30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶମୋ ପିଲାକୁ ବଞ୍ଚାଇ ଦିଅ.......ଆଫଗାନିସ୍ତାନରୁ ଛାତିଥରା ଭିଡିଓ

ମୋ ପିଲାକୁ ବଞ୍ଚାଇ ଦିଅ…….ଆଫଗାନିସ୍ତାନରୁ ଛାତିଥରା ଭିଡିଓ

କାବୁଲ୍‌: ଏ ଦୃଶ୍ୟ ଯେ କୌଣସି ଲୋକର ଛାତି ଥରାଇ ଦେବାକୁ ଯଥେଷ୍ଟ । ଆଫଗାନିସ୍ତାନରେ କ୍ରୁର ତାଲିବାନୀମାନଙ୍କ ଭୟରେ ନିଜ ଛୁଆର ଜୀବନ ବଞ୍ଚାଇବାକୁ ବାପା ମା’ ମାନେ ସେନା ଆଗରେ ନେହୁରା ହେବାରେ ଲାଗିଛନ୍ତି । ନିଜ ପିଲାମାନଙ୍କ ଜୀବନ ବଞ୍ଚାଇବା ପାଇଁ ସେମାନଙ୍କୁ ନିଜ କୋଳରୁ ଦୂର କରିବାକୁ ପଛାଉନାହାନ୍ତି । କାବୁଲ ଏୟାରପୋର୍ଟରେ ତାର ଜାଲି ଓ ପାଚେରୀର ଗୋଟିଏ ପଟେ ନିଜ ପରିବାର ସହ ହଜାର ହଜାର ଲୋକ ରହିଥିବା ବେଳେ ଅନ୍ୟପଟେ ସେନାର ଯବାନମାନେ ରହିଛନ୍ତି । ନିଜ ଛୁଆର ଜୀବନ ବଞ୍ଚାଇବାକୁ ମା’ବାପା କେମିତି ଉକ୍ତ ତାର ବାଡ଼ ଓ ପାଚେରୀ ଏପଟୁ ରହି ଛୁଆମାନଙ୍କୁ ସେନା ଯବାନଙ୍କ ଉପରକୁ ଫିଙ୍ଗି ଦେଉଛନ୍ତି, ତା’ର ଦୃଶ୍ୟ ସାରା ବିଶ୍ୱ ସାମ୍ନାକୁ ଆସିଛି । ସବୁ ବାପା ମା’ଙ୍କ ତୁଣ୍ଡରେ ଗୋଟିଏ କଥା, ଆମେ ପଛେ ମରି ଯାଉ, ଆମ ଛୁଆର ଜୀବନ ବଞ୍ଚାଇ ଦିଅ । ତାଲିବାନୀମାନେ ଆମକୁ ଆଉ କିଛି ଦିନ ଭିତରେ ମାରିଦେବେ ।

ଏହାପୂର୍ବରୁ ଆମ ଛୁଆକୁ ଆପଣ(ସେନା ଯବାନ) ଯେକୌଣସି ବିମାନରେ ସୁରକ୍ଷିତ ସ୍ଥାନକୁ ପଠାଇ ଦିଅନ୍ତୁ । ଲୋକଙ୍କ ଏହି କରୁଣ ନିବେଦନ ଶୁଣି କିଛି ସେନା ଯବାନ ଛୋଟ ପିଲାମାନଙ୍କୁ ଏୟାରପୋର୍ଟ ଭିତରକୁ ପାଚେରୀ ଓ ତାର ବାଡ଼ ପଟେ ନେଉଥିବା ଦେଖିବାକୁ ମିଳିଛି । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏପରି ଗୋଟିଏ ପରେ ଗୋଟିଏ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତାଲିବାନୀ ଭୟରେ ହଜାର ହଜାର ଲୋକ ଆଫଗାନ ଛାଡ଼ିବାକୁ କାବୁଲ ଏୟାରପୋର୍ଟରେ ଭିଡ଼ ଜମାଇଛନ୍ତି । କିନ୍ତୁ କାବୁଲର ହମିଦ କରଜାଇ ଏୟାରପୋର୍ଟକୁ ନିଜ ନିୟନ୍ତ୍ରଣରେ ରଖିଥିବା ଆମେରିକା ଓ ବ୍ରିଟିଶ ସେନା ନିରୂପାୟ । ସେମାନେ ଚାହିଁଲେ ମଧ୍ୟ ଏତେ ଲୋକଙ୍କୁ ବିମାନରେ ନେଇପାରୁ ନାହାନ୍ତି । କିଛି ପିଲାମାନେ କଣ୍ଟା ତାର ଦ୍ୱାରା ଆଘାତ ପାଇଛନ୍ତି ଓ ଏହି ଦୃଶ୍ୟ ଖୁବ୍ ଭୟଙ୍କର ବୋଲି ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking