32.1 C
Bhubaneswar
Thursday, March 28, 2024
Homeଓଡିଶାଦାଦନ ପାଇଁ ଯାଉଥିବା ନାବାଳିକା ଉଦ୍ଧାର

ଦାଦନ ପାଇଁ ଯାଉଥିବା ନାବାଳିକା ଉଦ୍ଧାର

ଭଦ୍ରକ : ସମ୍ପର୍କୀୟ ମଉସାଙ୍କ ସହିତ ବିଜୟୱାଡାକୁ ଦାଦନ ଖଟିବାକୁ ଯାଉଥିବା ଜଣେ ନାବାଳିକାଙ୍କୁ ଭଦ୍ରକ ଚାଇଲ୍ଡ ଲାଇନ୍ ଉଦ୍ଧାର କରିଛି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କଇଥଗଡ଼ିଆ ଗ୍ରାମର ହରିହର ପାତ୍ର ତାଙ୍କ ପତ୍ନୀ, ଝିଅ ସହିତ ସମ୍ପର୍କୀୟ ଝିଆରୀ ୧୩ବର୍ଷର ନାବାଳିକାଙ୍କ ସହ ବିଜୟୱାଡାକୁ ଏକ ସୂତାକଳରେ କାମ କରିବା ପାଇଁ ଯାଉଥିଲେ । ଟ୍ରେନ୍କୁ ଅପେକ୍ଷା କରି ଷ୍ଟେସନରେ ବସିଥିବା ବେଳେ କୌଣସି ସୂତ୍ରରୁ ଚାଇଲ୍ଡ ଲାଇନର କର୍ମକର୍ତ୍ତାମାନେ ଖବର ପାଇ ଷ୍ଟେସନରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ ଓ ଜିଆରପିକୁ ଦେଇଥିଲେ । ଜିଆରପି ଘଟଣା ସଂକ୍ରାନ୍ତରେ ପଚରାଉଚୁରା କରିବା ପରେ ନାବାଳିକାକୁ ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ଆସନ୍ତାକାଲି ଏହାର ଅଧିକ ତଦନ୍ତ ହେବ ବୋଲି ଜିଆର୍ପି ଏଏସ୍ଆଇ ଇନ୍ଦୁମତୀ ଶୁକ୍ଳା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking