37.1 C
Bhubaneswar
Saturday, May 18, 2024
Homeଓଡିଶାସମସ୍ତ ପିଲାଙ୍କୁ ଯଥା ଶୀଘ୍ର ଟିକାକାରଣ ପାଇଁ ସରକାରଙ୍କୁ ପରାମର୍ଶ ଦେବାକୁ  ଦାବୀ

ସମସ୍ତ ପିଲାଙ୍କୁ ଯଥା ଶୀଘ୍ର ଟିକାକାରଣ ପାଇଁ ସରକାରଙ୍କୁ ପରାମର୍ଶ ଦେବାକୁ  ଦାବୀ

ଭୁବନେଶ୍ୱର:  ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗ ର ଅଧ୍ୟକ୍ଷା ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ଆଜି ସରକାରଙ୍କୁ ଦେଇଥିବା ଅନୁରୋଧକୁ ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ଦୃଢ଼ ବିରୋଧ କରାଯାଉଛି । କରୋନାର ତୃତୀୟ ଲହରରେ ଶିଶୁ ମାନେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବେ ବୋଲି ବିଭିନ୍ନ ଗବେଷଣା ସଂସ୍ଥା ଚେତାବନୀ ଦେଇ ସାରିଲେଣି, ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରାକ ମୁକାବିଲା ପାଇଁ ଶିଶୁ ବିଭାଗରେ ଶଯ୍ୟା ବଢାଇବା ସହିତ ଅଧିକ ସଂଖ୍ୟକ ଶିଶୁ ବିଶେଷଜ୍ଞଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ଟିକାକାରଣ ଚାଲିଛି । ଏପର୍ଯ୍ୟନ୍ତ ଶିଶୁ ଓ କିଶୋର ମାନଙ୍କ ଟିକାକାରଣ ଆରମ୍ଭ ହୋଇ ନାହିଁ ।

ସେପଟେ ପରିସଂଖ୍ୟାନ କହୁଛି  ଦିନକୁ ଦିନ ଶିଶୁଙ୍କ ସଂକ୍ରମଣ ବୃଦ୍ଧି ପାଉଛି । ରାଜଧାନୀ ସମେତ ଅନେକ ସ୍କୁଲରେ ଦଶମ ଶ୍ରେଣୀରେ ମଧ୍ୟ ସଂକ୍ରମଣ ଚି଼ହ୍ନଟ ହୋଇସାରିଲାଣି । ଷଷ୍ଠରୁ ଅଷ୍ଟମ ପିଲାମାନେ ବୟସ ଦୃଷ୍ଟିରୁ ଆଦୌ ସଚେତନ, ସାବଧାନତା ଓ ସଂଯମତା ଅବଲମ୍ବନ କରି ପାରିବେ ନାହିଁ । ତେଣୁ ଯଦି ଥରେ ସଂକ୍ରମଣ ଆରମ୍ଭ ହେଲା ତାକୁ ଆଉ ନିୟନ୍ତ୍ରଣ କରି ହେବ ନାହିଁ ଓ ସେଥିପାଇଁ କ’ଣ ଶିଶୁ ସୁରକ୍ଷା ଆୟୋଗ ଦାୟୀ ରହିବେ କି ନିଜ ଆଡୁ ସୁରକ୍ଷା ଓ ସୁସ୍ଥତା ପାଇଁ ଗ୍ୟାରେଣ୍ଟି ଦେବେ ।

କୌଣସି ଅଭିଭାବକ ମାନଙ୍କ ମତାମତ ନ ନେଇ ଏପରି ମନ ଇଛା ନିଷ୍ପତ୍ତି ନେବା ଦୁର୍ଭାଗ୍ୟ ଜନକ । ତେଣୁ ତୁରନ୍ତ ଏସବୁକୁ ପ୍ର୍ରତ୍ୟାହାର ସହ ପିଲାଙ୍କୁ ଟିକାକାକାରଣ ପାଇଁ ସରକାରଙ୍କୁ କମିଶନ ପରାମର୍ଶ ଦିଅନ୍ତୁ । ଯେ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ଟିକା ଦିଆଯାଇ ନାହିଁ ସେପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ସରକାରଙ୍କୁ ମଧ୍ୟ ମହାସଂଘ ଦାବୀ ଜଣାଇବା ସହ କାଲିର ଭବିଷ୍ୟତ ମାନଙ୍କ ଜୀବନ ସହ ଖେଳ ନ ଖେଳିବାକୁ ଚେତାବନୀ ଦେଉଛି ମହାସଂଘ ବୋଲି କହିଛନ୍ତି  ସହ ଅଧ୍ୟକ୍ଷ ଭୁମୋହନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking