30.1 C
Bhubaneswar
Friday, April 26, 2024
Homeଓଡିଶାଚାଳ ଛପର ଘରେ ଚାଲିଛି ବିଦ୍ୟାଳୟ

ଚାଳ ଛପର ଘରେ ଚାଲିଛି ବିଦ୍ୟାଳୟ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ରାଣିପାଙ୍ଗା ପଞ୍ଚାୟତରେ ରହିଛି ବାଦାଡ଼ି ପ୍ରାଥମିକ ବିଦ୍ୟାଳୟ । ଗ୍ରାମରେ ଗତ ୨୦୧୩ ମସିହା ଅଗଷ୍ଟ ୧୩ ତାରିଖରେ ପ୍ରତିଷ୍ଠା ହୋଇଥିଲା ପ୍ରାଥମିକ ବିଦ୍ୟାଳୟ । ଆରମ୍ଭ ଦିନ ଠାରୁ ଏହି ବିଦ୍ୟାଳୟ ଏକ ଚାଳ ଘରେ ଚାଲିଛି । ବର୍ଷା ଦିନରେ ଏହି ଝୁପୁଡ଼ି ଘର ଭିତରେ ପାଣି ପଶିଯାଉଥିବାରୁ ବିଦ୍ୟାଳୟ ବନ୍ଦ ହୋଇଯାଇଥାଏ ବୋଲି ବହୁ ଅଭିଭାବକ ପ୍ରକାଶ କରିଛନ୍ତି । ବର୍ତ୍ତମାନ ବିଦ୍ୟାଳୟରେ ୨୫ ଜଣ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି । ଉକ୍ତ ବାଦାଡ଼ି ଗ୍ରାମରେ କେବଳ କୁଟିଆ ସମ୍ପ୍ରଦାୟର ଅଧିବାସୀ ବସବାସ କରୁଛନ୍ତି । ସେଠାରେ ଜଣେ ମାତ୍ର ଶିକ୍ଷକରେ ଚାଲିଛି ପାଠପଢ଼ା । କୁବନ କହଁର ନାମକ ଜଣେ ଶିକ୍ଷକ ସେଠାରେ ନିଯୁକ୍ତି ପାଇଛନ୍ତି । ଏହି ଦୁର୍ଗମ ଅଞ୍ଚଳର ଅଧିବାସୀମାନେ ଅଶିକ୍ଷିତ ଥିବା ଯୋଗୁଁ ନିଜେ ଶିକ୍ଷକ ହିଁ ପିଲା ମାନଙ୍କୁ ଡ଼ାକି ବିଦ୍ୟାଳୟକୁ ଆଣୁଛନ୍ତି । ବିଦ୍ୟାଳୟର ରୋଷେଇ ଘର ନାହିଁ । ନିକଟରେ ପାଣିର କୌଣସି ବ୍ୟବସ୍ଥା ନାହିଁ । ବିଦ୍ୟାଳୟ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏକ ଝରଣାରୁ ପାଚିକାମାନେ ଜଳ ସଂଗ୍ରହ କରି ରୋଷେଇ କରିଥାନ୍ତି । ବିଭାଗୀୟ ଅଧିକାରୀ ଓ ଶିକ୍ଷା ବିଭାଗର ଅଧିକାରୀମାନେ ଏହି ବିଦ୍ୟାଳୟ ପ୍ରତି ଦୃଷ୍ଟି ଶ୍ରେଶୀଗୃହ ନିର୍ମାଣ ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking