39.1 C
Bhubaneswar
Tuesday, April 23, 2024
Homeଖେଳଆଜି ନ୍ୟୁଜିଲାଣ୍ଡ-ଇଣ୍ଡିଆ ପ୍ରଥମ ଟି-୨୦

ଆଜି ନ୍ୟୁଜିଲାଣ୍ଡ-ଇଣ୍ଡିଆ ପ୍ରଥମ ଟି-୨୦

ଅକଲାଣ୍ଡ : ଘରୋଇ ନ୍ୟୁଜିଲାଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଶୁକ୍ରବାର ଏଠାରେ ଥିବା ଇଡେନ୍ ପାର୍କରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ । ପ୍ରଥମ ଥର ପାଇଁ ଭାରତ ଏହି ଗସ୍ତରେ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ନ୍ୟୁଜିଲାଣ୍ଡରେ ବର୍ତମାନ ସୁଦ୍ଧା ଗୋଟିଏ ବି ଟି-୨୦ ସିରିଜ ଜିତିନଥିବା ଭାରତ ଏହି ମ୍ୟାଚ୍ ଜିତି ସିରିଜ ବିଜୟ ପାଇଁ ଅଭିଯାନ ଆରମ୍ଭ କରିବ । ଅଷ୍ଟ୍ରେଲିଆକୁ ଘରୋଇ ପଡିଆରେ ଦିନିକିଆ ସିରିଜ ପରାସ୍ତ କରି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଏବେ ଭଲ ଫର୍ମରେ ରହିଛି । ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରେଷ୍ଠ ଫର୍ମରେ ରହିଛି ।
ଦଳର ବର୍ତମାନର ପ୍ରଦର୍ଶନ ଭାରତକୁ ମ୍ୟାଚ୍ ଜିତାଇବାର ସମ୍ଭାବନା ସୃଷ୍ଟି କରୁଛି । କିନ୍ତୁ ଘରୋଇ ପରିବେଶରେ ଅତୀତରେ ନ୍ୟୁଜିଲାଣ୍ଡର ପଲା ଭାରତ ଉପରେ ସବୁବେଳେ ଭାରି ରହିଛି, ଯାହାର ଫାଇଦା ନେବାକୁ ଦଳ ଏଠାରେ ଚାହିଁବ । କେନ୍ ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଜିତି ଭାରତ ଉପରେ ଆରମ୍ଭରୁ ଚାପ ପକାଇବାକୁ ଉଦ୍ୟମ କରିବ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବର୍ତମାନ ସୁଦ୍ଧା ସମୁଦାୟ ୧୨ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି । ଏହାମଧ୍ୟରୁ ନ୍ୟୁଜିଲାଣ୍ଡ ୮ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୩ଟି ଜିତିଛି । ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା । ସେହିପରି ନ୍ୟୁଜିଲାଣ୍ଡରେ ଉଭୟ ଦଳ ମଧ୍ୟରେ ଦୁଇଟି ସିରିଜରେ ୫ଟି ମ୍ୟାଚ୍ ଖେଳାଯାଇଛି । ଏହାମଧ୍ୟରୁ ଭାରତ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଉଭୟ ସିରିଜ ନ୍ୟୁଜିଲାଣ୍ଡ ନାମରେ ରହିଛି ।
ଭାରତ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ୍ (ୱିକେଟକିପର), ରବୀନ୍ଦ୍ର ଜାଡେଜା/ ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଯଶ୍‌ପ୍ରୀତ ବୁମ୍‌ରା, ମହମ୍ମଦ୍ ଶମୀ, ନଭଦୀପ ସୈନୀ ।
ନ୍ୟୁଜିଲାଣ୍ଡ : ମାର୍ଟିନ୍ ଗପ୍ଟିଲ, କଲିନ୍ ମୁନରୋ, କେନ୍ ୱିଲିୟମ୍‌ସନ୍ (ଅଧିନାୟକ), ଟିମ୍ ସିଫର୍ଟ (ୱିକେଟକିପର), କଲିନ୍ ଡି’ ଗ୍ରାଣ୍ଡହୋମ, ରସ୍ ଟେଲର, ଡାରେଲ ମିଚେଲ, ମିଚେଲ ସାଂଟନର, ସ୍କଟ କୁଗେଲିନ, ଟିମ ସାଉଦୀ, ବ୍ଲେୟାର ଟିକନର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking