39.1 C
Bhubaneswar
Friday, April 26, 2024
Homeଓଡିଶାସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠତି 

ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠତି 

ମୟୂରଭଞ୍ଜ : ମୋରଡ଼ା କଲୋନୀ ପ୍ରାଇମେରୀ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ ସରସ୍ୱତୀ ପୂଜାକୁ ନେଇ ପିଲାମାନଙ୍କ ଭିତରେ ଯେତିକି ଆନନ୍ଦଉଲ୍ଲାସ ଭରି ରହିଥିଲା ତାଠାରୁ ଅଧିକ ଉତ୍ସହ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ନିଜନିଜର ଯୋଗଦାନକୁ ନେଇ ରହିଥିବା ବାରି ହୋଇ ଯାଉଥିଲା । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ମୋରଡ଼ା ଠାରେ ଥିବା କଲୋନୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ସ୍କୁଲ ପରିସରରେ  ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଦ୍ୟାଳୟର କୁନିକୁନି ପିଲା ମାନଙ୍କୁ ନେଇ ଆୟୋଜିତ ହୋଇଥିଲା ବିଭିନ୍ନ ପ୍ରତିଯୋଗିତା । ସଫଳ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ ପାଇଁ  ସରସ୍ୱତୀ ପୂଜା ଉପଲକ୍ଷେ ଆୟୋଜିତ ଉତ୍ସବର ସଭାରେ ମୁଖ୍ୟଅତିଥି ଭାବେ ମୋରଡ଼ା ବ୍ଲକ ଶିକ୍ଷା ଅଧିକାରୀ , ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ଉଚ୍ଚ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ବହୁ ଅତିଥି ମଞ୍ଚାସିନ ହୋଇଥିଲେ ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଭା ପରିଚାଳନା କରିଥିଲେ । ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାର୍ଷିକ ବିବରଣୀ ପାଠ କରିଥିଲେ । ତେବେ ପିଲା ମାନଙ୍କୁ ସାମାଜିକଶୃଙ୍ଖଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା, ବନ୍ଧୁଭାଵ ସୃଷ୍ଟି କରିବା ଦିଗରେ ଏଭଳି କାର‌୍ୟ୍ୟକ୍ରମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜନିଜ ବକ୍ତବ୍ୟରେ କହିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଥିବା କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇ ସାମାଜିକ ବାର୍ତ୍ତା ବହନ କରୁଥିବା ବିଷୟବସ୍ତୁ ସହିତ ପୌରାଣିକ କିମ୍ବଦନ୍ତୀ ଆଧାରିତ ନୃତ୍ୟ ପରିବେଷଣ କରାଯାଇଥିଲା,ଦର୍ଶକଙ୍କ ମନ ମହିବା ସହିତ ଶେଷପର‌୍ୟ୍ୟନ୍ତ ବାନ୍ଧି ରଖିଥିଲା। ଏହି କାର‌୍ୟ୍ୟକ୍ରମ ପରିଚାଳନା ଏବଂ ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ  ଭୂମିକା ପ୍ରଶଂସନୀୟ ରହିଥିଲା। ଏହି କାର‌୍ୟ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଅଭିଭାବକ ଏବଂ ଅଞ୍ଚଳବାସୀ ଉପସ୍ଥିତ ରହି ମନମୁଗ୍ଧକର ସାଂସ୍କୃତିକ କାର‌୍ୟ୍ୟକ୍ରମ ଉପଭୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking