32.1 C
Bhubaneswar
Sunday, May 19, 2024
Homeଓଡିଶାରାଜଧାନୀରେ ଚିକିତ୍ସାର କରୁଣ ଚିତ୍ର : ମିଳିଲାନି ଆଇସିୟୁ, ଆମ୍ବୁଲାନ୍ସ ଭିତରେ ଚାଲିଗଲା ନବବଧୂର ପ୍ରାଣ

ରାଜଧାନୀରେ ଚିକିତ୍ସାର କରୁଣ ଚିତ୍ର : ମିଳିଲାନି ଆଇସିୟୁ, ଆମ୍ବୁଲାନ୍ସ ଭିତରେ ଚାଲିଗଲା ନବବଧୂର ପ୍ରାଣ

ବାଲିପାଟଣା : ହାତରୁ ମେହେନ୍ଦି କି ପାଦରୁ ଅଳତା ଲିଭି ନଥିଲା। ମାତ୍ର ୧୮ ଦିନ ତଳେ ବୋହୂ ହୋଇ ଆସିଥିଲେ ଶାଶୂଘରକୁ। କିନ୍ତୁ ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିଲେ ନବବଧୂ। ତାଙ୍କ ଶରୀରରେ ଅକ୍ସିଜେନ ସ୍ତର କମିଗଲା। କରୋନା ହୋଇଥିବ ଭାବି ପରିବାର ଲୋକେ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସରେ ଅକ୍ସିଜେନ ଲଗାଇ ହସ୍ପିଟାଲକୁ ନେଇ ଆସିଲେ। କିନ୍ତୁ ଖୋଦ୍ ରାଜଧାନୀ ଭୁବନେଶ୍ବରରେ ଏତେ ବଡ଼ ବଡ଼ ହସ୍ପିଟାଲ ଥିଲେ ବି କେଉଁ ଗୋଟିକରେ ଆଇସିୟୁ ଶଯ୍ୟା ମିଳିଲାନି। ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ଲାଗିଥିବା ଅବସ୍ଥାରେ ଦୀର୍ଘ ୮ ଘଣ୍ଟା କାଳ ରାଜଧାନୀ ଓ ଉପକଣ୍ଠର ଗୋଟିଏ ପରେ ଗୋଟିଏ ୯ଟି ମେଡିକାଲ ବୁଲିଲେ। ଶେଷରେ ଆମ୍ବୁଲାନ୍ସ ଭିତରେ ସେମିତି ଗୁରୁତର ଅବସ୍ଥାରେ ପଡ଼ି ରହି ତାଙ୍କର ପ୍ରାଣ ଚାଲିଗଲା। ମୃତ ନବବଧୂ ଜଣକ ହେଲେ କୁରୁଞ୍ଜିପୁର ପଞ୍ଚାୟତ ଇନ୍ଦୋଳକୁସିଆରି ଗ୍ରାମର ବିଷ୍ଣୁଚରଣ ଭୋଳଙ୍କ ପତ୍ନୀ ସ୍ବର୍ଣଲତା ପାଳ (୨୫)। ଜଣେ ନବବିବାହିତାଙ୍କ ଏଭଳି ଦୁଃଖଦ ମୃତ୍ୟୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ତା’ ସହିତ କରୋନା କାଳରେ ରାଜଧାନୀରେ ବି ସ୍ୱାସ୍ଥ୍ୟ ସେବା କେମିତି ବିପର୍ଯ୍ୟସ୍ତ ହୋଇପଡ଼ିଛି, ତାହାର ଏକ ବାସ୍ତବ ଚିତ୍ରକୁ ପଦାରେ ପକାଇ ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking