39.1 C
Bhubaneswar
Friday, April 26, 2024
Homeଅପରାଧବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି। ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ। ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଦେଖିବାକୁ ମିଳିଛି ଏଭଳି ଏକ ଅଘଟଣ। ସୂଚନା ଅନୁଯାୟୀ, ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଜାମୁଯୋରୀ ଗ୍ରାମରେ ଘରୋଇ କଳିକୁ ନେଇ ଗତକାଲି ରାତି ପ୍ରାୟ ୯.୩୦ରେ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ବଡଭାଇ ଟାଙ୍ଗିଆରେ ସାନ ଭାଇକୁ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣରୁ ସାନ ଭାଇ ନିଜକୁ ବଞ୍ଚାଇ ପାରି ନଥିଲା। ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଥିଲା। ମୃତକଙ୍କ ନାମ ଅଶୋକ ପ୍ରଧାନ ବୋଲ ଜଣାପଡିଛି I ଘଟଣାସ୍ଥଳରେ ପୋଲିସ ପହଁଞ୍ଚ ତଦନ୍ତ କରିଛି I ଘଟଣା ପରେ ବଡଭାଇ ଫେରାର୍ ଥିବା ଜଣାପଡିଛି I

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking