26.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶକଂଗ୍ରେସର ସତ୍ୟାଗ୍ରହ, ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସର ସତ୍ୟାଗ୍ରହ, ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦକୁ ବିରୋଧରେ ଆଜି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଦିନିକିଆ ସତ୍ୟାଗ୍ରହ କରିଛନ୍ତି । ଦିଲ୍ଲୀ ସହ ବିଭିନ୍ନ ରାଜ୍ୟରେ ସଂକଳ୍ପ ସତ୍ୟାଗ୍ରହ କରାଯାଇଛି । ଦିଲ୍ଲୀ ସତ୍ୟାଗ୍ରହରେ କଂଗ୍ରେସ ନେତା ବିଜେପି ସରକାରକୁ ଜୋରଦାର ସମାଲୋଚନା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ସଂସଦରେ ସହିଦଙ୍କ ପିତାଙ୍କୁ ଅପମାନିତ କରାଯାଉଛି । ସହିଦଙ୍କ ପୁଅକୁ ଅପମାନିତ କରି ମୀର ଜାଫର କୁହନ୍ତି । ମୋ ମାଆଙ୍କ ଅପମାନ କରନ୍ତି, ପଚାରନ୍ତି ପିତା କିଏ ? ଆପଣଙ୍କ ପ୍ରଧାନମନ୍ତ୍ରୀ ଗାନ୍ଧୀ ପରିବାର ପାଇଁ କୁହନ୍ତି ଏମାନେ କାହିଁକି ନେହୁରୁଙ୍କ ନାଁ (ସାଙ୍ଗିଆ)କୁ ବ୍ୟବହାର କରୁ ନାହାଁନ୍ତି । ସେତେବେଳେ ତ ଆପଣଙ୍କ ବିରୋଧରେ ମାମଲା ହୁଏ ନାହିଁ, ଆପଣ ଅଯୋଗ୍ୟ ହୁଅନ୍ତି ନାହିଁ ।

ସେହିଭଳି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ରାହୁଲ ଗାନ୍ଧୀ ନା କାହା ଆଗରେ ମୁଣ୍ଡ ନୁଆଁନ୍ତି ନା କାହାରିକୁ ଡରନ୍ତି । ତାଙ୍କ ବିରୋଧରେ ନିଆ ଯାଇଥିବା ସବୁ ନିଷ୍ପତ୍ତି ଭାରତ ଯୋଡ଼ ଯାତ୍ରା ପାଇଁ ନିଆଯାଇଛି । କଣ ନିରବ ମୋଦି ଓବିସି ଅଟନ୍ତି ? କଣ ମେହୁଲ ଚୋକସି ଓବିସି କି ? କଣ ଲଳିତ ମୋଦି ଓବିସି କି ? ଏମାନେ ସବୁ ପଳାତକ, ସେମାନଙ୍କ ନାଁରେ କହିଲେ ଆପଣଙ୍କୁ କାହିଁକି ବାଧୁଛି ? ରାହୁଲ ଗାନ୍ଧୀ ମଧ୍ୟ ସେୟା କହିଥିଲେ ଏମାନେ ବ୍ୟାଙ୍କରୁ ଟଙ୍କା ନେଇ ପଳାଇଛନ୍ତି । ଖଡ଼ଗେ ଆହୁରି କହିଛନ୍ତି, ସମ୍ବିଧାନ ଆମକୁ କହିବାର ସ୍ୱାଧୀନତା ଦେଇଛି । କହିବାର ସ୍ୱାଧୀନତାକୁ ବଞ୍ଚାଇ ରଖିବା ଲାଗି ଆମେ ଲଢ଼ିବୁ । ରାହୁଲ ଗାନ୍ଧୀ ପୂରା ଦେଶ ପାଇଁ ଲଢ଼େଇ କରୁଛନ୍ତି । ଯୁବବର୍ଗ ଓ ମହିଳାଙ୍କ ପାଇଁ ଲଢ଼ୁଛନ୍ତି ରାହୁଲ ଗାନ୍ଧୀ । ଆମକୁ ଦବାଇବା ପାଇଁ ପ୍ରୟାସ ହେବ, ଆମେ ମୁହଁତୋଡ଼ ଜବାବ ଦେବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking