39.1 C
Bhubaneswar
Friday, April 26, 2024
Homeଓଡିଶାଓଡ଼ିଶା ହାଇକୋର୍ଟର ବିଚାପତି ହେବେ ସାବିତ୍ରୀ ରଥ

ଓଡ଼ିଶା ହାଇକୋର୍ଟର ବିଚାପତି ହେବେ ସାବିତ୍ରୀ ରଥ

କଟକ : ଓଡ଼ିଶା ହାଇକୋର୍ଟର ବିଶିଷ୍ଟ ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ମିଳିବ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ଓଡ଼ିଶା ହାଇକୋର୍ଟର ବିଚାରପତି ନିମନ୍ତେ ଆଇନଜୀବୀ ସାବିତ୍ରୀ ରଥଙ୍କ ନାମ ଅନୁମୋଦନ କରାଯାଇଛି । ନିଯୁକ୍ତି ପାଇବା ପରେ ସେ ହେବେ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି । ତାଙ୍କ ପୂର୍ବରୁ ପ୍ରଥମ ମହିଳା ବିଚାରପତି ଥିଲେ ଅମୀୟା ପାଢ଼ୀ । ବର୍ତମାନ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ଦାୟିତ୍ୱ ନିର୍ବାହ କରୁଛନ୍ତି । ସାବିତ୍ରୀ ରଥ ହେଉଛନ୍ତି ପୂର୍ବତନ ଡିଜିପି ପିସି ରଥଙ୍କ କନ୍ୟା । ସେ ବର୍ତମାନ ଓଡ଼ିଶା ହାଇକୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଛନ୍ତି । ୧୯୯୨ ମସିହାରେ ସେ ଓଡ଼ିଶା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ଫୌଜଦାରୀ ମାମଲା ପରିଚାଳନାରେ ସେ ସିଦ୍ଧହସ୍ତ । ଏତଦ୍ ବ୍ୟତିତ ସାମ୍ବିଧାନିକ, ଦେୱାନୀ ଓ ଅନ୍ୟାନ୍ୟ ମାମଲା ପରିଚାଳନାରେ ମଧ୍ୟ ତାଙ୍କର ବିଶେଷ ଦକ୍ଷତା ରହିଛି ।
https://onakhabar.com/2020/01/20/jp-nadda-president/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking