25.1 C
Bhubaneswar
Thursday, May 9, 2024
Homeଓଡିଶାଜାରିହେଲା ଗାଇଡ଼ଲାଇନ, ସ୍କୁଲ ପିଲାଙ୍କୁ ଗାଡ଼ି ମନା

ଜାରିହେଲା ଗାଇଡ଼ଲାଇନ, ସ୍କୁଲ ପିଲାଙ୍କୁ ଗାଡ଼ି ମନା

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗାଡ଼ିରେ ଆସିବା ଉପରେ ବାରଣ କରି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏଥିପାଇଁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ନିଦ୍ଦେଶାଳୟର ଉପନିର୍ଦ୍ଦେଶକ । ଗତ କଲି ଜଣେ ନାବାଳକ ଉପରେ ୨୫ ହଜାର ତାଙ୍କ ଜରିମାନା କରାଯାଇଛି | ନାବାଳକ ଜଣକ ଜଣେ ଶିକ୍ଷଙ୍କ ପୁଅ | ୧୮ ବର୍ଷରୁ କମ୍ ବୟସ ପିଲାମାନେ ଯେପରି ମୋଟର ସାଇକଲ ଆଣି ବିଦ୍ୟାଳୟକୁ ନ ଆସନ୍ତି ସେନେଇ ସ୍କୁଲ ଅଧ୍ୟକ୍ଷମାନେ ନଜର ରଖିବେ । ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଲାଇବା ସମୟରେ ଧରାପଡ଼ନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କୈାଣସି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ବାଇକ୍ କିମ୍ବା ସ୍କୁଟି ଆଣି ଆସୁଥିବେ ତେବେ ସ୍କୁଲ କର୍ତୃପକ୍ଷ ତାଙ୍କୁ ବାରଣ କରିବେ । ନିଦ୍ଦେଶାଳୟର ଉପନିର୍ଦ୍ଦେଶକ ଏନେଇ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି । ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏହି ନୟମକୁ କଡ଼ାକଡ଼ି ମାନିବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଦିଗରେ ସଚେତନ କରାଇବାକୁ ଏହି ଚିଠିରେ ଉଲ୍ଲେଖ ରହିଛି । ସରକାରୀ ସମେତ ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ନିୟମ ପାଳନ କରିବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking