32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସର୍ବେଶ୍ୱର ରାଓ ଗିରଫ

ସର୍ବେଶ୍ୱର ରାଓ ଗିରଫ

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ ହୋଇଛନ୍ତି । ଗତକାଲି ଠାରୁ ଚାଲିଥିବା ମାରାଥନ ଜେରା ପରେ ଆଜି କ୍ରାଇମବ୍ରାଂଚ ସର୍ବେଶ୍ୱରଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପରେ ସେ କୋର୍ଟ ଚାଲାଣ ହେବେ । ସର୍ବେଶ୍ୱର ହେଉଛନ୍ତି ପ୍ରଦୀପ ଓ ପାଠକ ଠକେଇ କେଳେଙ୍କାରୀର ମିଡିଲମ୍ୟାନ । ଗତକାଲି ପ୍ରଦୀପ ଓ ସର୍ବେଶ୍ୱରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ନିଯୁକ୍ତି ଜାଲିଆତିରେ ସର୍ବେଶ୍ୱର ମଧ୍ୟସ୍ଥି ହୋଇଥିବା ନେଇ ସୂଚନା ମିଳିଥିଲା । ପରେ ଗିରଫ ହେବା ଭୟରେ ସେ ଆତ୍ମଗୋପନ କରିଥିଲେ ।

ଅନ୍ୟପଟେ, ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଣେ ସର୍ବଭାରତୀୟ ସେବା ଅଧିକାରୀଙ୍କ ଅତ୍ୟଧିକ ଦୁର୍ନୀତି ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତେବେ ଓଡିଶା ଇତିହାସରେ ଏଭଳି କାର୍ଯ୍ୟାନୁଷ୍ଠାନ ସୁପାରିସ ହେଉଛି ପ୍ରଥମ । ବର୍ତମାନ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କୁ ଭିଜିଲାନ୍ସ ଗିରଫ କରିସାରିଛି । ବେଆଇନ ଭାବରେ ଏହି ବାପ ପୁଅ ସଂପତ୍ତି ଠୁଳ ରଖିଥିବା ଜଣାପଡିବା ପରେ ଏବେ ଖୋଳତାଡ ଚଲାଇଛି ଭିଜିଲାନ୍ସ । ରିମାଣ୍ଡ ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଏବଂ ଆଗକୁ ବି ଆସିପାରେ । ଉଭୟଙ୍କ ନିକଟରୁ ଏବେ ସୁଦ୍ଧା ୨୦ କୋଟିରୁ ଅଧିକ ସଂପତ୍ତି ଜବତ କରାଯାଇଛି । ଦୁର୍ନୀତିରେ ଲିପ୍ତ ଥିବା ବାପ ପୁଅ ଏବେ ଝାରପଡା ଜେଲରେ ରହିଥିବା ବେଳେ ବେଆଇନ ନିଯୁକ୍ତି ନାଁରେ ଲୋକଙ୍କୁ ଠକି ଲକ୍ଷାଧିକ ଟଙ୍କା ଆଦାୟ କରିବା ନେଇ ଏମାନଙ୍କ ନାମରେ ଅଭିଯୋଗ ହୋଇଥିଲା ଏବଂ ଏହି ଅର୍ଥ ପୁଅ ଆକାଉଣ୍ଟରେ ଜମା ହୋଇଥିଲା । ଆକାଶକୁ ଟାଟା ମୋଟର୍ସର ମିଛ ଏମଡି ଦର୍ଶାଇ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଥିଲା । ବେଆଇନ ଅର୍ଥରେ ମର୍ସିଡିଜ, ବିଏମଡବ୍ଲୁ ଗାଡି ଚଢୁଥିଲେ ଅଭୟ । ଖାଲି ଏତିକି ନୁହେଁ, ଲକ ଡାଉନ ବେଳେ ଚାର୍ଟର ପ୍ଲେନରେ ବାପ ପୁଅ ଉଡୁଥିବା ବି ଖବର ସାମ୍ନାକୁ ଆସିଛି । ପଂଚ ତାରକା ଓ ସାତ ତାରକା ହୋଟେଲରେ ବି ଅଭୟ ଓ ଆକାଶ ରହୁଥିଲେ । ରାଜକୀୟ ଠାଣି ଦେଖାଇବାକୁ ବାପ ପୁଅ ବାଉନସର ମଧ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking