଷ୍ଟ୍ରଦୂତ। ‘ସ୍ପୁଟ୍‌ନିକ୍‌ ଭି’ ହେଉଛି ରୁଷୀୟ-ଭାରତୀୟ ଟିକା। ଆମର ଆଶା କ୍ରମେ ଭାରତରେ ଏହାର ବାର୍ଷିକ ଉତ୍ପାଦନ ୮୫୦ ନିୟୁତ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଅବିଳମ୍ବେ ଭାରତରେ ଏକ ଡୋଜ୍‌ବିଶିଷ୍ଟ ଟିକା ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ ପ୍ରଚଳନ କରାଇବାର ଯୋଜନା ମଧ୍ୟ ରହିଛି। ସୂଚନାଯୋଗ୍ୟ, ମେ ପହିଲାରେ ‘ସ୍ପୁଟ୍‌ନିକ୍‌ ଭି’ ର ପ୍ରଥମ ଡୋଜ୍‌ ଭାରତରେ ପହଞ୍ଚିଥିଲା। ମେ ୧୩ ତାରିଖରେ କସୌଲିର ‘ସେଣ୍ଟ୍ରାଲ୍‌ ଡ୍ରଗ୍‌ ଲାବ୍ରଟରି’ ଅନୁମୋଦନ ପାଇବା ପରେ ମେ ୧୪ ତାରିଖ ଦିନ ହାଇଦ୍ରାବାଦର ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ ପ୍ରଥମ କରି ଭାରତରେ ‘ସ୍ପୁଟ୍‌ନିକ୍‌ ଭି’ ଟିକା ପ୍ରୟୋଗ କରିଥିଲା। ରୁଷ୍‌ରୁ ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିଜ୍‌’ ଆମଦାନି କରୁଥିବା ଏହି ଟିକାର ମୂଲ୍ୟ ଭାରତୀୟ ବଜାରରେ ଡୋଜ୍‌ପିଛା ଟ. ୯୯୫.୪୦ ମିଳୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking