29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶସ୍କୁଲ ବସ୍‌ ଦୁର୍ଘଟଣା ମାମଲା; ବନ୍ଧା ହେଲେ ପ୍ରିନ୍ସିପାଲଙ୍କ ସମେତ ୩ ଜଣ

ସ୍କୁଲ ବସ୍‌ ଦୁର୍ଘଟଣା ମାମଲା; ବନ୍ଧା ହେଲେ ପ୍ରିନ୍ସିପାଲଙ୍କ ସମେତ ୩ ଜଣ

ହରିୟାଣା : ହରିୟାଣାର ମହେନ୍ଦ୍ରଗର ଜିଲ୍ଲା କାନିନା ଦାଦ୍ରି ରାସ୍ତାରେ ଗତକାଲି ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଛାତ୍ରଛାତ୍ରୀ ଆଖି ବୁଜିଥିବା ବେଳେ ୨୦ରୁ ଅଧିକ ପିଲା ଗୁରୁତର ହୋଇଛନ୍ତି। ଏହି ଘଟଣାରେ ୩ ଜଣ ବନ୍ଧା ହୋଇଥିବା ବେଳେ ସ୍କୁଲକୁ ଦିଅଯାଇଛି କାରଣ ଦର୍ଶାଓ ନୋଟିସ୍‌। ଏଥିସହ ସ୍କୁଲର ଅନୁମୋଦନକୁ ବାତିଲ କରିବାକୁ ବି ରାଜ୍ୟ ସରକାରଙ୍କୁ ପତ୍ର ଲେଖା ଯାଇଛି। ଗିରଫମାନଙ୍କ ମଧ୍ୟରେ ସ୍କୁଲ ପ୍ରିନ୍ସିପାଲ, ସ୍କୁଲର ଜଣେ ଅଧିକାରୀ ଓ ବସ୍‌ ଡ୍ରାଇଭର ଥିବା ଜଣାଯାଇଛି। ଏହି ମାମଲାର ପରିବହନ ବିଭାଗର ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଗତକାଲି ଇଦ୍‌ରେ ସରକାରୀ ଛୁଟି ଥିବା ବେଳେ କ’ଣ ପାଇଁ ସ୍କୁଲ ଖୋଲା ଯାଇଥିଲା ସେ ନେଇ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି କାରଣ ଦର୍ଶାଅ ନୋଟିସ୍‌।

ଦୁର୍ଘଟଣାସ୍ଥଳ ନିକଟବର୍ତ୍ତୀ ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଡ୍ରାଇଭରଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ବେଳେ ସେମାନେ ତାଙ୍କ ପାଖରୁ ଚାବି ଛଡ଼ାଇ ନେଇଥିଲେ। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଫୋନ୍‌ କରି ସେମାନେ ତୁରନ୍ତ ଏହି ଡ୍ରାଇଭରଙ୍କୁ କାର୍ଯ୍ୟରୁ ବାହାର କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ମାତ୍ର ଶେଷ ଥର ପାଇଁ ଚାବି ଦେବା ପାଇଁଅନୁରୋଧ କରିଥିଲେ। ଏହାପରେ ଡ୍ରାଇଭରଜଣକ ଗାଡ଼ି ନେଇ ଚାଲି ଯାଇଥିବା ବେଳେ କିଛି ଦୂରରେ ଦୁର୍ଘଟଣାର ଶିକାର ହୋଇଥିବା ଗ୍ରାମବାସୀ ଖବର ପାଇଥିଲେ। ବସ୍‌ରେ ୪୦ ଛାତ୍ରଛାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking