27.1 C
Bhubaneswar
Thursday, April 25, 2024
Homeଓଡିଶାବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ : ଫାର୍ମହାଉସ୍‌ରେ ରାତିସାରା ପିଟିଲେ

ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ : ଫାର୍ମହାଉସ୍‌ରେ ରାତିସାରା ପିଟିଲେ

ଭୁବନେଶ୍ୱର:  ଧଉଳି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ ମାରିଛନ୍ତି । ଏମିତିକି ତାଙ୍କ ଠାରୁ ୨ଭରିର ସୁନାଚେନ୍ ସମେତ ୧୨ହଜାର ୫୦୦ଟଙ୍କା ଲୁଟି ନେଇଛନ୍ତି । କୌଶଳକ୍ରମେ ଯୁବକ ଜଣକ ଅପହରକାରୀଙ୍କ ଠାରୁ ଖସି ଆସି ଧଉଳି ଥାନାରେ ଅଭିଯୋଗ କରିଛନ୍ତି । ଆହତ ଯୁବକ ଜଣକ ହେଲେ ବଡ଼ଗଡ ଥାନା ଅନ୍ତର୍ଗତ ଟଙ୍କପାଣି ରୋଡ୍‌ର ବ୍ରହ୍ମେଶ୍ୱରପାଟଣାର ଚନ୍ଦ୍ରଶେଖର ଆଚାର୍ଯ୍ୟ(୨୮) । ଏନେଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି । ଅପହରଣ କରିଥିବା ଦୁର୍ବୃତ୍ତଙ୍କ ନା’ ଏତଲାରେ ଉଲ୍ଲେଖ ହୋଇଛି । ଏମିତିକି ଚନ୍ଦ୍ରଶେଖର ସମ୍ପୃକ୍ତ ଅପହରଣକାରୀଙ୍କୁ ଚିହ୍ନିଛନ୍ତି । ତେଣୁ ପୂର୍ବ ଶତ୍ରୁତାରୁ ଅପହରଣ କରାଯାଇଥିବା ପୋଲିସ  ସନ୍ଦେହ କରିଛି ।

ସୂଚନା ଅନୁଯାୟୀ, ବୁଧବାରରେ ଚନ୍ଦ୍ରଶେଖର ତାଙ୍କ ସାଙ୍ଗ ବାପାଙ୍କ ଅନ୍ତୈଷ୍ଟି କ୍ରିୟା ସାରି ପୁରୀରୁ ଭୁବନେଶ୍ୱର ଫେରୁଥିଲେ । ଠିକ ଶିଶୁପାଳଗଡ଼ ଯାତ୍ରା ପଡ଼ିଆ ଠାରେ ତାଙ୍କ ଗାଡି ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ସେ ଗାଡିକୁ ଷ୍ଟାର୍ଟ୍ କରୁଥିବା ସମୟରେ ହଠାତ୍ ୨ଜଣ ଯୁବକ ଏକ ବାଇକରେ ସେଠାରେ ପହଞ୍ଚି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ପରେ ତାଙ୍କୁ ବାଇକରେ ବସାଇ ସାଇମନ୍ଦିର ନିକଟ କୁଆଖାଇ ନଦୀପଠାକୁ ନେଇଯାଇଥିଲେ । ସେଠାରେ ନିସ୍ତୁକ ମାଡ଼ ମାରିବା ସହ ତାଙ୍କୁ ପୁଣି ବାଳକାଟି ଅଞ୍ଚଳର ଏକ ଫାର୍ମକୁ ନେଇ ରାତିସାରା ନିର୍ଯାତନା ଦେଇଥିଲେ । ଏମିତିକ ଗୁପ୍ତାଙ୍ଗକୁ ଗୋଇଠା ମାରିବା ସହ କାଠରେ ପିଟିଥିଲେ । ପରେ ଯୁବକଙ୍କ ପକେଟରୁ ୧୨ହଜାର ୫୦୦ ଟଙ୍କା ଓ ବେକରେ ପିନ୍ଧିଥିବା ୨ଭରିର ସୁନା ଚେନ୍ ଛଡ଼ାଇ ନେଇଯାଇଥିଲେ । ଏହି ଘଟଣା ବିଷୟରେ କାହାରିକୁ କହିଲେ ଜୀବନରେ ମାରିଦେବାକୁ ସେମାନେ ଧମକ ଦେଇଥିଲେ । ଗୁରୁବାର ଅପହରଣକାରୀଦ୍ୱୟ ଶୌଚ ହେବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଚନ୍ଦ୍ରଶେଖର ବିଲରେ ଦୌଡ଼ି ପଳାଇ ଆସିଥିଲେ । ପରେ ଧଉଳି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking