28.1 C
Bhubaneswar
Saturday, April 27, 2024
Homeଓଡିଶା୯୦୦ ସଜ୍ଜ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରବାସର ଶିଳାନ୍ୟାସ କଲେ ନରସିଂହ

୯୦୦ ସଜ୍ଜ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରବାସର ଶିଳାନ୍ୟାସ କଲେ ନରସିଂହ

ବଲାଙ୍ଗିର, – ଆଜି ବଲାଙ୍ଗିର ବ୍ଲକ ସ୍ଥିତ ପଥରଚେପା ଠାରେ ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ୯୦୦ ସଜ୍ଜ୍ୟା ବିଶିଷ୍ଟ ଏକ ଛାତ୍ରବାସ ଗୃହର ଶୁଭ ଭିତ୍ତିପ୍ରସ୍ତର ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ହୋଇଯାଇଛି । ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗର ଅନ୍ୱେଷ ଯୋଜନାରେ ଅନ୍ତର୍ଗତ ଏହି ୯୦୦ ସଜ୍ଜ୍ୟା ବିଶିଷ୍ଟ ଛାତ୍ରବାସ ପାଇଁ ୫କୋଟି ୯-୯ଲକ୍ଷ ୬୦୬ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଜିଲ୍ଲାରେ ଶିକ୍ଷା ସ୍ତରରେ ପଛୁଆଥିବା ଆଦିବାସୀ ହରିଜନ ଛାତ୍ର ଛାତ୍ରୀମାନଙ୍କୁୁ ଶିକ୍ଷା କ୍ଷେତ୍ରରେ ଆହୁରି ଆଗେଇ ନେବାକୁ ଏହି ଛାତ୍ରାବାସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଶିଳାନ୍ୟାସ ସ୍ଥଳରେ ଉପସ୍ଥିତ ଥିବା ନିର୍ମାଣ ସଂସ୍ଥାର କର୍ମଚାରୀଙ୍କ ବିଧାୟକ ଶ୍ରୀ ମିଶ୍ର ଏହା ନିର୍ମାଣ ଉପରେ ଆଲୋଚନା କରିବା ସହ ଯେତେ ଶିଘ୍ର ହେବ ଏହି ନିର୍ମାଣ କାମକୁ ସମାପ୍ତ କରିବା ପାଇଁ କହିଥିଲେ ଏବଂ ଉପସ୍ଥିତ ଥିବା ପଥରଚେପା ଗ୍ରାମବାସୀ ଏହି କାମରେ ପୂର୍ଣ୍ଣ ସମର୍ଥନ କରନ୍ତୁ ବୋଲି ଅନୁରୋଧ କରିଥିଲେ । ଏହି ଅବସରରେ ପଥରଚେପା ଗାଁର ଅନେକ ଲୋକ ଆସି ଗାଁ ର ସମସ୍ୟା ବାବଦରେ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ମିଶ୍ର ପ୍ରାଥମିକତା ଭିତ୍ତିରେ ଯେତେ ଶିଘ୍ର ହେବ ତାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିବା ସହ ଗାଁରେ ରାସନକାର୍ଡ, ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା ତଥା ଭୂମିହୀନ ପରିବାରମାନଙ୍କୁ ଚିହ୍ନଟ କରି ଶିଘ୍ର ସେମାନେ ଯେମିତି ଏହି ସବୁ ଯୋଜନାରୁ ଲାଭବାନ ହେବେ ସେ ଦିଗରେ ଶିଘ୍ର କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ଉପସ୍ଥିତ ଗାଁବାସୀଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଭର ପ୍ରତିଶୃତି ଦେଇଥିଲେ । ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ନିର୍ମାଣ ସଂସ୍ଥାର କର୍ମଚାରୀ ଶିକ୍ଷାବି୍‌ତ ବାମଦେବ ମିଶ୍ର, ଲୋକନାଥ କୁମୁରା, ଆଦିବାସୀ ହରିଜନ ବିଭାଗ ବିଧାୟକଙ୍କ ପ୍ରତିନିଧି ଓମ୍ ପ୍ରକାଶ କୁମ୍ଭାର,ଜ୍ୟେତିଷ ମୁଗ୍ରୀ, ଶୁଶିଲ ବେହେରା, ଜୟକୃଷ୍ଣ ମିଶ୍ର, ସୁବିନ ବରିହା, ଅସୀତ ମିଶ୍ର, ବୁଲୁ ଦାନି, ଟୁନା ସାହୁ, ଅଙ୍କିତ ସାହୁ, ସଂଜିବ ଗୁରୁ, ମିଟୁ ସାହୁ, ସତ୍ୟ ନାଗ, ବ୍ରଜ ନାଗ, କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking